fbpx

ଆଇସିସି ଟି-୨୦ ୱାର୍ଲ୍ଡ କପ୍ ସେମିଫାଇନାଲ: ଅଷ୍ଟ୍ରେଲିଆ ଆଗରେ ୧୭୭ ରନର ଟାର୍ଗେଟ

ନୂଆଦିଲ୍ଲୀ: ଆଇସିସି ଟି-୨୦ ୱାର୍ଲ୍ଡ କପ୍ର ଦ୍ୱିତୀୟ ସେମିଫାଇନାଲ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ ଦୁବାଇ ଇଣ୍ଟରନାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ସାମ୍ନାରେ ୧୭୭ ରନର ଟାର୍ଗେଟ ରଖିଛି ।

ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୧୭୬ ରନ କରିଛି । ପାକିସ୍ତାନ ତରଫରୁ ମହମ୍ମଦ ରିଜୱାନ ସର୍ବାଧିକ ୬୭ ରନ କରିଛନ୍ତି  । ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟାର୍କ ୨ ୱିକେଟ୍, ଆଡାମ ଜାମ୍ପା ଏବଂ ପ୍ୟାଟ୍ କମିନ୍ସ ଗୋଟିଏ ଗୋଟିଲ ୱିକେଟ ହାସଲ କରିଛନ୍ତି ।

Get real time updates directly on you device, subscribe now.