fbpx

ICC ଟି-୨୦ ରାଙ୍କିଙ୍ଗ: ପ୍ରଥମ ସ୍ଥାନରେ ବାବର ଓ ହସରଙ୍ଗା; ଖସିଲେ କୋହଲି

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ ମଧ୍ୟରେ ଆଇସିସି ପକ୍ଷରୁ ଏହାର ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି । ଆଇସିସି ପକ୍ଷରୁ ପ୍ରକାଶିତ ରାଙ୍କିଙ୍ଗ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ବାବର ଆଜମ ଓ ୱନିନ୍ଦୁ ହସରଙ୍ଗା । ଉଭୟ ଖେଳାଳି ଚଳିତ ଟି-୨୦ ବିଶ୍ୱକପରେ ଚମକ୍ରାର ପ୍ରଦର୍ଶନ ଜାରି ରଖିଛନ୍ତି । ୪ଟି ମ୍ୟାଚରୁ ୩ ଅର୍ଦ୍ଧଶତକ ସହିତ ବାବର ଆଜମ ୧୯୮ ରନ ସଂଗ୍ରହ କରି ତୃତୀୟ ସ୍ଥାନରେ ଥିବା ବେଳେ ୱନିନ୍ଦୁ ହସରଙ୍ଗା ୧୪ଟି ୱିକେଟ ସହିତ ବୋଲରଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି ।

ଇଂଲଣ୍ଡର ଦାୱିଦ ମଲାନଙ୍କୁ ପଛରେ ପକାଇ ବାବର ପ୍ରଥମ ସ୍ଥାନରେ ପହଞ୍ଚିଥିବା ବେଳେ ହସରଙ୍ଗା ନିଜର ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ଭାରତୀୟ ଅଧିନାୟକ ବିରାଟୁ କୋହଲି ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି । ଏହା ସହିତ ବାବର ଆଜମ କେବଳ ଟି-୨୦ ନୁହେଁ ବରଂ ଦିନିକିଆରେ ମଧ୍ୟ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ଆଜମ ୮୩୪ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିବା ବେଳେ ୭୯୮ ପଏଣ୍ଟ ସହିତ ମଲାନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚ ୭୩୩ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ଅଛନ୍ତି । ଚଳିତ ବର୍ଷ ସର୍ବାଧିକ ୱିକେଟ ଅକ୍ତିଆର କରିଥିବା ୱନିନ୍ଦୁ ହସରଙ୍ଗା ପୂର୍ବବତ ନିଜର ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ହସରଙ୍ଗାଙ୍କ ଇକୋନୋମୀ ୫.୦୪ ରହିଥିବା ବେଳେ ସେ ୭୭୬ ରେଟିଂ ପଏଣ୍ଟ ହାସଲ କରିଛନ୍ତି । ୭୭୦ ରେଟିଂ ପଏଣ୍ଟ ସହିତ ତାବରେଜ ସାମ୍ସି ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

Get real time updates directly on you device, subscribe now.