fbpx

ଭୂମିକମ୍ପରେ ଥରିଲା ଆଇସଲ୍ୟାଣ୍ଡ: ୨୪ ଘଣ୍ଟାରେ ଅନୁଭୂତ ହେଲା ୧୪୦୦ ଥର

ନୂଆଦିଲ୍ଲୀ: ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡରେ ଅନୂଭୂତ ହୋଇଛି ଭୂମିକମ୍ପ । ତେବେ ଏହା ଥରେ ନୁହେଁ ଦୁଇ ଥର ନୁହେଁ ବରଂ ୧୪୦୦ ଥର ହୋଇଥିବା ସୂଚନା ମିଳିଛି । ପ୍ରାୟ ୨୪ ଘଣ୍ଟା ମଧ୍ୟରେ ଏହି ଝଟକା ଅନୁଭୂତ ହୋଇଥିବା ଜଣାପଡ଼ିଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ସର୍ବାଧିକ ତୀବ୍ରତା ୫.୨ ରେକର୍ଡ଼ କରାଯାଇଛି ।

ତେବେ ଏହି ଘଟଣା ପରେ ଆଇସଲ୍ୟାଣ୍ଡ ସରକାର ଦେଶରେ ଜରୁରୀକାଳୀନ ଘୋଷଣା କରିଛନ୍ତି । ଆଗ୍ନେୟଗିରି ଉଦଗୀରଣ ଆଶଙ୍କାରେ ସରକାର ଏହି ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବା କିମ୍ବା କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ ।

Get real time updates directly on you device, subscribe now.