fbpx

ହୁସିଆର! ICICI ବ୍ୟାଙ୍କର ଆଇମୋବାଇଲ ଆପରେ ଲିକ ହେଲା ଅନେକ କ୍ରେଡିଟ କାର୍ଡର ଡିଟେଲ୍ସ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ମୋବାଇଲ ଆପ୍ଲିକେସନ ଆଇମୋବାଇଲ ପେ ରେ ଟେକ୍ନିକ ସମସ୍ୟା ସାମ୍ନାକୁ ଆସିଛି । କିଛି ୟୁଜର୍ସ ଦାବି କରିଛନ୍ତି ଯେ, ଏହି ପ୍ଲାଟଫର୍ମରେ ଅନ୍ୟ କ୍ରେଡିଟ କାର୍ଡର ସେଂସିଟିଭ ଇନଫରମେସନ ଆଦି ଦେଖିବାକୁ ମିଳୁଛି । ଏହି ଅସୁବିଧାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୁମନ୍ତ ମଣ୍ଡଲ ନାମକ ଜଣେ ଟେକ୍ନୋଫିନୋ ଫାଉଣ୍ଡର ରିଜର୍ଭ ବ୍ୟାଙ୍କକୁ ଟ୍ୟାଗ କରି ଏହି ସମସ୍ୟାକୁ ଶିଘ୍ର ସମାଧାନ କରିବାକୁ କହିଛନ୍ତି ।

ସୁମନ୍ତ ମଣ୍ଡଳ ଲେଖିଛନ୍ତି ଯେ, ଶତାଧିକ ୟୁଜର୍ସ ରିପୋର୍ଟ କରିଛନ୍ତି ଯେ, ସେମାନେ ଆଇମୋବାଇଲ ଆପରେ ଅନ୍ୟ କଷ୍ଟମର୍ସଙ୍କ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ଡିଟେଲ୍ସ ଦେଖିପାରୁଛନ୍ତି । ଏଥିରେ କ୍ରେଡିଟ କାର୍ଡ ଡିଟେଲ୍ସ ଦେଖିବାକୁ ମିଳୁଛି । ଏଥିରେ କ୍ରେଡିଟ କାର୍ଡର ସମସ୍ତ ନମ୍ବର, ଏକ୍ସପାୟରୀ ଡେଟ ଏବଂ ସିବିବି ପର୍ଯ୍ୟନ୍ତ ଆଇମୋବାଇଲ ଆପରେ ଦେଖିବାକୁ ମିଳୁଛି । ଏଠାରେ ଇଣ୍ଟରନେସନାଲ ଟ୍ରାଞ୍ଜାକ୍ସନ ସେଟିଂକୁ ମଧ୍ୟ ମ୍ୟାନେଜ କରିବାର ଅପସନ ଦେଖିବାକୁ ମିଳୁଛି । ଏଥିରେ ୟୁଜର୍ସଙ୍କର କ୍ରେଡିଟ କାର୍ଡର ଇଣ୍ଟରନାସନାଲ ଟ୍ରାଞ୍ଜାକ୍ସନ କରିବା ସମ୍ଭବ ହୋଇଯିବ ଯାହା ବଡ ଆର୍ଥିକ ସମସ୍ୟା ସୃଷ୍ଟି କରିପାରେ ।

ଯେତେବେଳେ ଅନେକ ୟୁଜର୍ସ ଏହି ସମସ୍ୟାକୁ ସୋସିଆଲ ମିଡିଆରେ ପୋଷ୍ଟ କଲେ, ସେତେବେଳେ ସୁମନ୍ତ ମଣ୍ଡଲ ପୋଷ୍ଟ କରିଥିଲେ । ଏହା ଦ୍ୱାରା ଆଇସିଆଇସିଆଇ ବ୍ୟାଙ୍କ ଏହାର ସମାଧାନ ପାଇଁ ଆଇମୋବାଇଲ ଆପରେ କ୍ରେଡିଟ କାର୍ଡ ତଥ୍ୟ ଦେଖାଇବା ବନ୍ଦ କରିଦେଇଥିଲା । ତେବେ ଏହି ସମସ୍ୟା ସାମ୍ନାକୁ ଆସିବା ମାତ୍ରେ ୟୁଜର୍ସଙ୍କୁ କ୍ଷତି ନ ହେବା ଲାଗି ଟେକ୍ନୋଫିନୋର ପାଉଣ୍ଡର ପରାମର୍ଶ ଦେଇଥିଲେ ଯେ, ୟୁଜର୍ସ ନିଜ କ୍ରେଡିଟ କାର୍ଡକୁ ବ୍ଲକ କରିଦିଅନ୍ତୁ ।

Get real time updates directly on you device, subscribe now.