fbpx

ବିଜେପିରେ ମିଶିଲେ ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ

ନୂଆଦିଲ୍ଲୀ: ବିହାରର ପ୍ରସିଦ୍ଧ ଜଣାଶୁଣା ୟୁଟ୍ୟୁବର ମନୀଷ କାଶ୍ୟପ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦୋଇଛନ୍ତି । ସେ ଦିଲ୍ଲୀରେ ଦଳର ଅଧ୍ୟକ୍ଷ ଜେପି ନାଡାଙ୍କୁ ଭେଟି ବିଜେପିର ମିଶ୍ରଣର ମହା ପର୍ବରେ ସାମିଲ ହୋଇଛନ୍ତି ।
ମନୀଷ ତାଙ୍କର ବକ୍ତବ୍ୟରେ କହିଛନ୍ତି ଯେ, ମୋର ଯେଉଁ ଭାବ ବା ଆଦର୍ଶ ରହିଛି ତାହା ଡାଇରେକ୍ଟ ବିଜେପି ସହ ଖାପ ଖାଉଛି । ତେଣୁ ମୁଁ ବିଜେପିରେ ଯୋଗ ଦାନଦେଇଛି । ସେ ଆହୁରି ମଧ୍ୟ କହିଛନ୍ତି, ବିଜେପିରେ ମିଶିବାର ମୋର କୌଣସି ଆଗ୍ରହ ନଥିଲା କିନ୍ତୁ ବିଜେପିର ନେତା ମନୋଜ ତିୱାରୀ ମୋ ମାଆଙ୍କୁ ଡାକି ମୋତେ ଭାଜପାରେ ମିଶିବା ପାଇଁ କହିଥିଲେ । ମୁଁ ମୋର ମାଆଙ୍କ କଥାକୁ ଅବମାନନା କରିପାରିବି ନାହିିଁ ବୋଲି ବିଜେପିରେ ଯୋଗଦେଲି ।

Get real time updates directly on you device, subscribe now.