fbpx

ଆପଣଙ୍କ ଫୋନର ସମସ୍ତ ଡାଟା ରିଭିଲ କରୁଛି ଚାଇନିଜ କି-ବୋର୍ଡ, ସତର୍କ ରୁହନ୍ତୁ Xiaomi, OPPO ଏବଂ Vivo ୟୁଜର୍ସ

ନୂଆଦିଲ୍ଲୀ: ସାମସଙ୍ଗ, ଟେନସେଣ୍ଟ, ବାଇଡୁ ଏବଂ ଶାଓମୀ ସହ ଅନ୍ୟାନ୍ୟ ଫେମସ କମ୍ପାନୀମାନଙ୍କ କିବୋର୍ଡ ଆପ୍ସରେ ତ୍ରୁଟି ଦେଖିବାକୁ ମିଳିଛି । ଏହି କମ୍ପାନୀମାନ କ୍ଲାଉଡ ବେସଡ ପିନୟିନ ବେଷ୍ଟ କିବୋର୍ଡର ବ୍ୟବହାର କରୁଛି । ଏଥିରେ ଚାଇନିଜ ଅକ୍ଷରକୁ ରୋମାନରେ ଟ୍ରାନ୍ସଲେଟ କରିବାର ମେଥଡ ରହିଛି । ଏହି ତ୍ରୁଟି ସିଟିଜେନ ଲ୍ୟାବର ତଦନ୍ତରେ ସାମ୍ନାକୁ ଆସିଛି । ଏଥିରେ Baidu, Honor,Huawei, iFlytek, OPPO, Samsung, Tencent, Vivo, ଏବଂ Xiaomi ସହ ଅନେକ ଫୋନରେ ଏପରି ଆପ ପ୍ରାରମ୍ଭରୁ ଇନଷ୍ଟଲ ଅଛି ।

ରିସର୍ଚର ଜେଫରୀ ନାକେଲ, ମୋନା ବାଙ୍ଗ ଏବଂ ଜୋ ରିଚର୍ଟ କହିଛନ୍ତି ଯେ, ଗମନାଗମନରେ ଉପଭୋକ୍ତାମାନଙ୍କ କିଷ୍ଟ୍ରୋକ୍ସର କଣ୍ଟେଣ୍ଟକୁ ଦେଖିବା ଲାଗି ଏହାକୁ ବ୍ୟବହାର କରାଯାଇପାରିବ । ଏହି ଖୁଲାସା ଟୋରଣ୍ଟୋ ୟୁନିଭର୍ସିଟୀର ଲ୍ୟାବରେ କରାଯାଇଛି । ଏହା ଉପରେ ଗତ ବର୍ଷ ସୋଗୋ ଇନପୁଟ ମେଥଡରେ କ୍ରିପ୍ଟୋଗ୍ରାଫିକ ତ୍ରୁଟି ଗୁଡିକ ମଧ୍ୟ ପ୍ରକାଶ ପାଇଥିଲା ।

ଏକ୍ସପର୍ଟଙ୍କ ମୁତାବକ ପାଖାପାଖି ୧ କୋଟି ୟୁଜର୍ସ ଏହି ତ୍ରୁଟି ଦ୍ୱାରା ପ୍ରଭାବିତ ହୋଇପାରନ୍ତି । ଏଥିରେ ଖାସ କରି ସୋଗୋ, ବାଇଡୁ ଏବଂ ଆଇଫ୍ଲାଏଟେକର ଇନପୁଟ ମେଥଡ ଏଡିଟର୍ସଙ୍କର ବଜାରରେ ଏକ ବଡ ଅଂଶ ରହିଛି । Tencent QQ ପିନପିନ, ଯାହା CBC ପେଣ୍ଡିଙ୍ଗ ଓରେକଲ ଆକ୍ରମଣ ପ୍ରତି ସମ୍ବେଦନଶୀଳ ଅଛନ୍ତି ।

Baidu IME ରେ ଏକ ଏନକ୍ରିପସନ ପ୍ରୋଟୋକଲରେ ଏକ ବଗ ରହିଛି । ଏହି ନେଟଓ୍ବର୍କ ଟ୍ରାନ୍ସମିଶନକୁ ଡିକ୍ରିପ୍ଟର ପରମିଶନ ଦେଇଥାଏ । ଏତିକି ନୁହେଁ, ଏହା ଓ୍ବିଣ୍ଡୋଜରେ ଟାଇପ କରାଯାଉଥିବା ଟେକ୍ସଟକୁ ବାହାର କରିବାରେ ମଧ୍ୟ ଅନୁମତି ଦେଇଥାଏ । ଆଣ୍ଡ୍ରୋଏଡରେ ସାମସଙ୍ଗ କିବୋର୍ଡ, ଅନଏନକ୍ରିପ୍ଟେଡ ଏଚଟିଟିପିରେ କଷ୍ଟ୍ରୋଲ ଡାଟା ପ୍ରସାରିତ କରିଥାଏ । ସେହିପରି, ଶାଓମୀରେ Baidu, iFlytek ଏବଂ Sogou, Oppo ରେ Baidu ଏବଂ Soguର କିବୋର୍ଡ ଆପ୍ସ ସହ ପ୍ରି ଇନଷ୍ଟଲ ହୋଇ ଆସୁଛି ।

Get real time updates directly on you device, subscribe now.