fbpx

IDBI ବ୍ୟାଙ୍କରେ ଵମ୍ପର ନିଯୁକ୍ତି : ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ଖାଲି ରହିଛି ୬୦୦ଟି ପଦବୀ

ନୂଆଦିଲ୍ଲୀ : ବ୍ୟାଙ୍କରେ ଚାକିରି କରିବାକୁ ଇଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଆଇଡିବିଆଇ ବ୍ୟାଙ୍କ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି । ଏଠାରେ ଜୁନିଅର ଆସିଷ୍ଟାଣ୍ଟ ମ୍ୟାନେଜରର ୬୦୦ଟି ପଦବୀ ଖାଲିପଡିଛି । ଏଥିରେ ଆବେଦନ କରିବାକୁ ଚାହୁଁ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ www.idbibank.inକୁ ଯାଇ ଆବେଦନ କରିପାରିବେ । ଆବେଦନ ସେପ୍ଟେମ୍ବର ୧୫ ୨୦୨୩ରୁ ଆରମ୍ଭ ହୋଇଥିବା ବେଳେ ଏହା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଏହି ଆବେଦନଗୁଡ଼ିକ ଅନଲାଇନ୍ ହେବ ।। ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୬୦୦

ଜରୁରୀ ତାରିଖ : ଆବେଦନ ସେପ୍ଟେମ୍ବର ୧୫ ୨୦୨୩ରୁ ଆରମ୍ଭ ହୋଇଥିବା ବେଳେ ଏହାର ଶେଷ ତାରିଖ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ କୌଣସି ବିଷୟରେ ସ୍ନାତକ ହାସଲ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୦ରୁ ୨୫ ବର୍ଷ ହୋଇଥିବା ଜରୁରୀ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ପର୍ସନାଲ ଇଣ୍ଟରଭ୍ୟୁ ଜରିଆରେ ହେବ । ପ୍ରଥମେ ଅନଲାଇନ ଟେଷ୍ଟ ଦେବାକୁ ହେବ । ତା’ ପରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ । ପେପର ସଂକ୍ଷିପ୍ତ ରହିବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀଙ୍କୁ ଆବେଦନ ପାଇଁ ଶୁଳ୍କ ୧୦୦୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି ଏବଂ PWD ପ୍ରାର୍ଥୀଙ୍କ ପାଇଁ ୨୦୦ ଟଙ୍କା ଆବେଦନ ଶୁଳ୍କ ରହିଛି ।

ଅଧିକ ଜାଣିବା ପାଇଁ ଏହି ୱେବସାଇଟ ଚେକ୍‌ କରନ୍ତୁ :

https://www.idbibank.in/pdf/careers/Detailed-Advertisement-Jr-Asst-Mgr-IDBI-Bank-PGDBF-2023-24.

Get real time updates directly on you device, subscribe now.