fbpx

‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ର ଆଇଡ଼ିଆ କ’ଣ? ଜାଣନ୍ତୁ ଏଥିରେ ଦେଶକୁ ମିଳିବ କେଉଁସବୁ ଫାଇଦା

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ‘ୱାନ ନେସନ, ୱାନ ଇଲେକ୍ସନ’କୁ ନେଇ ଗଠିତ ଉଚ୍ଚ ସ୍ତରୀୟ ସମିତି ଗୁରୁବାର ଦିନ ନିଜ ରିପୋର୍ଟ ଦାଖଲ କରିଛନ୍ତି । ଉଚ୍ଚ ସ୍ତରୀୟ ସମିତି ଗୁରୁବାର ଦିନ ନିଜ ରିପୋର୍ଟ ଦାଖଲ କରିଛି । ଉଚ୍ଚ ସ୍ତରୀୟ ସମିତି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ନିଜ ରିପୋର୍ଟ ଦାଖଲ କରିଛନ୍ତି । ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଅଛନ୍ତି । ହେଲେ ଆପଣ ଜାଣିଛନ୍ତି କି ୱାନ ନେସନ ୱାନ ଇଲେକ୍ସନ କ’ଣ? ଏବଂ ଏହା ଲାଗୁ ହେବାରେ ଦେଶକୁ କେଉଁ ସବୁ ଫାଇଦା ମିଳିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ ।

ରାମନାଥ କୋବିନ୍ଦ ସମିତିର ଏହି ରିପୋର୍ଟ ସମୁଦାୟ ୧୮,୬୨୬ ପୃଷ୍ଠାର ଅଟେ । ସୂଚନା ମୁତାବକ ହାଇ ଲେବଲ କମିଟି ହିତାଧିକାରୀ, ବିଶେଷଜ୍ଞଙ୍କ ସହ ବ୍ୟାପକ ପରାମର୍ଶ ଏବଂ ୧୯୧ ଦିନ ପର୍ଯ୍ୟନ୍ତ ଲଗାତାର କାମ କରିବା ପରେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ତେବେ ଏହି ରିପୋର୍ଟରେ ୨୦୨୯ରେ ଏକକାଳୀନ ନିର୍ବାଚନ କରିବାକୁ ପରାମର୍ଶ ଦିଆଯାଇଛି । ଦେଶରେ ଯେକୌଣସି ମାସରେ, କୌଣସି ନା କୌଣସି ଅଞ୍ଚଳରେ ନିର୍ବାଚନ ହେଉଛି । ଦେଶରେ ତିନି ଦଶକରେ ଏପରି କୌଣସି ବର୍ଷ ନାହିଁ ଯେଉଁଥିରେ ନିର୍ବାଚନ ଆୟୋଗ ଯେକୌଣସି ରାଜ୍ୟରେ ନିର୍ବାଚନ କରାଇନାହିଁ ।

ଗୋଟିଏ ଦେଶ ଗୋଟିଏ ନିର୍ବାଚନର ପ୍ରକୃତ ଅର୍ଥ ଏହା ଯେ, ସଂସଦ, ବିଧାନସଭା ଏବଂ ସ୍ଥାନୀୟ ନାଗରିକ ନିର୍ବାଚନ ଏକ ସାଙ୍ଗରେ ଏକ ସମୟରେ ହେବା ଆବଶ୍ୟକ । ଏଥିରେ ଭୋଟର ଅର୍ଥାତ ଲୋକ ଗୋଟିଏ ଦିନରେ ସରକାର ବା ପ୍ରଶାସନର ତିନୋଟି ସ୍ତର ପାଇଁ ମତଦାନ କରିବେ । ବିଧାନସଭା ଏବଂ ସଂସଦର ନିର୍ବାଚନ କେନ୍ଦ୍ର ନିର୍ବାଚନ ଆୟୋଗ ସଂପର୍ଣ୍ଣ କରାଇଥାଏ । ସେହିପରି ସ୍ଥାନୀୟ ନାଗରିକ ନିର୍ବାଚନ ରାଜ୍ୟ ନିର୍ବାଚନ ଆୟୋଗ କରିଥାଏ । ସେଥିପାଇଁ ଟେକନିକ ଭାବେ ସଂସଦ ଏବଂ ବିଧାନସଭା ନିର୍ବାଚନକୁ ଏକ ସାଙ୍ଗରେ ସଂପର୍ଣ୍ଣ କରାଯାଇପାରିବ ।

ଦେଶକୁ ମିଳିବ ଏହି ଫାଇଦା:

-ସୂଚନାନୁଯାୟୀ, ଏଥିରେ ଦେଶକୁ ଫାଇଦା ମିଳିବ ଏବଂ ଦେଶର ରାଜକୋଷର ସଂଚୟ ମଧ୍ୟ ହେବ । କାରଣ ଦେଶରେ ନିର୍ବାଚନରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ।
-ଦେଶରେ ବାରମ୍ବାର ନିର୍ବାଚନ ହେବାରେ ସରକାରୀ ବ୍ୟବସ୍ଥା ବିଗିଡି ଯାଏ । ଏଥିରେ ବିକାଶ କାର୍ଯ୍ୟ ଉପରେ ମଧ୍ୟ ପ୍ରଭାବ ପଡିଥାଏ ।
-ସିବିଆଇ ଏବଂ ନିର୍ବାଚନ ଆୟୋଗର ଅନେକ ରିପୋର୍ଟରେ କୁହାଯାଇଛି ଯେ ନିର୍ବାଚନ ସମୟରେ କଳା ଟଙ୍କା ଖର୍ଚ୍ଚ ହୋଇଥାଏ। ନିର୍ବାଚନ ଅନୁଷ୍ଠିତ ହେବା ପରେ ଏହାକୁ ବନ୍ଦ କରାଯିବ।
-ଗୋଟିଏ ନିର୍ବାଚନ ହେତୁ ସରକାରୀ ମେସିନରୀ କେବଳ ଥରେ ବ୍ୟବହୃତ ହେବ। ଏହି କାରଣରୁ, ବିଦ୍ୟାଳୟ, କଲେଜ ଏବଂ ଅନ୍ୟାନ୍ୟ ବିଭାଗର ସରକାରୀ କର୍ମଚାରୀଙ୍କ ସମୟ ଏବଂ କାର୍ଯ୍ୟ ବାରମ୍ବାର ପ୍ରଭାବିତ ହେବ ନାହିଁ। ଯେଉଁଥିପାଇଁ ସମସ୍ତ ଅନୁଷ୍ଠାନ ଭଲ କାମ କରିବାକୁ ସକ୍ଷମ ହେବେ।
-ସବୁଠୁ ବଡ କଥା ହେଉଛି ନିର୍ବାଚନ ଅନୁଷ୍ଠିତ ହେବା ପରେ ଭୋଟରମାନେ ବହୁ ସଂଖ୍ୟାରେ ଭୋଟ୍ ଦେବେ ଏବଂ ଗଣତନ୍ତ୍ର ଅଧିକ ଶକ୍ତିଶାଳୀ ହେବ।

Get real time updates directly on you device, subscribe now.