fbpx

ATMରୁ ଟଙ୍କା ନୁହେଁ ବାହାରୁଛି ଇଡଲି-ଶାମ୍ବର: ହେଲା ନିଆରା ଉଦ୍ଭାବନ

Advertisement

ଏଟିଏମ୍ କଥା ଶୁଣିଲେ ସମସ୍ତେ ଟଙ୍କା କଥା ଚିନ୍ତା କରନ୍ତି । ହେଲେ ଏବେ ଚର୍ଚ୍ଚାକୁ ଆସିଛି ଇଡଲି ଏଟିଏମ୍ । ଦକ୍ଷିଣ ଭାରତରେ ସବୁଠାରୁ ପସନ୍ଦର ଖାଦ୍ୟ ଇଡଲି, ଶାମ୍ବର ଏଟିଏମରୁ ବାହାରୁଛି । କିନ୍ତୁ ଏଥିପାଇଁ ଆପଣଙ୍କୁ ଏଟିଏମକୁ ଟଙ୍କା ଦେବାକୁ ପଡିବ । ଗ୍ରାହକ ଟଙ୍କା ଦେଲେ, ମାତ୍ର କିଛି ସେକେଣ୍ଡ ମଧ୍ୟରେ ଗରମାଗରମ ଇଡଲି, ଶାମ୍ବର କିମ୍ବା ଚଟନିର ମଜା ପାଇପାରିବେ । ବିନା କୌଣସି କଣ୍ଟାକ୍ଟରେ ଭଲ ଭାବେ ସୁରେଶ ଚନ୍ଦ୍ରଶେଖରନ ମିଳିତ ଭାବେ ଏହି ଅଭିନବ ଏଟିଏମ ମେସିନକୁ ଉଦ୍ଭାବନ କରିଛନ୍ତି ।

ଲାଗିଥିବା ଏଟିଏମରୁ ଲୋକଙ୍କୁ ୨୪ ଘଣ୍ଟା ଇଡଲି ମିଳିପାରୁଛି । ମାତ୍ର ୧୨ ମିନିଟ୍ରେ ୭୨ଟି ଇଡଲି ଲୋକଙ୍କୁ ଦେଇପାରିବାର କ୍ଷମତା ରଖିଛି ଏହି ମେସିନ । ମେସିନରୁ ଆପଣ ଇଡଲି ସହ ଖାଇବା ପାଇଁ ପୋଦିନା ଚଟନୀ ଓ ସମ୍ବର ମଧ୍ୟ ପାଇପାରିବେ । ଏସବୁ କିଛି ଖାଦ୍ୟ ସ୍ୱଂୟଚାଳିତ ମେସିନ ଦ୍ୱାରା ପ୍ରସ୍ତୁତ ହେଉଥିବା ଜଣାଯାଇଛି । ଏଥିରେ କେହି ବି ହାତ ଲଗାଉ ନାହାନ୍ତି । ଏଟିଏମରୁ ଇଡଲି ବାହାର କରିବା ବେଶ ସହଜ । ତେବେ ଏଥିପାଇଁ ଆପଣଙ୍କୁ କେବଳ କ୍ୟୁଆର କୋଡ ସ୍କାନ କରିବା ପରେ ମେନ୍ୟୁ ଚାର୍ଟ ଆସିବ । ଏହି ମେନ୍ୟୁ ଅନୁସାରେ ଆପଣ ଅର୍ଡର ଦେବା ପରେ ପେମେଣ୍ଟ କରିବେ । ଅର୍ଡରର ୫୫ ସେକେଣ୍ଡ ମଧ୍ୟରେ ପ୍ୟାକେଟରେ ଆପଣଙ୍କ ପାଖକୁ ଗରମାଗରମ ଇଡଲି ପହଞ୍ଚିଯିବ । ଏପରି ଅଭିନବ ଚିନ୍ତାଧାରା ପଛରେ ରହିଛନ୍ତି ଇଞ୍ଜିନିୟର ହିରେମତ ।

୨୦୧୬ରେ ତାଙ୍କ ଝିଅ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ସେ ଇଡଲି, ସମ୍ବର ଖାଇବାକୁ ଇଚ୍ଛା କରିଥିଲେ । ତେଣୁ ପ୍ୟାକିଂ ସହ ATMରୁ ଇଡଲି ବାହାରୁଛି ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି କଣ୍ଟାକ୍ଟଲେସ୍ ଇଡଲି ତିଆରି ମେସିନକୁ ଷ୍ଟାର୍ଟଅପ ଫ୍ରେଶ୍ଅପ୍ ରୋବୋଟିକ୍ସ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ବେଙ୍ଗାଲୁରୁ ଭିତ୍ତିକ ଉଦ୍ୟୋଗୀ ଶାରନ ହିରେମତ ଓ ନଥିଲେ । ତେଣୁ ସେବେଠାରୁ ସେ ଅଟୋମେଟିକ ମେଶିନ ଦ୍ୱାରା ୨୪ ଘଣ୍ଟିଆ ଇଡଲି ତିଆରି ବ୍ୟବସ୍ଥା ବାହାର କରିବା ଦିଗରେ ଲାଗି ପଡ଼ିଥିଲେ । ଏବେ ତାଙ୍କ ସ୍ୱପ୍ନ ସାକାର ହୋଇପାରିଛି । ବର୍ତ୍ତମାନ ବେଙ୍ଗାଲୁରୁର ଦୁଇଟି ସ୍ଥାନରେ ଇଡଲି ଏଟିଏମ୍ ବ୍ୟବସ୍ଥା ରହିଛି । ଆଗକୁ ବିଭିନ୍ନ ସ୍ଥାନରେ ଏହାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.