fbpx

କେଜ୍ରିୱାଲଙ୍କୁ ଯଦି ଇଡି ଗିରଫ କରେ ତେବେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଜରୁରୀ କି? ସମ୍ବିଧାନ ନିୟମ କ’ଣ କହୁଛି

Advertisement

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନେ ପହଞ୍ଚି ତାଙ୍କୁ ପଚରାଉଚରା କରୁଛନ୍ତି । ଏହି ଅବସରରେ କେଜ୍ରିୱାଲଙ୍କର ମୋବାଇଲକୁ ଜବତ କରାଯାଇଥିବା ବେଳେ ତାଙ୍କ ଘର ବାହାରେ ବହୁ ମାତ୍ରାରେ ପୋଲିସ ଫୋର୍ସଙ୍କୁ ମୁତୟନ କରଯାଇଛି । ଆମ୍ ଆଦମୀ ପାର୍ଟି (ଆପ)ର କୌଣସି ମନ୍ତ୍ରୀଙ୍କୁ ଘର ଭିତରକୁ ଯିବାକୁ ଅନୁମତି ଦିଆଯାଉ ନାହିଁ । ଏପରି ସ୍ଥିତିରେ ଦିଲ୍ଲୀ ମଦ ନୀତି ଘୋଟାଲାରେ କେଜ୍ରିୱାଲ ଗିରଫ ହେବା ନେଇ ଆଶଙ୍କା କରାଯାଉଛି ।

ତେବେ ଯଦି କେଜ୍ରିୱାଲଙ୍କୁ ଗିରଫ କରାଯାଏ, ତେବେ ସେ ଇସ୍ତଫା ଦେବେ ନାହିଁ ବୋଲି ଦିଲ୍ଲୀ ବିଧାନସଭାର ବାଚସ୍ପତି ରାମ ନିବାସ ଗୋଏଲ ଏକ ବଡ଼ ବୟାନ ଦେଇଛନ୍ତି । ତେବେ ଯଦି ଜଣେ ମୁଖ୍ୟମନ୍ତ୍ରୀଙ୍କ ଗିରଫ ହୋଇ ଜେଲ ଯାଆନ୍ତି ତେବେ ସେ ଉକ୍ତ ପଦରୁ ଇସ୍ତଫା ଦେବେ କି ନା, ଏନେଇ କ’ଣ ନିୟମ ରହିଛି ତାହା ସମସ୍ତେ ଜାଣିବା ଆବଶ୍ୟକ । ଯଦି କୌଣସି ମୁଖ୍ୟମନ୍ତ୍ରୀ ଜେଲ ଯାଆନ୍ତି ତେବେ ସେ ପଦରୁ ଇସ୍ତଫା ଦେବା ଆବଶ୍ୟକ ବୋଲି ଭାରତୀୟ ସମ୍ବିଧାନରେ କୌଣସି ସ୍ଥାନରେ ଲେଖାହୋଇନାହିଁ ।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତା ଜେଲ ଯିବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଥିଲେ । ତେଣୁ ସମ୍ବିଧାରେ ଏପରି କୌଣସି ବିଶେଷ ପ୍ରାବଧାନ ନଥିବାରୁ କେଜ୍ରିୱାଲ ଇସ୍ତଫା ଦେବା ଜରୁରୀ ନୁହେଁ । ସେ ଜେଲରେ ଥାଇ ସରକାର ଚଳାଇ ପାରିବେ । ମଦ ନୀତି ମାମଲାରେ ଯେ ପର୍ଯ୍ୟନ୍ତ ଯାଞ୍ଚ ଏଜେନ୍ସି କେଜ୍ରିୱାଲଙ୍କୁ ଦୋଷୀ ସାବ୍ୟସ୍ତ କରିନାହିଁ, ସେ ପର୍ଯ୍ୟନ୍ତ ସେ ସିଏମ୍ ପଦରେ ରହିପାରିବେ ।

Get real time updates directly on you device, subscribe now.