fbpx

‘ମୋଦୀ ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ମୁଁ ଲଣ୍ଡା ହେବି’, ଏକଜିଟ୍ ପୋଲକୁ ନେଇ ଆପ୍ ପ୍ରାର୍ଥୀ ସୋମନାଥ ଭାରତୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଭୋଟିଂ ଶେଷ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ନେଇ ଶନିବାର ଆସିଥିବା ଅନେକ ଏଗଜିଟ୍ ପୋଲରୁ ଅନୁମାନ କରାଯାଉଛି । ଏହା ସହ ବିଜେପିର ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସକୁ ବହୁମତ ମିଳିବା ନେଇ ଅନୁମାନ କରାଯାଉଛି । ଏଥିମଧ୍ୟରେ ନୂଆଦିଲ୍ଲୀ ଲୋକସଭା ଅସନର ଆପ୍ ପ୍ରାର୍ଥୀ ସୋମନାଥ ଭାରତୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ସେ କହିଛନ୍ତି ଯଦି ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ଲଣ୍ଡା ହୋଇଯିବେ ।

ବର୍ତ୍ତମାନ ଏକଜିଟ୍ ପୋଲକୁ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ଦେଖାଦେଇଛି । ଏଥିମଧ୍ୟରେ ନୂଆଦିଲ୍ଲୀ ଲୋକସଭା ଅସନର ଆପ୍ ପ୍ରାର୍ଥୀ ସୋମନାଥ ଭାରତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସୋମନାଥ ଭାରତୀ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଜୁନ୍ ୪ରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ସମସ୍ତ ଏକଜିଟ୍ ପୋଲ୍ ଭୁଲ ପ୍ରମାଣିତ ହେବ । ଯଦି ମୋଦୀ ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ମୁଁ ଲଣ୍ଡା ହୋଇଯିବି । ଦିଲ୍ଲୀରେ ଇଣ୍ଡିଆ ମେଣ୍ଟ ସମସ୍ତ ୭ଟି ଆସନରେ ବିଜୟ ଲାଭ କରିବ ।’ କହିରଖୁଛୁ ସୋମନାଥ ଭାରତୀ ନୂଆଦିଲ୍ଲୀ ଆସନରୁ ବିଜେପି ପ୍ରାର୍ଥୀ ବାଂସୁରୀ ସ୍ୱରାଜଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବାଂସୁରୀ ସ୍ୱରାଜ ହେଉଛନ୍ତି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱାରାଜଙ୍କ ସୁପୁତ୍ରୀ । ବିଜେପି ତାଙ୍କୁ ପ୍ରଥମ ଥର ପାଇଁ ରାଜନୀତି ମଇଦାନରେ ଓହ୍ଲାଇଛି ।

Get real time updates directly on you device, subscribe now.