fbpx

ଖୁସିଖବର; ଆକାଉଣ୍ଟରୁ ଟଙ୍କା ଚୋରି ହେଲେ ବ୍ୟାଙ୍କ ନେବ ଆକ୍ସନ, ଜାଣନ୍ତୁ କ’ଣ ରହିଛି ନୂଆ ସିଷ୍ଟମ

ନୂଆଦିଲ୍ଲୀ: ଆଜିର ଯୁଗରେ ଅନଲାଇନ କାର୍ଯ୍ୟକଳାପ ବଢ଼ୁଥିବା ସହିତ ଠକେଇ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଲୋକଙ୍କୁ ଠକିବାରେ ସାଇବର ଠକମାନେ କୌଣସି ସୁଯୋଗ ବି ଛାଡୁନାହାନ୍ତି । ମାତ୍ର ଗୋଟିଏ ମିନିଟରେ ଆପଣଙ୍କ ସମସ୍ତ ଝାଳବୁହା ଧନ ସେମାନେ ଚୋରି କରି ନେଉଛନ୍ତି । ଏଥିପାଇଁ ଲୋକମାନଙ୍କ ସର୍ବଦା ସତର୍କ ରହବିାକୁ ପରାମର୍ଶ ଦିଆଯାଉଛି । ଟଙ୍କା ଚୋରି ହେଲେ କ’ଣ କରିବେ ବୁଝି ପାରନ୍ତି ନାହିଁ ଓ ବ୍ୟାଙ୍କର ଚକ୍କର ମାରିଥାନ୍ତି । କିନ୍ତୁ ଏବେ ବ୍ୟାଙ୍କୁ ଯିବାକୁ ପଡିବ ନାହିଁ, କାରଣ ଏବେ ଆପଣ ସିଧ।।ସଳଖ ସେଣ୍ଟ୍ରଲାଇଜ୍ ପୋର୍ଟାଲରେ ନିଜର ଅଭିଯୋଗ କରିପାରିବେ ।

ଠକେଇ ମାମଲାରେ ପୋଲିସ ପାଖରେ ଅଭିଯୋଗଠାରୁ ନେଇ ବ୍ୟାଙ୍କ ଯିବା ମଧ୍ୟରେ ଅନେକ ପ୍ରକ୍ରିୟା ରହିଛି । ଏହି ଲମ୍ବା ପ୍ରକ୍ରିୟା ପରେ ମାମଲାର କେତେଦିନ ପରେ ସମାଧାନ ହେବ ତାହା ବି ସ୍ପଷ୍ଟ ହୋଇନଥାଏ । ଏଥିପାଇଁ ସମସ୍ତ ସମସ୍ୟାକୁ ନେଇ ସରକାର ଏକ ସେଣ୍ଟ୍ରଲାଇଜ୍ ପୋର୍ଟାଲ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଅନଲାଇନ୍ ପୋର୍ଟାଲରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଆରବିଆଇ ଏବଂ ସରକାର କାମ କରୁଛନ୍ତି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ପଦକ୍ଷେପ…

-ଏକ ସେଣ୍ଟ୍ରଲାଇଜ୍ ପୋର୍ଟାଲ ତିଆରି ପାଇଁ ପ୍ରସ୍ତୁତି

-ବ୍ୟାଙ୍କିଂ ଠକେଇ ସମୟରେ ଗ୍ରାହକମାନେ ପୋର୍ଟାଲରେ ଅଭିଯୋଗ କରିପାରିବେ

-ବ୍ୟାଙ୍କ ପ୍ରଥମେ ଏହି ଠକେଇର ସୂଚନା ଦେବ ।

ତେବେ ବ୍ୟାଙ୍କିଙ୍ଗ୍ ଠକେଇ ଘଟଣାରେ ପ୍ରଥମେ ବ୍ୟାଙ୍କକୁ ଏହାର ସୂଚନା ଦେବାକୁ ପଡିବ । ଯଦି ଆପଣଙ୍କର ଅଭିଯୋଗ ଉପରେ ୩୦ ଦିନ ପାଇଁ ବ୍ୟାଙ୍କ ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆପଣ ଇଣ୍ଟିଗ୍ରେଟେଡ୍ ଓମ୍ବୁଡ୍ସ ନିକଟକୁ ଯାଇପାରିବେ । ଉଲ୍ଲେଖନୀୟ ଯେ, ସରକାର ଇଣ୍ଟିଗ୍ରେଟେଡ୍ ଓମ୍ବୁଡ୍ ସ୍କିମ୍ ଆରମ୍ଭ କରିଛନ୍ତି । ଏହା ଅଧୀନରେ ସେଣ୍ଟ୍ରଲାଇଜ୍ ପୋର୍ଟାଲ ସିଷ୍ଟମ ତିଆରି କରିବାକୁ ଏବେ ପ୍ରସ୍ତୁତି ଚାଲିଛି । ଏହା ସାହାଯ୍ୟରେ ଗ୍ରାହକମାନେ ଏଠାରେ ଅନଲାଇନ୍ ଠକେଇ ମାମଲାରେ ସିଧାସଳଖ ଅଭିଯୋଗ କରିପାରିବେ ।

ଇଣ୍ଟିଗ୍ରେଟେଡ୍ Ombud ସ୍କିମ୍ କ’ଣ?

– ଇଣ୍ଟିଗ୍ରେଟେଡ୍ ଓମ୍ବୁଡ୍ ସିଷ୍ଟମ୍ ବିଭିନ୍ନ ଅଞ୍ଚଳ ହିସାବରେ ବିଭକ୍ତ ।

– ଯେଉଁଠାରେ ସମସ୍ୟା ଅଛି, ସେହି ଅଞ୍ଚଳର ଓମ୍ବଡସ୍ ଏହାକୁ ଦେଖାଇବ ।

– ସେଣ୍ଟ୍ରଲାଇଜ୍ ପୋର୍ଟାଲ ସିଷ୍ଟମ ଆଣିବାକୁ ସରକାର ପ୍ରସ୍ତୁତ ଅଛନ୍ତି, ଯାହା ଅଧୀନରେ ଇଣ୍ଟିଗ୍ରେଟେଡ୍ ଓମ୍ବୁଡ୍ ସ୍କିମ୍ ପ୍ରସ୍ତୁତ କରାଯାଇଛି ।

– ଏହା ଅଧୀନରେ ଆପଣ ନିଜର ଅଭିଯୋଗକୁ ଗୋଟିଏ ଇମେଲ୍, ଗୋଟିଏ ଆଡ୍ରେସ୍ ଏବଂ ପୋର୍ଟାଲ୍ ମାଧ୍ୟମରେ ରୁଜୁ କରିପାରିବେ ।

Get real time updates directly on you device, subscribe now.