fbpx

ଆପଣଙ୍କୁ କମ୍ ରାସନ ଦେଉଛନ୍ତି କି ଡିଲର୍? ତେବେ ଏହି ନମ୍ବରରେ କରନ୍ତୁ ଅଭିଯୋଗ

ନୂଆଦିଲ୍ଲୀ : ରାସନ କାର୍ଡ ଏପରି ଏକ ଡକ୍ୟୁମେଣ୍ଟ, ଯାହା ଜରିଆରେ ଆପଣଙ୍କୁ ଶସ୍ତାରେ ରାସନ ମିଳିଯାଏ । କିନ୍ତୁ ଅନେକଥର ଦେଖିବାକୁ ମିଳିଥାଏ କି, ଡିଲରମାନେ ରାସନକାର୍ଡଧାରୀଙ୍କୁ ରାସନ ଦେବାକୁ ମନା କରନ୍ତି ବା ଓଜନଠାରୁ କମ୍ ରାସନ ଦେଇଥାନ୍ତି । ଯଦି ଆପଣଙ୍କ ସହିତ ବି ଏପରି କିଛି ଘଟୁଛି, ତେବେ ଚିନ୍ତା କରନ୍ତୁ ନାହିଁ । ସରକାରଙ୍କ ପକ୍ଷରୁ ରାଜ୍ୟ ହିସାବରେ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ଯଦି ଆପଣଙ୍କୁ ବି କମ୍ ରାସନ ମିଳୁଛି, ତେବେ ଏହି ନମ୍ବରକୁ ଫୋନ୍ କରି ଅଭିଯୋଗ କରିପାରିବେ ।

ତେବେ ନିଜ ରାଜ୍ୟର ଟୋଲ ଫ୍ରି ନମ୍ବର ଜାଣିବାକୁ ଚାହୁଁଥିଲେ, ଆପଣଙ୍କୁ ନ୍ୟାସନାଲ ଫୁଡ୍ ସିକ୍ୟୁରିଟି ପୋର୍ଟାଲର ଏହି ଲିଙ୍କ୍ ଯିବାକୁ ପଡିବ, ଯେଉଁଥିରେ ଆପଣ ସମସ୍ତ ରାଜ୍ୟର ଟୋଲ ଫ୍ରି ନମ୍ବର ବିଷୟରେ ଜାଣିପାରିବେ । ଏହି ନମ୍ବର ମାଧ୍ୟମରେ ରାସନ କାର୍ଡ ଶୀଘ୍ର ପାଇବାକୁ ଓ କମ୍ ରାସନ ପାଉଥିଲେ ଅଭିଯୋଗ କରିପାରିବେ । ଓଡ଼ିଶା ପାଇଁ ଟୋଲ ଫ୍ରି ନମ୍ବର ରହିଛି- ୧୮୦୦୩୪୫୬୭୨୪/୬୭୬୦ ।

ଅନ୍ୟପଟେ ରାସନ କାର୍ଡ ପ୍ରସ୍ତୁତ କରିବାକୁ ଚାହୁଁଥିଲେ ଆପଣଙ୍କୁ ପ୍ରଥମେ ନିଜ ରାଜ୍ୟ ଅଫିସିଆଲ ସାଇଟକୁ ଯିବାକୁ ପଡିବ । ରାସନ କାର୍ଡ କରିବାକୁ ଆଇଡି ପ୍ରୁଫ୍ ଭାବରେ ଆଧାର କାର୍ଡ, ଭୋଟର ଆଇଡି, ପାସପୋର୍ଟ ଦିଆଯାଇପାରିବ । ଯଦି କାର୍ଡ ନାହିଁ, ତେବେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୌଣସି କାର୍ଡ, ହେଲଥ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଦେଇପାରିବେ । ଆପଣଙ୍କୁ ରାସନ କାର୍ଡ ଆବେଦନ କରିବା ସହିତ ୫ରୁ ୪୫ ଟଙ୍କା ଫିସ୍ ଦେବାକୁ ପଡିବ ।

Get real time updates directly on you device, subscribe now.