ଝିଅ ଶାଶୁଘରେ ରହିଲେ ଛାଡ଼ପତ୍ର ଦେଇପାରିବେ ସ୍ୱାମୀ! High Court ଦେଲେ ଅଦ୍ଭୁତ ରାୟ

ନୂଆଦିଲ୍ଲୀ: ପରିବାର ଏବଂ ସମ୍ପର୍କକୁ ନେଇ ଆଉ ଏକ ବଡ଼ ରାୟ ଶୁଣାଇଛନ୍ତି ହାଇକୋର୍ଟ । ଏଣିକି ଝିଅର ଶାଶୁ ଘରେ ପରିବାରର କୌଣସି ସଦସ୍ୟ କିମ୍ବା ସାଙ୍ଗସାଥୀ ରହିବା ବି କ୍ରୁରତା ହୋଇପାରେ । ଏଥିପାଇଁ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇପାରନ୍ତି ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ । ଏ ନେଇ ଏକ ମାମଲାରେ ଛାଡ଼ପତ୍ର ପାଇଁ ମଞକଜୁରୀ ଦେଇଛନ୍ତି କୋଲକାତା ଅଦାଲତ । ସ୍ୱାମୀଙ୍କ ଇଚ୍ଛା ବିନା ପତ୍ନୀଙ୍କ ସାଙ୍ଗସାଥୀ କିମ୍ବା ସମ୍ପର୍କୀୟ ଅଧିକ ଦିନ ରହିବା କ୍ରୁରତା ବୋଲି ଅଦାଲତ ମତ ଦେଇଛନ୍ତି । ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କ ଜୀବନ ଉପରେ ବେଶ୍ ପ୍ରଭାବ ପଡ଼ିଥାଏ ।

ସୂଚନା ଅନୁସାରେ, ପଶ୍ଚିମବଙ୍ଗର ନାବାଦ୍ୱୀପରେ ଉଭୟଙ୍କ ବିବାହ ହୋଇଥିଲା । ପରେ ୨୦୦୬ ମସିହାରେ ଏହି ଦମ୍ପତି କୋଲାଘାଟ ଚାଲି ଆସିଥିଲେ । କିନ୍ତୁ ୨୦୦୮ ମସିହାରେ ପତ୍ନୀ ନାରକେଲଡାଙ୍ଗା ଫେରି ଆସିଥିଲେ । ମହିଳା ଜଣ ସିୟାଲଦହରେ କମା କରୁଥଇବା ବେଳେ ଏହା କମ୍ ଦୂରତାରେ ଥିବାରୁ ସେ ଏଠାକୁ ଚାଲି ଆସିଥିବା କହିଛନ୍ତି । କିନ୍ତୁ ସ୍ୱାମୀଙ୍କ ପାଖରୁ ଦୂରେଇ ଆସିବାର କାରଣ ଅସହାୟତା ବୋଲି କହିଛନ୍ତି ଏହି ମହିଳା ଜଣକ । ତେବେ ୨୦୦୮ରେ କୋଲାଘାଟ ସ୍ଥିତ ସ୍ୱାମୀଙ୍କ ଘରେ ପତ୍ନୀଙ୍କ ସମ୍ପର୍କୀୟ ଏବଂ ଜଣେ ବନ୍ଧୁ ରହିବାକୁ ଆସିଥିଲେ । ପତ୍ନୀ ଘରେ ନଥିବା ବେଳେ ଏଠାରେ ସମ୍ପର୍କୀୟଙ୍କ ରହିବାକୁ ସେ ସହଜରେ ଗ୍ରହଣ କରିପାରି ନାହାନ୍ତି ।

ଏହାପରେ ପତ୍ନୀ ୨୦୧୬ ମସିହାରେ ଉତ୍ତରପାରା ଚାଲି ଯାଇଥିଲେ । ଏହି ମାମଲାକୁ ନେଇ ସ୍ୱାମୀ ଏକ ମାମଲା ରୁଜୁ କରିଥିଲେ । ସ୍ୱାମୀଙ୍କ ପାଖରେ ପତ୍ନୀ ନ ରହିବା ଏକ କ୍ରୁରତା ବୋଲି କହି ସେ ଅପିଲ କରିଥିଲେ । ଏହାବ୍ୟତୀତ ପତ୍ନୀ କୌଣସି ପ୍ରକାରର ସମ୍ପର୍କ ରଖିବାକୁ ଇଚ୍ଛା ପ୍ରକାଶ କରୁ ନଥିବା ବେଳେ ଉତ୍ତରାଧିକାରୀ ପାଇଁ ମଧ୍ୟ ଅନିଚ୍ଛୁକ ରହିଛନ୍ତି । ସେପଟେ ପତ୍ନୀଙ୍କ ଅନୁପସ୍ଥିତିରେ ତାଙ୍କ ସମ୍ପର୍କୀୟ ଏବଂ ବନ୍ଧୁଙ୍କ ରହିବା ଏକ କ୍ରୁରତା ବୋଲି ହାଇକୋର୍ଟ ହୃଦୟଙ୍ଗମ କରି ଛାଡ଼ପତ୍ର ପାଇଁ ଅନୁମତି ଦେଇଛନ୍ତି ।