fbpx

ଆପଣଙ୍କର ନିକଟରେ ଅଛି କି PF ଆକାଉଣ୍ଟ? ତେବେ ଘଣ୍ଟାକ ମଧ୍ୟରେ ଆପଣଙ୍କୁ ମିଳିବ ୧ ଲକ୍ଷ ଟଙ୍କା, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଦୁନିଆରେ ଲୋକଙ୍କୁ ଟଙ୍କା ସହ ଜଡିତ ଅନେକ ସମସ୍ୟା ରହିଛି । ଯଦି ଆପଣଙ୍କୁ ବି ଟଙ୍କା ଆବଶ୍ୟକ ରହିଛି, ତେବେ ଚିନ୍ତା କରନ୍ତୁ ନାହିଁ । ଯଦି ଆପଣ ଚାକିରି କରୁଛନ୍ତି ଓ ପାଖରେ ପିଏଫ୍ ଆକାଉଣ୍ଟ ଅଛି, ତେବେ ଘଣ୍ଟାକ ମଧ୍ୟରେ ଆପଣଙ୍କୁ ୧ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଉଠାଇପାରିବେ । କରୋନା ମହାମାରୀର ସମସ୍ୟାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ PF ରୁ ଟଙ୍କା ଉଠାଇବାର ନିୟମରେ ପରିବର୍ତ୍ତନ କରିଛନ୍ତି ।

ଏଣିକି ପିଏଫ ଆକାଉଣ୍ଟ ହୋଲ୍ଡରଙ୍କୁ ଟଙ୍କା ଉଠାଇବାକୁ ୩ରୁ ୭ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ । ଏବେ କେବଳ ଘଣ୍ଟାକ ମଧ୍ୟରେ ପିଏଫ୍ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିଯିବ । ଆପଣ ଇପିଏଫରୁ ୧ ଲକ୍ଷ ଟଙ୍କା ଆଡଭାନ୍ସ ପିଏଫ୍ ବାଲାନ୍ସ ଉଠାଇପାରିବେ । ଆପଣ ଯେକୌଣସି ପ୍ରକାରର ମେଡିକାଲ ଜରୁରୀକାଳୀନ ପରିସ୍ଥିତିରେ ଟଙ୍କା ଉଠାଇପାରିବେ । ଏହି ସର୍ଭିସର ଫାଇଦା ଉଠାଇବାକୁ ହେଲେ ଆପଣଙ୍କୁ ଖର୍ଚ୍ଚ ଦେଖାଇବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଏଥିପାଇଁ କିପରି ଆବେଦନ କରିବେ…

୧- ସର୍ବପ୍ରଥମେ www.epfindia.gov.in ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

୨-ୱେବସାଇଟ୍ ର ହୋମ ପେଜର ଡାହାଣ ପାର୍ଶ୍ୱରେ COVID-19 ର ଏକ ଟ୍ୟାବ୍ ରହିଛି । ଏହି ଟ୍ୟାବ୍ ଉପରେ କ୍ଲିକ୍ କରି ଆପଣ ଅନଲାଇନ୍ ଆଡଭାନ୍ସ ଦାବି ନେଇପାରିବେ ।

୩- https://unifiedportalmem.epfindia.gov.in/memberinterface ଅନଲାଇନ୍ ସେବାକୁ ଯାଆନ୍ତି ।

୪- ଦାବି (ଫର୍ମ -୩୧,୧୯,୧୦C ଏବଂ ୧୦D) କୁ ଯାଆନ୍ତୁ ।

୫-ଆପଣଙ୍କର ବ୍ୟାଙ୍କ ଖାତାର ଶେଷ ୪ ଅଙ୍କ ଏଣ୍ଟର କରନ୍ତୁ ଏବଂ ଯାଞ୍ଚ କରନ୍ତୁ ।

୬- Proceed for Online Claim ଉପରେ କ୍ଲିକ୍ କରନ୍ତୁ ।

୭- ଡ୍ରପ୍ ଡାଉନ୍ ରୁ PF Advanceକୁ ଚୟନ କରନ୍ତୁ (ଫର୍ମ ୩୧) ।

୮- ନିଜ କାରଣକୁ ଚୟନ କରନ୍ତୁ, ଆବଶ୍ୟକ ଟଙ୍କାର ପରିମାଣ ଏଣ୍ଟର କରନ୍ତୁ ଏବଂ ଚେକ୍ ର ସ୍କାନ୍ କପି ଅପଲୋଡ୍ କରନ୍ତୁ ଏବଂ ଆପଣଙ୍କର ଠିକଣା ଏଣ୍ଟର କରନ୍ତୁ ।

୯- Get Aadhaar OTP ଉପରେ କ୍ଲିକ୍ କରନ୍ତୁ ଏବଂ ଆଧାର ସହ ଲିଙ୍କ୍ ହୋଇଥିବା ମୋବାଇଲରେ ଆସିଥିବା ଓଟିପି ଟାଇପ୍ କରନ୍ତୁ ।

ଏପରି କରିବା ଦ୍ୱାରା ଆପଣଙ୍କ ଦାବି ଦାଖଲ ହୋଇଯିବ ।

Get real time updates directly on you device, subscribe now.