fbpx

ଯଦି ରାତିରେ କ୍ଷୀର ପିଇବା ଭଳି ଭୁଲ୍ କରୁଛନ୍ତି ତେବେ ସାବଧାନ ! ହୋଇପାରେ ମାରାତ୍ମକ

ସୁସ୍ଥ ରହିବା ପାଇଁ ପ୍ରତିଦିନ କ୍ଷୀର ପିଇବା ଜରୁରୀ । କ୍ଷୀରରେ କ୍ୟାଲସିୟମ ସମେତ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଆମ ହାଡ ଏବଂ ଦାନ୍ତକୁ ଶକ୍ତ କରିଥାଏ । ଅନେକ ଲୋକେ ରାତିରେ କ୍ଷୀର ପିଇବା ପାଇଁ ଭଲ ପାଆନ୍ତି । ଅଧିକାଂଶ ଲୋକେ ରାତିରେ କ୍ଷୀର ପିଇବା ଭଲ ବୋଲି କହୁଥିବା ଆପଣମାନେ ଶୁଣିଥିବେ ମଧ୍ୟ । ଆପଣ ବି ଯଦି ରାତିରେ କ୍ଷୀର ପିଇବା ଭଳି ଭୁଲ୍ କରୁଛନ୍ତି ତେବେ ସାବଧାନ । ଏହା ମାରାତ୍ମକ ହୋଇପାରେ । ରାତିରେ କ୍ଷୀର ପିଇବା ଦ୍ୱାରା ଆମକୁ ଅନେକ କ୍ଷତି ସହିବାକୁ ପଡିପାରେ ।

ଯେଉଁମାନଙ୍କହ ଚର୍ମ ତଥା ବ୍ରଣ ଜନିତ ସମସ୍ୟା ରହିଛି, ସେହିମାନଙ୍କୁ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଉଚିତ୍ ନୁହେଁ । ଦୁଗ୍ଧଜାତ ଦ୍ରବ୍ୟ ମଧ୍ୟ ଅଧିକାଂଶ ଯୁବପିଢ଼ିଙ୍କ ମୁହଁରେ ବ୍ରଣ ସମସ୍ୟା ସୃଷ୍ଟି କରିପାରେ । ଦୁଗ୍ଧଜାତ ଦ୍ରବ୍ୟ ଏଗଜିମାକୁ ବିଗାଡିପାରେ ବୋଲି ଅନେକ ଗବେଷଣାରୁ ଜଣାପଡିଛି ।

ଯେଉଁମାନଙ୍କର କୌଣସି ପ୍ରକାରର ଆଲର୍ଜି ସମସ୍ୟା ଥାଏ, ସେମାନେ କ୍ଷୀର କିମ୍ବା ଦୁଗ୍ଧଜାତ ଦ୍ରବ୍ୟ କମ୍ ଖାଇବା ଉଚିତ୍ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି । ଆଲର୍ଜି ସମସ୍ୟା ଥିବା ଲୋକେ ରାତିରେ ଆଦୌ କ୍ଷୀର ପିଇବା ଉଚିତ୍ ନୁହେଁ । ବଶେଷ କରି କ୍ଷୀର ଚର୍ମ କିମ୍ବା ଅନ୍ୟାନ୍ୟ ଅଙ୍ଗରେ ଥିବା ଆଲର୍ଜି ସମସ୍ୟାକୁ ଆହୁରି ବଢ଼ାଇଥାଏ ବୋଲି ଜଣାଯାଇଛି ।

ଶରୀରର ଯେକୌଣସି ଅଙ୍ଗରେ ଆଘାତ ଲାଗିଲେ ହଳଦୀ ମିଶା କ୍ଷୀର ପିଇବାକୁ ପରାମର୍ଶ ଦିଆଯାଏ । କିନ୍ତୁ ଏହା ହାଡ ଫ୍ୟାକଚରର କାରଣ ମଧ୍ୟ ହୋଇପାରେ । ଏଥିରେ ଡି-ଗ୍ୟାଲେକ୍ଟୋଜ୍ ନାମକ ଏକ ମିଠା ଜାତୀୟ ଦ୍ରବ୍ୟ ଥାଏ । ଯଦି ଏହାକୁ ଅଧିକ ମାତ୍ରାରେ ସେବନ କରାଯାଏ ତେବେ ଏହା ଲାଭ ପରିବର୍ତ୍ତେ ହାଡକୁ କ୍ଷତି ପହଞ୍ଚାଏ ବୋଲି ବିଭିନ୍ନ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

କ୍ୟାନସର ଆଶଙ୍କା ବଢ଼ାଇଥାଏ କ୍ଷୀର ତଥା ଅନ୍ୟ ଦୁଗ୍ଧଜାତ ଦ୍ରବ୍ୟ । କୁହାଯାଏ ଯେ କ୍ଷୀରରେ ଥିବା କ୍ୟାଲସିୟମ୍ ଏହି ପ୍ରକାର ପ୍ରୋଷ୍ଟେଟ୍ କ୍ୟାନର୍ସ ରୋଗକୁ ପ୍ରୋତ୍ସାହିତ କରିଥାଏ । କ୍ଷୀରକୁ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଓଭାରି କ୍ୟାନର୍ସ ହେବା ମଧ୍ୟ ଆଶଙ୍କା ରହିଥାଏ । ତେଣୁ ଏହାକୁ କମ୍ ମାତ୍ରାରେ ପିଇବା ଉଚିତ ଓ କ୍ୟାନ୍ସର ରୋଗୀ ଏହାଠାରୁ ଦୂରେଇ ରହିବା ଉଚିତ ।

Get real time updates directly on you device, subscribe now.