fbpx

ବିବାହିତମାନେ ରାସନ କାର୍ଡରେ କରନ୍ତୁ ଏହି ପରିବର୍ତ୍ତନ: ନଚେତ୍ ହୋଇଯିବ ବଡ଼ କ୍ଷତି

Advertisement

ନୂଆଦିଲ୍ଲୀ: ଯଦି ଆପଣ ଜଣେ ରାସନ କାର୍ଡଧାରୀ ଓ ବିବାହିତ , ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆପଣ ରାସନ କାର୍ଡରେ ପରିବାରର ଅପଡେସନକୁ ନେଇ ଜାଣିବା ଆବଶ୍ୟକ । ଅବଶ୍ୟ ରାସନକାର୍ଡରେ ପରିବାରରେ ସମସ୍ତ ସଦସ୍ୟଙ୍କ ନାଁ ରେକର୍ଡ କରାଯାଇଛି । କିନ୍ତୁ ଯଦି ଆପଣ ବିବାହ କରିଛ କିମ୍ବା ପରିବାରରେ ଜଣେ ନୂତନ ସଦସ୍ୟ ଆସିଛନ୍ତି, ତେବେ ଆପଣ ସେହି ସଦସ୍ୟଙ୍କ ନାମ ମଧ୍ୟ ରାସନ କାର୍ଡରେ ଯୋଡିବା ଉଚିତ୍ । ଯଦି ଆପଣ ଏହା ନକରନ୍ତି, ତେବେ ଆପଣଙ୍କୁ କ୍ଷତି ସହିବାକୁ ପଡିବ । ତେବେ ରାସନ କାର୍ଡରେ ଏକ ନୂତନ ସଦସ୍ୟଙ୍କ ନାମ ଯୋଡିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ବତିଷୟରେ ଆସନ୍ତୁ ଜାଣିବା…

ନୂତନ ସଦସ୍ୟ ନାମ କିପରି ଯୋଡିବେ:-
-ଯଦି ଆପଣ ବିବାହିତ, ତେବେ ସର୍ବପ୍ରଥମେ ଆଧାର କାର୍ଡରେ ଅପଡେଟ୍ କରନ୍ତୁ ।
-ଏଥିପାଇଁ ମହିଳା ସଦସ୍ୟଙ୍କ ଆଧାର କାର୍ଡରେ ପିତାଙ୍କ ବଦଳରେ ସ୍ୱାମୀଙ୍କ ନାମ ଲେଖିବାକୁ ପଡ଼ିବ ।
-ଯଦି ପରିବାରରେ ଏକ ଶିଶୁ ଜନ୍ମ ହୁଏ, ତା’ହେଲେ ତାଙ୍କ ନାମ ଯୋଡିବା ପାଇଁ ପିତାଙ୍କ ନାମ ଆବଶ୍ୟକ ।
-ଏହା ସହିତ ଠିକଣାକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ ।
-ଆଧାର ଅପଡେଟ୍ ହେବା ପରେ ସଂଶୋଧିତ ଆଧାର କାର୍ଡର ଏକ କପି ସହିତ ଖାଦ୍ୟ ବିଭାଗ ଅଧିକାରୀଙ୍କୁ ରାସନ କାର୍ଡରେ ନାମ ଯୋଡିବାକୁ ଏକ ଆବେଦନ କରନ୍ତୁ ।

ଆପଣ ଅନଲାଇନରେ ମଧ୍ୟ ଆବେଦନ କରିପାରିବେ :-
-ଉପରୋକ୍ତ ଆଧାର କାର୍ଡର ପ୍ରକ୍ରିୟା ସମାପ୍ତ କରିବା ପରେ, ଆବେଦନ କାର୍ଯ୍ୟାଳୟକୁ ଯାଇ ଏହାକୁ ଦାଖଲ କରନ୍ତୁ ।
-ଘରେ ବସି ନୂଆ ସଦସ୍ୟଙ୍କ ନାମ ଯୋଡିବାକୁ ଆପଣ ଆବେଦନ କରିପାରିବେ ।
-ଏଥିପାଇଁ ଆପଣ ପ୍ରଥମେ ନିଜ ରାଜ୍ୟର ଖାଦ୍ୟ ଯୋଗାଣ ବିଭାଗର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ ।
-ଯଦି ଆପଣଙ୍କର ରାଜ୍ୟରେ ଅନଲାଇନ ସଦସ୍ୟଙ୍କ ନାମ ଯୋଡିବାର ସୁବିଧା ଅଛି, ତେବେ ଆପଣ ଘରେ ବସି ଏହି କାମ କରିପାରିବେ ।
-ବାସ୍ତବରେ ଅନେକ ରାଜ୍ୟ ପୋର୍ଟାଲରେ ଏହି ସୁବିଧା ଦେଇଥିବାବେଳେ ଅନେକ ରାଜ୍ୟରେ ଏହି ସୁବିଧା ଆରମ୍ଭ ହୋଇନାହିଁ ।

ପିଲାମାନଙ୍କ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ୍ :-
-ଯଦି ରାସନ କାର୍ଡରେ ଏକ ଶିଶୁର ନାମ ଯୋଡିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣଙ୍କୁ ତାଙ୍କର ଏକ ଆଧାର ତିଆରି କରନ୍ତୁ ।
-ଏଥିପାଇଁ ଆପଣଙ୍କୁ ଶିଶୁର ଜନ୍ମ ପ୍ରମାଣପତ୍ର ମଧ୍ୟ ଆବଶ୍ୟକ ହେବ ।
-ଏହା ପରେ, ଆଧାର କାର୍ଡ ସହିତ ଆପଣ ପିଲାଙ୍କ ନାମକୁ ରାସନ କାର୍ଡରେ ପଞ୍ଜିକରଣ କରିବାକୁ ଆବେଦନ କରିପାରିବେ ।

Get real time updates directly on you device, subscribe now.