‘୩ ମାସରେ ଇ-କେୱାଇସି ନ କଲେ କାର୍ଡ କଟିଯିବ’, ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା
ଇ-କେୱାଇସି ନ କଲେ କାର୍ଡ କଟିଯିବ, ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ରାସନ କାର୍ଡ ପାଇଁ ୨୦ ଲକ୍ଷ ୫୮ ହଜାର ଲୋକେ ଇ-କେୱାଇସି କରିନାହାନ୍ତି। ଏନେଇ ସୂଚନା ଜାରି କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ, ଯଦି ୩ ମାସ ମଧ୍ୟରେ ଏହି ଲୋକେ ଇ-କେୱାଇସି କରିନାହାନ୍ତି, ସେମାନଙ୍କର କାର୍ଡ କଟାଯିବ।
ସେ ଆହୁରି କହିଛନ୍ତି ଯେ, ଇ-କେୱାଇସି କରିନଥିବା ଲୋକଙ୍କର ଚାଉଳ ବନ୍ଦ କରାଯାଇଛି। ଯଦି ଚାଉଳ ଯାଉନି ସେମାନେ ଇ-କେୱାଇସି ସରକାର ଚାଉଳ ଦେବେ।
ଇ-କେୱାଇସି କରିନଥିବା ଲୋକଙ୍କ ପାଇଁ ୩ ମାସ ଅପେକ୍ଷା କରିବେ ସରକାର। କାର୍ଡ ଗୁଡ଼ିକ ସେହି ସମୟରେ ସସପେଣ୍ଡ ଅବସ୍ଥାରେ ରହିବ। ୩ ମାସରେ ଇ-କେୱାଇସି ନକଲେ କାର୍ଡ ଗୁଡ଼ିକ କାଟିଦେବେ ସରକାର।
ଖାଦ୍ୟ ଯୋଗାଣ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ନେଟୱର୍କ ନଥିବା ଜିଲ୍ଲାମାନଙ୍କରେ ନେଟୱର୍କ ବ୍ୟବସ୍ଥା କରାଯାଇଛି। ୫ ବର୍ଷରୁ ଅଧିକ ବୟସ ପିଲାମାନେ ରାସନ କାର୍ଡରେ ସାମିଲ ହେବେ।