ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB)ରେ ଆପଣଙ୍କ ଆକାଉଣ୍ଟ ଅଛି କି ? ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଯଦି ଆପଣ କଣଉ ଅପଡେଟ୍ କରିନାହାଁନ୍ତି ତେବେ ଆଉ ବିଳମ୍ବ କରନ୍ତୁ ନାହିଁ । PNB ଗ୍ରାହକମାନେ ନିଜ KYC ଅପଡେଟ୍ କରିବା ପାଇଁ ଜଈଓ ମାର୍ଚ୍ଚ ୧୯ର ଡେଡଲାଇନ୍ ଜାରି କରିଥିଲା । ଏହି ତାରିଖ ପୂର୍ବରୁ ନିଜ KYC ଅପଡେଟ୍ କରିବା ବାଧ୍ୟତାମୂଳକ । ତେବେ ଏହି ଡେଡଲାଇନ୍ କେବଳ ସେହି PNB ଗ୍ରାହକମାନଙ୍କ ପାଇଁ ଯେଉଁମାନଙ୍କୁ ୨୦୨୩ ଡିସେମ୍ବର ୩୧ ସୁଦ୍ଧା KYC ଅପଡେଟ୍ କରିବାର ଥିଲା ।
RBIର ଗାଇଡ୍ଲାଇନ୍ ଅନୁଯାୟୀ ଯଦି PNB ଗ୍ରାହକମାନେ ମାର୍ଚ୍ଚ ୩୧ ସୁଦ୍ଧା KYC ଅପଡେଟ୍ ନ କରନ୍ତି ତେବେ ସେମାନେ ବ୍ୟଙ୍କ ଆକାଉଣ୍ଟ ବ୍ୟବହାର କରିପାରିବେ ନାହିଁ । ଏହି ଗ୍ରାହକମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯିବ । ଥରେ ଆକାଉଣ୍ଟ ଫ୍ରିଜ୍ ହେଲା ପରେ ଗ୍ରାହକମାନେ ବ୍ୟାଙ୍କରେ ଟଙ୍କା ଜମା କିମ୍ବା ବ୍ୟାଙ୍କରୁ ଟଙ୍କା ଉଠାଇ ପାରିବେ ନାହିଁ । ତେବେ RBI ଅପଡେଟ୍ କରିବା ମାମଲାରେ ବ୍ୟାଙ୍କ ଡେଡଲାଇନ୍ ବଢ଼ାଇପାରେ ।