fbpx

ଟିକା ନେବା ପରେ ଦେଖାଦେଉଛି କି ଏହି ଲକ୍ଷଣ? ତୁରନ୍ତ କୋଭିଡ ସେଣ୍ଟରରେ କରନ୍ତୁ ରିପୋର୍ଟ…

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ ପାଇଁ ଟିକାକୁ ଏକମାତ୍ର ଅସ୍ତ୍ରବୋଲି କୁହାଯାଇଛି ।  ବର୍ତ୍ତମାନ ସାରା ଭାରତରେ କୋଟି କୋଟି ଲୋକଙ୍କୁ କରୋନା ଟିକା ଦିଆଯାଇସାରିଲାଣି । ଅବଶ୍ୟ ଏବେବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଭାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଟିକା ନେବାକୁ ଡରୁଛନ୍ତି । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ସାଧାରଣତଃ ଭାକ୍ସିନ୍ ର ପାର୍ଶ୍ୱ ପ୍ରତିକ୍ରିୟା ରହିଥାଏ ଆଉ ଏହି ସବୁ ପାର୍ଶ୍ୱ ପ୍ରତିକ୍ରିୟା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ନୁହେଁ । ତେଣୁ ଏହାକୁ ନଡରି ଭାକ୍ସିନ ନେବା ଉଚିତ୍ । ବିଶେଷଜ୍ଞଙ୍କ ଅନୁଯାୟୀ ଭାକ୍ସିନ୍ ନେବା ପରେ ଏହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ହୋଇଥାଏ, ଏହାର ଅର୍ଥ ହେଉଛି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଭାଇରସ ସହ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଟିକାକରଣ ପରେ ଜ୍ୱର ହେବା, ହାଲିଆ ଲାଗିବା ଏବଂ ଶରୀରରେ କଷ୍ଟ ଅନୁଭବ ହେବା ସମାନ୍ୟ ଘଟଣା ।  ଏହି ସମସ୍ୟାଗୁଡ଼ିକ ଦିନେ ଦୁଇ ଦିନ ମଧ୍ୟରେ ଠିକ୍ ହୋଇଯାଇଥାଏ ।  ଜ୍ୱର ଏବଂ ହାଲିଆ ଲାଗିବା ଛଡ଼ା ଭାକ୍ସିନ୍ ନେଇଥିବା ଜାଗାରେ ଅଥବା ସଂପୂର୍ଣ୍ଣ ହାତରେ କଷ୍ଟ ଅନୁଭବ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ଏହି ଭଳି ଯନ୍ତ୍ରଣା କେତେ ସାଧାରଣ ଏବଂ ଏହା କେଉଁ କାରଣରୁ ହୋଇଥାଏ ? ଏହା ସହ ଡାକ୍ତରଙ୍କଠାରୁ ଜାଣିବା ଯେ କିପରି ଏହି ଯନ୍ତ୍ରଣା ଦୂରହୋଇପାରିବ?

ଡାକ୍ତରଙ୍କ  କହିବା ଅନୁଯାୟୀ ହାତରେ ହେଉଥିବା ଯନ୍ତ୍ରଣାର କାରଣ ହେଉଛି କୋଭିଡ ଟିକା ଦିଆଯାଉଥିବା ଇଣ୍ଟ୍ରାମସ୍କ୍ୟୁଲାର ଇଞ୍ଜେକସନ୍ ଏହି ଇଞ୍ଜେକସନକୁ ସିଧା ମାଂସପେଶୀରେ ଦେବାକୁ ପଡ଼ିଥାଏ । ଫଳରେ ଭାକ୍ସିନ୍ ଦିଆଯାଇଥିବା ସ୍ଥାନ ଫୁଲିଯାଇଥାଏ । ଏହା ସହ ମାଂସପେଶୀରେ ଇଞ୍ଜେକସନ ଦିଆଯାଇଥିବା କାରଣରୁ ମଧ୍ୟ ଯନ୍ତ୍ରଣା ହୋଇଥାଏ । ତେବେ ଏହି ସ୍ଥିତି ଗମ୍ଭୀର ନୁହେଁ ଏବଂ ଏହା ଆପେ ଆପେ ଠିକ୍ ହୋଇଥାଏ ତେଣୁ ଏଥିରେ ଡରିନଯାଇ ସମସ୍ତଙ୍କୁ ଭ୍ୟାକ୍ସିନ୍ ନେବା ଉଚିତ୍ ।

ଭାକ୍ସିନ୍ ନେବା ପରେ ଏହି ଲକ୍ଷଣ ଦେଖାଦେଉଥିଲେ କରନ୍ତୁ ରିପୋର୍ଟ:

ଲୋକଙ୍କୁ ପରାମର୍ଶ ଦିଆଯାଇଛି ଯେ ଯଦି କୌଣସି ଭାକ୍ସିନ୍ ( ବିଶେଷ କରି କୋଭିସିଲ୍ଡ) ନେବା ପରେ ଯଦି ଆପଣଙ୍କୁ ମୁଣ୍ଡ ବିନ୍ଧା, ଛାତିରେ ଯନ୍ତ୍ରଣା ହେବା, ଶରୀର ଦରଜ ହେବା, ବାନ୍ତି ନହୋଇ ପେଟ କାଟିବା, ଶ୍ୱାସପ୍ରିୟାରେ କଷ୍ଟ ହେବା ପରି ଗମ୍ଭୀର ଲକ୍ଷଣ ଦେଖାଦେଉଛି ତେବେ ସେମାନେ ଭାକ୍ସିନ୍ ନେଇଥିବା ସେଣ୍ଟରରେ ରିପୋର୍ଟ କରନ୍ତୁ । ଏହା ସହ ଯଦି ଭାକ୍ସିନ୍  ନେବା ପରେ କେବଳ ପାଶ୍ୱର୍ ପ୍ରତିକ୍ରିୟା ଛଡ଼ା ଶରୀରର କୌଣସି ସ୍ଥାନରେ ଲାଲ ଦାଗ ଦେଖାଦେଉଛି ତା’ହେଲେ ମଧ୍ୟ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ । ଏହା ସହ ଯଦି ଆପଣଙ୍କୁ ଯାତ୍ରାଜନିତ ହେଉଥିବା ବାନ୍ତିରେ ସମସ୍ୟା ଥାଏ ଏବଂ ଟିକା ନେବା ପରେ ବାନ୍ତି ନହୋଇ ମଧ୍ୟ ଲଗାତାର ମୁଣ୍ଡ ବିନ୍ଧା ହେଉଛି, ତହେଲେ ମଧ୍ୟ ଭ୍ୟାକ୍ସିନ୍ ସେଣ୍ଟରରେ ଏହି ସବୁ ଲକ୍ଷଣ ରିପୋର୍ଟ କରିବା ଜରୁରୀ ଅଟେ ।

Get real time updates directly on you device, subscribe now.