fbpx

ସ୍ୱପ୍ନରେ ଦୁର୍ଘଟଣାର ଦୃଶ୍ୟ ଦେଖୁଥିଲେ ହୋଇଯାଆନ୍ତୁ ସାବଧାନ! ହୋଇପାରେ ବଡ଼ ବିପଦର ସଙ୍କେତ

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ବ୍ୟକ୍ତିର ଜୀବନ ସହିତ ସ୍ୱପ୍ନର ଗଭୀର ସମ୍ପର୍କ ରହିଛି । ତେବେ ଅନେକ ସ୍ୱପ୍ନରେ ଭବିଷ୍ୟତରେ ହେବାକୁ ଥିବା ଅନେକ ଘଟଣାବଳୀ ବିଷୟରେ ମଧ୍ୟ ଜଣାପଡ଼ିଥାଏ । ସେହି ସବୁ ସ୍ୱପ୍ନରୁ ଆମକୁ ଭବିଷ୍ୟତ ପାଇଁ ଭଲ ଖରାପର ସଂକେତ ମଧ୍ୟ ମିଳିଥାଏ । ତେବେ ଅନେକ ବ୍ୟକ୍ତି ସ୍ୱପ୍ନରେ ଅନେକ ସମୟରେ ଦୁର୍ଘଟଣା ଦେଖିଥାନ୍ତି । ତେବେ ସ୍ୱପ୍ନରେ ଦୁର୍ଘଟଣା ଦେଖିବାର ଅର୍ଥ କ’ଣ ହୋଇଥାଏ ଏବଂ ଭବିଷ୍ୟତରେ ଏହାର କ’ଣ ପ୍ରଭାବ ରହିଛି ଆପଣଙ୍କ ଜୀବନରେ ଜାଣି ରଖନ୍ତୁ ।

– ଯଦି ଆପଣ ସ୍ୱପ୍ନରେ ଟ୍ରେନ ଦୁର୍ଘଟଣା ଦେଖୁଛନ୍ତି ତେବେ ଏହା ଭବିଷ୍ୟତରେ ହେବାକୁ ଥିବା ବଡ଼ ଧରଣର କ୍ଷତିର ସୂଚନା ଦେଇଥାଏ । ତେଣୁ ସମୟ ଥାଉ ଥାଉ ଆପଣ ସାବଡଧାନ ହୋଇଯାଆନ୍ତୁ ।

– ସ୍ୱପ୍ନରେ ବାଇକ ଦୁର୍ଘଟଣା ଦେଖୁଥିଲେ ଏହା ଭବିଷ୍ୟତରେ କଳି ଝଗଡ଼ା ହେବାର ସଙ୍କେତ ଦେଇଥାଏ ।

– ସ୍ୱପ୍ନରେ କାର ଦୁର୍ଘଟଣା ନିକଟ ଭବିଷ୍ୟତରେ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସଙ୍କେତ ଦେଇଥାଏ ।

– ଯଦି ସ୍ୱପ୍ନରେ ନିଜର ନୁହେଁ ବରଂ ଅନ୍ୟ କାହାର ଦୁର୍ଘଟଣା ହେଉଥିବା ଦେଖୁଛନ୍ତି ତେବେ ଏହା ଅଶୁଭ ସଙ୍କେତ ହୋଇଥାଏ । ତେଣୁ ଏହି ସମୟରେ କୌଣସି ପ୍ରକାର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ କିମ୍ବା କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ।

– ସ୍ୱପ୍ନରେ ଯଦି କୌଣସି ବ୍ୟକ୍ତିର ଦୁର୍ଘଟଣାରେ ମୃତ୍ୟୁ ହେଉଥିବା ଦେଖୁଛନ୍ତି ଏହା ଭବିଷ୍ୟତରେ ଆପଣଙ୍କ ଉପରେ ସମସ୍ୟା ବା ବିପଦ ଆସିବାର ସଙ୍କେତ ଦେଇଥାଏ ।

Get real time updates directly on you device, subscribe now.