fbpx

ଜାପାନୀଙ୍କ ପରି ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହୁଁଛନ୍ତି କି, ଆଜିଠାରୁ କରନ୍ତୁ ଏହି ସବୁ କାମ

ସମଗ୍ର ବିଶ୍ୱରେ ଜାପାନୀମାନେ ସବୁଠାରୁ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି । ଏହା ପଛରେ ଅନେକ କାରଣ ରହିଛି । ଆପଣମାନେ ମଧ୍ୟ ନିଜର ଆୟୁଷକୁ ବୃଦ୍ଧି କରିପାରିବେ ଓ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରିବେ । କିନ୍ତୁ ସେଥିପାଇଁ ଆପଣଙ୍କୁ କିଛି ଖାଦ୍ୟ ଉପରେ ନିୟନ୍ତ୍ରଣ ରଖିବା ସହ କିଛି ନିୟମକୁ ଅନୁସରଣ କରିବାକୁ ପଡ଼ିବ । ଆସନ୍ତୁ ଜାଣିବା ସେ ବିଷୟରେ:-

– ନିୟମିତ ବ୍ୟାୟାମ କରିବା ଦ୍ୱାରା ଏହା ଆପଣଙ୍କୁ ଏକ ଦୀର୍ଘଜୀବନ ଜିଇଁବାରେ ସହାୟତା କରିଥାଏ । ଜାପାନ ଲୋକମାନେ ବେଶି ସମୟ ବସିବାକୁ ପସନ୍ଦ କରନ୍ତି ନାହିଁ । ସେମାନେ ବହୁତ ସମୟ ଚାଲିବାରେ ବିତାଇଥାନ୍ତି, ସେଥିପାଇଁ ଯୁବକଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଚାଲନ୍ତି । ଜାପାନରେ ଅଧିକାଂଶ ଲୋକ ଟ୍ରେନରେ ଠିଆ ହୋଇ ଯିବାକୁ ପସନ୍ଦ କରିବା ସହ କଲେଜ, ଅଫିସ ଆଦି ଯିବା ସମୟରେ ଚାଲି ଚାଲି କିମ୍ବା ସାଇକେଲ ଯାଇଥାନ୍ତି ।

– ଜାପାନୀମାନେ ଚା’ ପିଇବାକୁ ବହୁତ ପସନ୍ଦ କରିଥାନ୍ତି । ଗ୍ରୀନ ଟି ପତ୍ରରୁ ପ୍ରସ୍ତୁ ଚା’ରେ ପୋଷକ ତତ୍ତ୍ୱ ଓ ଆଣ୍ଟଅକ୍ସିଡେଣ୍ଟ ଭରପୁର ଥାଏ । ଏହି ଚା’ ପିଇବା ଦ୍ୱାରା ପାଚନ କ୍ରିୟା ଠିକ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହାଦ୍ୱାରା କର୍କଟ ରୋଗର ଆଶଙ୍କା ହ୍ରାସ ପାଇବା ସହ ବୃଦ୍ଧତ୍ୱ ଲକ୍ଷଣକୁ କମାଇ ଦେଇଥାଏ । ଚିକେନ, ମାଂସ, ମଖନ, ଘିଅ, ପନିର, କେକ, ବିସ୍କୁଟ ସହ ହାଇ ସୁଗାର ଫୁଡକୁ ତ୍ୟାଗ କରିବା ଉଚିତ ।

Get real time updates directly on you device, subscribe now.