fbpx

କଳିଙ୍ଗ ବୀରାଙ୍ଗନା , ଅନନ୍ୟା ଅନୁପମା

ଅନନ୍ୟା ଅନୁପମା, ଏକ ସମାଜସେବୀ । ବାସ୍ ସେତିକି ପରିଚୟ ଯଥେଷ୍ଟ । ଲୋକଙ୍କ ଦୁଃଖ ସହ ନିଜକୁ ଯୋଡ଼ି ଆନନ୍ଦ ପାଆନ୍ତି ସେ। ସେ ଜଣେ ଯୋଦ୍ଧା, ଜଣେ ନାରୀ ତାଙ୍କ ମଧ୍ୟେ ନିହିତ ସୃଷ୍ଟିର ସୃଜନଶୀଳତା ମନ୍ତ୍ର । ଆନ୍ତର୍ଜାତିକ ମହିଳା ଦିବସ ଗୋଟିଏ ଦିନ ପୂର୍ବରୁ ଭୁବନେଶ୍ୱରସ୍ଥିତ ସାମାଜିକ ସଂସ୍ଥା #ସେବା ପ୍ରୟାସ ଫାଉଣ୍ଡେସନ୍‌ ପକ୍ଷରୁ କଳ୍ପନା ଛକସ୍ଥିତ #ଉତ୍କଳ କନିକା ଗାଲେରିଆ ମଲ୍‌ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ରେ ମଞ୍ଚ ପାଇଥିଲା ୮ଜଣଙ୍କୁ କଳିଙ୍ଗ ବୀରାଙ୍ଗନା ଙ୍କୁ ଆଉ ସମ୍ମାନ ୨୦୨୧ ପ୍ରଦାନ କରି ନିଜକୁ ଗୌରବମୟ ଅନୁଭବ କରିଥିଲା । ସୁଶ୍ରୀ ଅନୁପମା ପଣ୍ଡାଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମ୍ପ୍ରତି ଅନୁପମା କଟକ ବଡ଼ମେଡିକାଲରେ #ସହାୟ ସଂସ୍ଥା ପାଇଁ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ସଂଯୋଜକ ଦାୟିତ୍ୱ ତୁଲାଉଛନ୍ତି । ଏହା ପୂର୍ବରୁ ସେ #ଦୃଷ୍ଟିଦାନ ଓ #SOS Childrens Village of India ରେ ଦୀର୍ଘ ବର୍ଷ କାର୍ଯ୍ୟକରି ବେଶ୍ ପ୍ରଶଂସିତ ହୋଇଛନ୍ତି। ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ଦୀର୍ଘବର୍ଷ କାର୍ଯ୍ୟ କରିବା ପରେ କଟକରେ ନିରବଚ୍ଛିନ୍ନ ଭାବେ ସେବା କାର୍ଯ୍ୟ ପାଇଁ ସମର୍ପିତା ଅନନ୍ୟା ଅନୁପମା କରୋନା କାଳରେ ମଧ୍ୟ ନିଜ ସେବା କାର୍ଯ୍ୟରୁ ଓହରି ନଥିଲେ। ଏପରିକି ସେ ନିଜେ କରୋନା ଆକ୍ରାନ୍ତ ହୋଇ ଲଢେଇ ଜାରି ରଖିଥିଲେ ।

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଚଳିତବର୍ଷ ରହିଥିବା ସ୍ଲୋଗାନ #ChooseToChallenge  ବା #ଆହ୍ୱାନକୁ ବାଛନ୍ତୁ ଶୀର୍ଷକକୁ ଦୃଷ୍ଟିରେ ରଖି ଏଭଳି ନିଆରା ପ୍ରୟାସ କରାଯାଇଥିଲା।
ଆମେ ଗର୍ବିତ ଅନନ୍ୟା ଅନୁପମା ପଣ୍ଡା ଆମ ସମାଜର ଏକ ସମ୍ବେଦନଶୀଳ ଅଙ୍ଗ । ଆପଣଙ୍କୁ କୋଟି ନମସ୍କାର । ଆପଣଙ୍କ ସେବା ବୃତ୍ତି ଏପରି ଅନେକ ପାହଞ୍ଚ ଚଢୁ ।

Get real time updates directly on you device, subscribe now.