ନିଜକୁ Mentally Strong କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଅଭ୍ୟାସ…

ଓଡ଼ିଶା ଭାସ୍କର: ଜୀବନ ଅଛି ମାନେ ସମସ୍ୟା ବି ରହିବ । ଜୀବନରେ ଚ୍ୟାଲେଞ୍ଜ ଓ ପ୍ରତିକୂଳ ପରିସ୍ଥିତି ବିନା କୌଣସି ବ୍ୟକ୍ତି ପ୍ରଗତି କରିବା ଅସମ୍ଭବ । ଅଧିକାଂଶ ବ୍ୟକ୍ତିମାନେ ଜୀବନରେ ରିସ୍କ ନେବାକୁ ପସନ୍ଦ କରିଥାନ୍ତି । ସେମାନେ ମାନସିକ ସ୍ତରରେ ଏତେ ଶକ୍ତିଶାଳୀ ଥାନ୍ତି ଯେ ଜୀବନରେ ଦେଖାଦେଉଥିବା ସମସ୍ୟାର ସମାଧାନ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାନ୍ତି । ସେହିପରି କିଛି ବ୍ୟକ୍ତି ମାନସିକ ସ୍ତରରେ ଦୁର୍ବଳ ଥିବାରୁ ପ୍ରତିକୂଳ ପରିସ୍ଥିତିରେ ଘାବରେଇ ଯାଇଥାନ୍ତି । ସେମାନଙ୍କ ମନୋବଳ ଓ ଅତ୍ମବିଶ୍ୱାସ ଲୋପ ପାଇଥାଏ । ଜୀବନରେ ଆଗକୁ ବଢ଼ିବାକୁ ହେଲେ ଆମକୁ ସାହସ ଓ ଦୃଢ଼ତାର ସହ ବିପଦର ମୁକାବିଲା କରିବାକୁ ପଡ଼ିଥାଏ । ତେଣୁ ଏଥିପାଇଁ ନିଜକୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ହେଲେ ଦୈନନ୍ଦିନ ଅଭ୍ୟାସରେ କିଛିଟା ପରିବର୍ତ୍ତନ ଆଣିବାକୁ ପଡ଼ିବ ।

୧. ଚ୍ୟାଲେଞ୍ଜ ସ୍ୱୀକାର କରନ୍ତୁ: ଜୀବନରେ ସଫଳ ହେବା ପାଇଁ ଚ୍ୟାଲେଞ୍ଜିଂ ହୁଅନ୍ତୁ । ଏହା ଦ୍ୱାରା ନୂତନ ଦିଗକୁ ଆବିଷ୍କାର କରିବା ସହ ନିଜ ଭିତରେ ଥିବା ଦକ୍ଷତାକୁ ଚିହ୍ନି ପାରିବେ । ଅତୀତକୁ ଜାବୁଡ଼ି ଧରନ୍ତୁ ନାହିଁ ବରଂ ଭବିଷ୍ୟତ ଉପରେ ଧ୍ୟାନ କେନ୍ଦ୍ରିତ କରି କାର୍ଯ୍ୟ କରନ୍ତୁ ।

୨. ପରିବର୍ତ୍ତନକୁ ସ୍ୱିକାର କରନ୍ତୁ: ଜୀବନରେ ଅଗ୍ରଗତି କରିବାକୁ ଚାହୁଁଥିରେ ଦୁନିଆ ସହ ତାଳ ଦେଇ ଚାଲନ୍ତୁ । ଜୀବନରେ ପରିବର୍ତ୍ତନକୁ ବିରୋଧ କରିବା ପରିବର୍ତ୍ତେ ସ୍ୱାଗତ କରିବା ଶିଖନ୍ତୁ । ଏହା ଆପଣଙ୍କୁ ମାନସିକ ସ୍ତରରେ ମଜବୁତ କରିବା ସହ ବ୍ୟକ୍ତିତ୍ୱ ଗଠନରେ ସହାୟକ ହୋଇଥାଏ । ସବୁବେଳେ ମନେ ରଖିବେ ପରିବର୍ତ୍ତନ ହିଁ ପ୍ରଗତିର ମାର୍ଗ ଅଟେ ।

୩. ଖୁସି ରୁହନ୍ତୁ: ଜୀବନର ପ୍ରତ୍ୟେକ ପରିସ୍ଥିତିରେ ଖୁସି ରହିବା ପାଇଁ ଚେଷ୍ଟା କରନ୍ତୁ । ସକାରାତ୍ମକ ଚିନ୍ତାଧାରା ସହ ପ୍ରତ୍ୟେକ କାର୍ଯ୍ୟ ସମ୍ପାଦନା କରିବା ପାଇଁ ଚେଷ୍ଟା କରନ୍ତୁ । ନିଜ ଭିତରେ ଥିବା ତୃଟି ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରି ନକାରାତ୍ମକ ଚିନ୍ତାଧାରାରେ ଘାଣ୍ଟି ହୁଅନ୍ତୁ ନାହିଁ । ଏହା ଆପଣଙ୍କ ଜୀବନ ଉପରେ କୁପ୍ରଭାବ ପକାଇପାରେ । ନିଜ ତୃଟିକୁ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ ।

୪. ଭବିଷ୍ୟତ ପାଇଁ ଇନଭେଷ୍ଟ କରନ୍ତୁ: ମାନସିକ ସ୍ତରରେ ମଜବୁତ ଥିବା ବ୍ୟକ୍ତି ସବୁବେଳେ ନିଜ ଭବିଷ୍ୟତର ସୁରକ୍ଷା ବିଷୟରେ ଚିନ୍ତା କରିଥାଏ । ଅନ୍ୟମାନଙ୍କ ଅପେକ୍ଷା ନିଜକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି ଯଦ୍ୱାରା ସେମାନଙ୍କ ବ୍ୟକ୍ତିତ୍ୱରେ ବିକାଶ ହୋଇଥାଏ । ଭବିଷ୍ୟତ ପାଇଁ ବିଭିନ୍ନ ଯୋଜନା ଓ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ସେମାନେ ଲକ୍ଷ ସ୍ଥିର କରିଥାନ୍ତି ।