fbpx
BSKY SKY
BSKY SKY

Passport ବନାଇବାକୁ ଚାହୁଁଛନ୍ତି ତେବେ ଆଜି ହିଁ କରନ୍ତୁ DigiLocker Appର ଡାଉନଲୋଡ : ଶୀଘ୍ର ହୋଇଯିବ ଆପଣଙ୍କ କାମ

BSKY

ନୂଆଦିଲ୍ଲୀ : ଅଗଷ୍ଟ ପହିଲାରୁ ପାସପୋର୍ଟ ଆବେଦନରେ ବଡ଼ ପରିବର୍ତ୍ତନ କରାଯାଇଛି । ଏକ ନୂତନ ପାଇପୋର୍ଟ ତିଆରି କରିବା ପାଇଁ, ବର୍ତ୍ତମାନ ଆବେଦନକାରୀଙ୍କୁ ସରକାରୀ ପ୍ଲାଟଫର୍ମରେ ଡିଜିଲକର ବ୍ୟବହାର କରି ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ । ଥରେ ଡକ୍ୟୁମେଣ୍ଟ ଅପଲୋଡ ହେବା ପରେ ଆବେଦନକାରୀମାନେ ଅଫିସିଆଲ ୱେବସାଇଟ www.passportindia.gov.in ମାଧ୍ୟମରେ ଅନଲାଇନରେ ସେମାନଙ୍କର ପାସପୋର୍ଟ ଆବେଦନ ଦାଖଲ କରିପାରିବେ ।

ବୈଦେଶିକ ମନ୍ତ୍ରଣାଳୟ କହିଛନ୍ତି ଯେ, ଯଦି ଆବେଦନକାରୀମାନେ ସେମାନଙ୍କର ଡକ୍ୟୁମେଣ୍ଟ ଅପଲୋଡ୍ କରିବା ପାଇଁ ଡିଜି ଲକର ବ୍ୟବହାର କରନ୍ତି, ତେବେ ସରକାରୀ ଯୋଜନା ସମ୍ବନ୍ଧୀୟ ତଥ୍ୟରେ ଉଲ୍ଲେଖ କରାଯାଇଥିବା ପରି ଆବେଦନ ପ୍ରକ୍ରିୟା ସମୟରେ ସେମାନଙ୍କୁ ଡକ୍ୟୁମେଣ୍ଟର ମୂଳ କପି ବହନ କରିବାକୁ ପଡ଼ିବ ନାହିଁ। ଏଭଳି ଭାବରେ ପାସପୋର୍ଟ ପ୍ରକ୍ରିୟା ଅତି ସହଜ ଏବଂ ଶୀଘ୍ର ହୋଇଯିବ ।

ଡିଜିଲକର କ’ଣ ?

ଡିଜି ଲକର୍ ହେଉଛି ଏକ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ଡିଜିଟାଲ୍ ୱାଲେଟ୍ ସେବା । ଏହାକୁ ବ୍ୟବହାର କରି ଉପଭୋକ୍ତାମାନେ ସେମାନଙ୍କର ବିଭିନ୍ନ ସରକାରୀ ଡକ୍ୟୁମେଣ୍ଟକୁ ଡିଜିଟାଲ୍ ସୁରକ୍ଷିତ ରଖିପାରିବେ । ଏହା ଯେକୌଣସି ସମୟରେ ଆକ୍ସେସ୍ ହୋଇପାରିବ ଏବଂ ଉପଭୋକ୍ତାମାନେ ଡ୍ରାଇଭିଂ ଲାଇସେନ୍ସ, ଯାନ ପଞ୍ଜିକରଣ ପ୍ରମାଣପତ୍ର, ଆଧାର, ରେସନ କାର୍ଡ, ଏକାଡେମିକ୍ ମାର୍କସିଟ୍ ଏବଂ ଅନେକ କିଛି ଏଥିରେ ରଖିପାରିବେ । ମନ୍ତ୍ରଣାଳୟ ଅନଲାଇନ ଆବେଦନ ଦାଖଲ ପାଇଁ ଡିଜି ଲକର ମାଧ୍ୟମରେ ଆଧାର ଡକ୍ୟୁମେଣ୍ଟ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । ଡିଜି ଲକର ବ୍ୟବହାରକାରୀଙ୍କୁ ସରକାରୀ ସାର୍ଟିଫିକେଟ୍, ଜନ୍ମ ପ୍ରମାଣପତ୍ର, ପାନ୍ କାର୍ଡ, ଆଧାର କାର୍ଡ, ପାସପୋର୍ଟ ଏବଂ ଭୋଟର ଆଇଡି କାର୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ ଦଲିଲକୁ ସୁରକ୍ଷିତ ତଥା ପ୍ରବେଶ କରିବାକୁ ଅନୁମତି ଦେଇଥାଏ, ଏହି ସରକାରୀ ଯୋଜନା ଅନୁଯାୟୀ ଆବେଦନକାରୀଙ୍କ ପ୍ରକ୍ରିୟା ଆହୁରି ତୀବ୍ର ଏବଂ ସୁବିଧାଜନକ ହେବ ।

ଏହାପୂର୍ବରୁ, ଆପଣ ଗାଡିର ଡକ୍ୟୁମେଣ୍ଟକୁ ସୁରକ୍ଷିତ ରଖିବା ପାଇଁ ଡିଜି ଲକର ବ୍ୟବହୃତ କରୁଥିଲେ । ଯଦି ଟ୍ରାଫିକ୍ ପୋଲିସ୍ ଯାଞ୍ଚ କରୁଛି ତେବେ ସେହି ସମୟରେ ଆପଣ ନିଜର ଡକ୍ୟୁମେଣ୍ଟକୁ ଡିଜିଟାଲ୍ ଫର୍ମରେ ଦେଖାଇ ଯାଞ୍ଚରୁ ଦୂରେଇ ରହିପାରିବ । କାରଣ ଏହି ଡକ୍ୟୁମେଣ୍ଟଗୁଡିକ ଠିକ୍ ବୋଲି ବିବେଚନା କରାଯିବ । ଯଦିଓ ଆପଣ ଆପଣଙ୍କର ଗାଡି ଡକ୍ୟୁମେଣ୍ଟଗୁଡ଼ିକୁ ଡିଜି ଲକର୍ ବ୍ୟତୀତ ଅନ୍ୟ କୌଣସି ଆପ ଦ୍ୱାରା ସଂରକ୍ଷଣ କରନ୍ତି, ତେବେ ଏହାକୁ ବୈଧ ବୋଲି ଧରାଯିବ ନାହିଁ ।

Get real time updates directly on you device, subscribe now.