fbpx

ପବଜି ଖେଳିବାକୁ ମନା କରିବାରୁ ମାଆ-ବାପାଙ୍କୁ ହତ୍ୟା କଲା ପୁଅ, ରାତିରେ ଶୋଇଥିବା ଅବସ୍ଥାରେ କଲା ଆକ୍ରମଣ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଝାନ୍ସି ସହରରେ ଜଣେ ଯୁବକ ନିଜ ଜନ୍ମ କଲା ମାଆ-ବାପାଙ୍କୁ ଜୀବନରୁ ମାରିଦେବା ଖବର ସାମ୍ନାକୁ ଆସିଛି । ସେ ଲୁହା ଏବଂ ଠେଙ୍ଗାରେ ପିଟିପିଟି ମାରିଦେଇଥିବା ଜଣାପଡିଛି । ପରିବାର ଲୋକଙ୍କ କହିବା ଅନୁଯାୟୀ, ଯୁବକ ଜଣକ ପବଜି ଖେଳର ମାଙ୍କଡ ଜାଲରେ ପଡିଯାଇ ନିଜ ମାନସିକ ସନ୍ତୁଳନ ହରାଇବସିଛି । ସେ କିଛି ଦିନ ଧରି ଲଗାତାର ମୋବାଇଲରେ ଗେମ ଖେଳୁଥିଲା । ପୁଅର ଏପରି ଫୋନ ଧରିବା ଦେଖି ବାପା ରାଗିଯାଇ ତା’ଠାରୁ ମୋବାଇଲ ଛଡାଇ ଆଣି ଲୁଚାଇଦେଇଥିଲେ ।

ସୂଚନା ଅନୁଯାୟୀ, ପୁଅର ଲଗାତାର ପବଜି ଖେଳ ଦେଖି ପିତା ତାଙ୍କ ଠାରୁ ଫୋନ ଛଡାଇଆଣି ଲୁଚାଇଦେଇଥିଲେ । ଏହାପରେ ଯୁବକ ଜଣକ ରାଗିଯାଇ ନିଜ ରୁମକୁ ପଳାଇଥିଲେ । ହେଲେ ରାତି ଅଧରେ ଉଠି ବାପା ମାଆଙ୍କୁ ନିର୍ଦ୍ଧୟ ଭଳି ପିଟିପିଟି ଜୀବନରୁ ମାରିଦେଇଛି । ମୃତ ବାପା ଲକ୍ଷ୍ମୀ ପ୍ରସାଦ ଝା ପଲରା ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିଲେ । ସେ ତାଙ୍କ ସ୍ତ୍ରୀ ଭିମଳା ଏବଂ ଏକମାତ୍ର ପୁଅ ଅଙ୍କିତ ସହ ପିଚୋରରେ ରହୁଥିଲେ । ତାଙ୍କର ବଡ଼ ଝିଅ ବିବାହ କରିଥିବା ବେଳେ, ସାନ ଝିଅ ଅଧ୍ୟୟନ କରୁଛନ୍ତି ।

ରାତିରେ ସମସ୍ତେ ଏକାଠି ରାତ୍ରୀ ଭୋଜନ କରି ନିଜ ରୁମକୁ ଶୋଇବାକୁ ଯାଇଥିଲେ। ଲକ୍ଷ୍ମୀ ପ୍ରସାଦ ତାଙ୍କ ପତ୍ନୀ ଭିମଳାଙ୍କ ସହ ତଳ ମହଲାରେ ଥିଲେ। ପ୍ରଥମ ମହଲାରେ ଥିବା ଅଙ୍କିତ ନିଜ ରୁମରୁ ତଳକୁ ଯାଇଥିଲେ। ଏସଏସପି ରାଜେଶ ଏସ କହିଛନ୍ତି ଯେ, ଗିରଫ ହୋଇଥିବା ଅଙ୍କିତଙ୍କୁ ପଚରାଉଚରା ଅନୁଯାୟୀ, ଅଙ୍କିତ ରାତି ପ୍ରାୟ ୨ ଟା ସମୟରେ ହଠାତ୍ କୋଠରୀକୁ ବାହାରି ବାପା ମାଆ ଙ୍କ କୋଠରୀକୁ ଯାଇଥିଲେ। ସେତେବେଳେ ସେ ତାଙ୍କ ହାତରେ ଏକ ଲୁହାର ପ୍ୟାନ ଧରିଥିଲେ। ଏହି ପ୍ୟାନରେ ସେ ତାଙ୍କ ପିତା ଲକ୍ଷ୍ମୀ ପ୍ରସାଦଙ୍କ ମୁହଁ ଏବଂ ମୁଣ୍ଡରେ ଅନେକ ଥର ଆଘାତ ଦେଇଥିଲେ। ସ୍ୱାମୀର ଶବ୍ଦ ଶୁଣି ଭିମଳା ଝା ଚିତ୍କାର ଶୁଣି ଉଠିଥିଲେ। ସେ ଅଟକାଇବାକୁ ଆସିବା ମାତ୍ରେ ଅଙ୍କିତ ତାଙ୍କୁ ମଧ୍ୟ ସେହି ପ୍ୟାନ ଓ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିଲେ।

Get real time updates directly on you device, subscribe now.