fbpx

କୋଟିପତି ହେବାକୁ ଚାହୁଁଛନ୍ତି କି ? ମାସିକ ମାତ୍ର ୫ ଶହ ଇନଭେଷ୍ଟ କରନ୍ତୁ ଏହି ସ୍କିମରେ

ସାଧାରଣ ଜନତାଙ୍କ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଲାଗୁ କରିଛନ୍ତି । ଏହି ଯୋଜନାଗୁଡ଼ିକରେ ନିବେଶ କରି ଆପଣମାନେ ନିଜର ଆର୍ଥିକ ସମସ୍ୟାକୁ ଦୂର କରିପାରିବେ । ଆସନ୍ତୁ ଜାଣିବା ସେହି ସ୍କିମଗୁଡ଼ିକ ବିଷୟରେ:-

(୧) ପୋଷ୍ଟ ଅଫିସ ମାସିକ ଇନକମ ସ୍କିମ (ଏମଆଇଏସ):

ଏହି ସ୍କିମରେ ନିବେଶ କରିବା ପାଇଁ ଆପଣଙ୍କ ବୟସ ୧୦ ବର୍ଷ ହୋଇଥିବା ଆବଶ୍ୟକ । ଏହାର ମାଚ୍ୟୁରିଟି ଅବଧି ୫ ବର୍ଷ ଓ ଏଥିରେ ୬.୬ ପ୍ରତିଶତ ସୁଧ ମିଳିଥାଏ । ସର୍ବନିମ୍ନ ୧୦୦୦ରୁ ଆରମ୍ଭ କରି ନାବାଳକ/ନାବାଳିକାଙ୍କ ପାଇଁ ସର୍ବାଧିକ ୩ ଲକ୍ଷ, ସିଙ୍ଗଲଙ୍କ ପାଇଁ ୪.୫ ଲକ୍ଷ ଓ ଜଏଣ୍ଟ (୩ ଜଣ)ଙ୍କ ପାଇଁ ସର୍ବାଧିକ ୯ ଲକ୍ଷ ନିବେଶ କରିପାରିବେ ।

(୨) ସୁକନ୍ୟା ସମୃଦ୍ଧି ଯୋଜନା:

ନିଜର କନ୍ୟାର ଭବିଷ୍ୟତ ପାଇଁ ଏହା ଏକ ଉତ୍ତମ ଯୋଜନା ଅଟେ । ଏହି ସ୍କିମରେ ବର୍ଷକୁ ସର୍ବନିମ୍ନ ୧୦୦୦ ଟଙ୍କାରୁ ଆରମ୍ଭ କରି ୧.୫ ଲକ୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ । ଏଥିରେ ୭.୬ ପ୍ରତିଶତ ସୁଧ ମିଳିଥାଏ । ଆକାଉଣ୍ଟ ଖୋଲିବା ଦିନ ଠାରୁ ୧୪ ବର୍ଷ ପର୍ଯ୍ୟନ୍ତ ଏଥିରେ ଡିପୋଜିଟ କରିବାକୁ ପଡ଼ିଥାଏ ଓ ୨୧ ବର୍ଷ ହେବା ପରେ ସ୍କିମର ମାଚ୍ୟୁରିଟି ହୋଇଥାଏ ।

(୩) କିଷାନ ବିକାଶ ପାତ୍ର (କେଭିପି):

ଏହି ସ୍କିମରେ ସର୍ବନିମ୍ନ ୧୦୦୦ ଟଙ୍କା ନିବେଶ କରିପାରିବେ । ଏଥିରେ ୬.୯ ପ୍ରତିଶତ ସୁଧ ମିଳିବା ସହ ୧୨୪ ମାସରେ ଆପଣଙ୍କର ଜମା ରାଶି ଦୁଇଗୁଣ ହୋଇଥାଏ । ୧୯୮୮ ମସିହାରୁ ଭାରତୀୟ ଡାକ ବିଭାଗ ଦ୍ୱାରା ଏହି ସ୍କିମ କାର୍ଯ୍ୟକାରୀ ହୋଇଆସୁଛି ।

(୪) ପବ୍ଲିକ ପ୍ରେଭିଡେଣ୍ଟ ଫଣ୍ଡ (ପିପିଏଫ):

ଏଥିରେ ସର୍ବନିମ୍ନ ୫୦୦, ସର୍ବାଧିକ ୧.୫ ଲକ୍ଷ ବାର୍ଷିକ ନିବେଶ କରିପାରିବେ । ବର୍ତ୍ତମାନ ପିପିଏଫରେ ୭.୧ ବାର୍ଷିକ ଚକ୍ରବୃଦ୍ଧି ସୁଧ ମିଳୁଛି । ଏହି ସ୍କିମ ଟ୍ୟାକ୍ସ ଫ୍ରି ଅଟେ । ଏହାର ସମୟସୀମା ୧୫ ବର୍ଷ ହୋଇଥିବା ବେଳେ ଜଣେ ଚାହିଁଲେ ଆଉ ୫ ବର୍ଷ ବଢ଼ାଇ ପାରିବ ।

(୫) ଶୋଭରିନ୍ ଗୋଲ୍ଡ ବଣ୍ଡ (ଏସଜିବି):

ଯଦି ଆପଣ ସୁନାରେ ନିବେଶ କରିବାକୁ ଚାହୁଁଥାନ୍ତି, ତେବେ ଏହି ସ୍କିମ ଏକ ଭଲ ନିବେଶ । ଆରବିଆଇ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହାକୁ ବ୍ୟାଙ୍କ ଜରିଆରେ ଉପଲବ୍ଧ କରାଇଥାଏ । ଏହାର ସମୟସୀମା ୮ ବର୍ଷ । ୫ ବର୍ଷ ପରେ ଆପଣ ଚାହିଁଲେ ଏହାକୁ ବନ୍ଦ କରିପାରିବେ । ବର୍ତ୍ତମାନର ଦରରେ ଆପଣ ସୁନା କିଣିବେ, ୮ ବର୍ଷ ପରେ ସୁନାର ଦର ଯାହା ଥିବା ତାହାର ମୂଲ୍ୟ ଆପଣଙ୍କୁ ବ୍ୟାଙ୍କ ଦେଇଥାଏ । ଏହା ସହିତ ନିବେଶ ପରିମାଣର ସୁଧ ମଧ୍ୟ ଆପଣ ପାଇବେ ।

(୬) ମ୍ୟୁଚୁଆଲ ଫଣ୍ଡ (ଏମଏଫ):

ମ୍ୟୁଚୁଆଲ ଫଣ୍ଡରେ ନିବେଶ ପାଇଁ ଆଜିକାଲି ଅନେକ ଆପ୍ ମିଳୁଛି । ଏହାଛଡ଼ା ଆପଣ ମ୍ୟୁଚୁଆଲ ଫଣ୍ଡ ଅଫିସକୁ ଯାଇ ଅନଲାଇନରେ ମଧ୍ୟ ନିବେଶ କରିପାରିବେ । ଏଥିରେ ନିବେଶ କରିବା ପୂର୍ବରୁ ଆପଣ ସ୍କିମ, କମ୍ପାନୀ ବିଷୟରେ ଭଲ ଭାବରେ ବୁଝିବା ନିହାତି ଦରକାର । ଏହା କେତେବେଳେ ହାଇ ରିଟର୍ଣ୍ଣ ଦେଇଥାଏ ତ କେତେବେଳେ ଲୋ ରିଟର୍ଣ୍ଣ ଦେଇଥାଏ । ଆପଣ ମାସକୁ ୧୦୦ ଟଙ୍କା ଦେଇ ମଧ୍ୟ ଗୋଟିଏ ସ୍କିମ ଆରମ୍ଭ କରିପାରିବେ । ମ୍ୟୁଚୁଆଲ ଫଣ୍ଡ ପ୍ରାୟତଃ ଦୀର୍ଘ ଅବଧିରେ ଲାଭଜନକ ହୋଇଥାଏ ।

Get real time updates directly on you device, subscribe now.