fbpx

ନବ ଦାସ ମାମଲାରେ IICଙ୍କ ଏତଲା: ହତ୍ୟା ଉଦ୍ଦେଶ୍ୟରେ କରାଯାଇଥିଲା ଫାୟାରିଂ

ଭୁବନେଶ୍ୱର: ଗୁଳିମାଡରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କର ମୃତ୍ୟୁ ହୋଇଥିବା ବେଳେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ନବ ଦାସଙ୍କ ଉପରେ ହୋଇଥିବା ଗୁଳିମାଡ଼କୁ ନେଇ ବ୍ରଜରାଜନଗର ଆଇଆଇସି ଥାନାରେ ଏତଲା ଦେଇଛନ୍ତି । ହତ୍ୟା ଉଦ୍ଦେଶ୍ୟ ନେଇ ଏଏସଆଇ ଗୋପାଳ ଦାସ ଫାୟାରିଂ କରିଥିବା ସେ ସେଥିରେ ଉଲ୍ଲେଖ କରିଛନ୍ତି ।

ମନ୍ତ୍ରୀ ନବ ଦାସଙ୍କର କାଲି ଲିଫ୍ଟସିଫ୍ଟ ବିଲ୍ଡିଂରେ ଉଦଘାଟନ କାର୍ଯ୍ୟକ୍ରମ ଥିଲା । ଏତଲା ଅନୁସାରେ, କାଲି ଏଏସଆଇ ଗୋପାଳ ଟ୍ରାଫିକ କ୍ଲିୟରାନ୍ସ ଦାୟିତ୍ୱରେ ଥିଲେ । ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ବେଳେ ଗୋପାଳ ତାଙ୍କ ନିକଟକୁ ଚାଲିଯାଇଥିଲେ । ଏହା ସହ ଅତି ପାଖରୁ ନିଜ ସର୍ଭିସ ପିସ୍ତଲରୁ ଫାୟାରିଂ କରିଥିଲେ ଗୋପାଳ । ମନ୍ତ୍ରୀଙ୍କ ହତ୍ୟା ଉଦ୍ଦେଶ୍ୟ ନେଇ ଅତି ପାଖରୁ ଗୁଳି କରିଥିଲେ ଗୋପାଳ । ଗୁଳିଟି ମନ୍ତ୍ରୀଙ୍କ ଛାତିରେ ବାଜିଥିଲା ଓ ସେ ସେଇଠି ପଡ଼ିଯାଇଥିଲେ । ତୁରନ୍ତ ଆଇଆଇସି ଓ ଜଣେ କନଷ୍ଟେବଳ ଗୋପାଳଙ୍କୁ ମାଡ଼ି ବସିଥିଲେ । ଧସ୍ତାଧସ୍ତି ମଧ୍ୟରେ ଗୋପାଳ ଆଉ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳିଟି ଆଇଆଇସିଙ୍କ ଆଙ୍ଗୁଠିରେ ବାଜିବା ସହ ଜୀବନ ନାୟକ ମଧ୍ୟ ଆଘାତ ପାଇଥିଲେ ।

ତେବେ ବ୍ରଜରାଜନଗର ଗାନ୍ଧି ଛକରେ ଗୋପାଳ ଦାସ ନାମ ଜଣେ ପୋଲିସ ଏଏସଆଇ ଅଚାନକ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଗୁଳିଟି ତାଙ୍କ ଛାତି ତଳେ ବାଜି ଥିବା ବେଳେ ସେ ଗୁରୁତର ହୋଇ ପଡ଼ିଥିଲେ । ପ୍ରଥମେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ଆପୋଲୋ ବିଶେଷଜ୍ଞଙ୍କ ସହ କଟକ ବଡ଼ ଡାକ୍ତରଖାନା ଓ କ୍ୟାପିଟାଲ ହସ୍ପିଟାଲର ବିଶେଷଜ୍ଞମାନେ ତାଙ୍କ ଚିକିତ୍ସାରେ ନିୟୋଜିତ ରହିଥିଲେ । ଏପରିକି ତାଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇଥିଲା । ତେବେ ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ସେ ମୃତ୍ୟୁବରଣ କରିଥିଲେ ।

Get real time updates directly on you device, subscribe now.