ମହାକୁମ୍ଭ 2025: IIT ବାବା ଏମିତି କାହିଁକି କାନ୍ଦିଲେ! ନିଜେ ପାଉଥିବା ଯନ୍ତ୍ରଣା ବିଷୟରେ ଖୋଲିକି କହିଦେଲେ

ଅଭୟ ସିଂହ ଓରଫ ଆଇଆଇଟି ବାବାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ବାବା କାନ୍ଦୁଥିବାର ଦେଖିବାକୁ ମିଳିଛି।

ନୂଆଦିଲ୍ଲୀ: ପ୍ରୟାଗରେ ଚାଲିଛି ମହାକୁମ୍ଭ ମେଳା। ଏହି ମେଳାରେ ଅନେକ ବାବାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସେଥିମଧ୍ୟରୁ ଗୋଟିଏ ହେଉଛି ଆଇଆଇଟିର ବାବା। ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି।

ନିକଟରେ ଆଇଆଇଟି ବାବାଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ କାନ୍ଦୁଥିବା ଦେଖିବାକୁ ମିଳିଛି।

ଅଭୟ ସିଂହ ଓରଫ ଆଇଆଇଟି ବାବା ଏକ ଭିଡିଓରେ କାନ୍ଦୁଥିବା ନଜର ଆସିଛନ୍ତି। ସେ କହୁଛନ୍ତି ଯେ, ସେ ଆଇଆଇଟି ବାବାଙ୍କ ଟ୍ୟାଗକୁ ପସନ୍ଦ କରୁନାହାନ୍ତି।

ଏହା ବ୍ୟତୀତ ସେ ଲୋକପ୍ରିୟତା ଚାହୁଁ ନାହାଁନ୍ତି ବୋଲି ମଧ୍ୟ କହିଛନ୍ତି। ଅଭୟ ସିଂ ତାଙ୍କ ପୂର୍ବ ସ୍ଥିତିକୁ ଫେରିବାକୁ ଚାହୁଁଛନ୍ତି, ଯେଉଁଠାରେ ତାଙ୍କୁ କେହି ଜାଣି ନଥିଲେ।

ଭିଡିଓରେ ଅଭୟ କହିଛନ୍ତି ଯେ, ବର୍ତ୍ତମାନ ବାବାଙ୍କ କାହାଣୀ ବନ୍ଦ ହେବା ଉଚିତ୍। ଅଭୟ କହିଛନ୍ତି ଯେ, ମୁଁ ଯେଉଁ ମୋହ ମାୟା ଛାଡିଥିଲି। ଆଜି ଲୋକମାନେ ମୋ ନାମ ସହିତ IIT କୁ ଯୋଡିଛନ୍ତି।

କାହିଁକି କଷ୍ଟ ପାଉଛନ୍ତି IIT ବାବା: ଅଭୟ କହିଛନ୍ତି ଯେ, ମୁଁ ପ୍ରସିଦ୍ଧ ହେବା ପୂର୍ବରୁ ପ୍ରୟାଗରରେ ଥିଲି। ମୁଁ ମୋର ଅନେକ ସାଙ୍ଗମାନଙ୍କ ସହ ବସି ବି କଥାବାର୍ତ୍ତା ହୋଇପାରୁଥିଲି। କିନ୍ତୁ ବର୍ତ୍ତମାନ ପ୍ରସିଦ୍ଧ ହେବା ପରେ ଏସବୁ ମୋ ପାଇଁ କଷ୍ଟକର ହୋଇଗଲାଣି।

ଅଭୟ କହିଛନ୍ତି ଯେ, ଆପଣ ମୋତେ ଯେତେ ଦୁର୍ବ୍ୟବହାର କରନ୍ତୁ, ମୋ ପାଇଁ କିଛି ଫରକ ପଡ଼େ ନାହିଁ। କିନ୍ତୁ ଯେତେବେଳେ ମୋର ଉଦ୍ଦେଶ୍ୟ ଉପରେ କେହି ପ୍ରଶ୍ନ କରନ୍ତି, ସେତେବେଳେ ଏହା କଷ୍ଟଦାୟକ ହୁଏ। ମୁଁ କିଛି ନୁହେଁ ମୁଁ କେବଳ ମୋ ଜୀବନ ବଞ୍ଚିବାକୁ ଚାହୁଁଛି।

ଭେଁ ଭେଁ ହୋଇ କାନ୍ଦିଲେ ଅଭୟ ସିଂହ: ଏହି ସମୟରେ ଅଭୟ ସିଂହ ନିଜ ଭଉଣୀ ଏବଂ ସାଙ୍ଗମାନଙ୍କ ବିଷୟରେ କଥାବାର୍ତ୍ତା କରିବା ଆରମ୍ଭ କରିଥିଲେ। ଅଭୟ କହିଛନ୍ତି ଯେ, ତାଙ୍କ ଭଉଣୀ ଗର୍ଭବତୀ ଥିଲେ ଏବଂ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା।

ଏହି ସମୟରେ ସେ ତାଙ୍କ ବାପା ଏବଂ ମା’ଙ୍କ ବ୍ୟବହାରକୁ ନେଇ ନିଜ ଯନ୍ତ୍ରଣାକୁ ପ୍ରକାଶ କରିଥିଲେ। ଅଭୟ କହିଛନ୍ତି ଯେ, ଯେତେବେଳେ ମୋତେ କେହି ଜାଣି ନଥିଲେ। ସେତେବେଳେ ବି ମୁଁ ଏହିପରି କାନ୍ଦୁଥିଲି।