fbpx

ଏପରି ମାଆଙ୍କୁ ସଲାମ: ନିଜେ ୧୦ମ ଯାଏଁ ବି ପଢିନାହାନ୍ତି ହେଲେ ଦୁଇ ଝିଅଙ୍କୁ କରିଦେଲେ IAS ଅଫିସର

ନୂଆଦିଲ୍ଲୀ: ଜୀବନରେ ମାଆର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ପ୍ରତ୍ୟେକ ବ୍ୟକ୍ତିର ସଫଳତା ପଛରେ ସବୁଠାରୁ ବଡ଼ ଭୂମିକା ମାଆର ହିଁ ରହିଥାଏ । ତେବେ ଆଜିର ମାତୃ ଦିବସରେ ସୁଶୀଲା ରାଜପାଳଙ୍କ ବିଷୟରେ ଜାଣିବା । ତାଙ୍କ ବଡ଼ ଝିଅ ମଞ୍ଜୁ ଭାରତୀୟ ପ୍ରଶାସନିକ ସେବାରେ ଏବଂ ତୃତୀୟ ଝିଅ ଅଞ୍ଜୁ ରାଜସ୍ଥାନ ପ୍ରଶାସନିକ ସେବାରେ ଚାକିରି ହୋଇଛି ।

ସୁଶୀଲା ରାଜପାଳଙ୍କ ଝିଅ କୁହନ୍ତି ଯେ, ମାଆ କେବଳ ଷଷ୍ଠ ଶ୍ରେଢ଼ୀ ପର୍ଯ୍ୟନ୍ତ ପଢିଛନ୍ତି ହେଲେ ସେ ଆମ ପଢାକୁ ନେଇ ସର୍ବଦା ଗମ୍ଭୀର ଥିଲେ । ଆମ ପାଠ ପଢାକୁ ନେଇ ସେ ବାହାରକୁ ଯିବା ଛାଡି ଦେଇଥିଲେ । ଆଜି ଏଥିପାଇଁ ଆମେ ଏତେ ବଡ଼ ପଦବୀରେ ଚାକିରି କରୁଛୁ ।

ଝିଅ ସୁନୀତା ରହତୀଙ୍କ ମାଆ ସର୍ବଦା କୁହନ୍ତି ଝିଅମାନେ ବି ପୁଅଙ୍କ ପରି ହୋଇଥାଆନ୍ତି । ଏହି ମାପଦଣ୍ଡ ଭୁଲ ଅଟେ । କାରଣ ଏକ ପଢାଲେଖା ଝିଅ, ମହିଳା ଅଫିସର ହୋଇପାରିବେ ଏବଂ ଏକ ପଢାଲେଖା ବୋହୂ ସ୍ୱାମୀ ପାଖରେ ଚାକିରି ନଥିଲେ ମଧ୍ୟ ଘର ଚଳାଇପାରିବ । ତେଣୁ ଏହି ମାପଦଣ୍ଡ ସଂପୁର୍ଣ୍ଣ ରୂପେ ଭୁଲ ଅଟେ । ସୁନୀତା କୁହନ୍ତି ଆମେ ତିନି ଭଉଣୀ ଘରେ ହିଁ ପଢି ଚାକିରି ପାଇଛୁ । ଆରମ୍ଭରୁ ଆମେ ସରକାରୀ ବିଦ୍ୟାଳୟରେ ପଢିଛୁ । ଆଜି ମାଆଙ୍କ ପରିବର୍ତ୍ତନ ଆମକୁ ଏତେ ବାଟରେ ପହଁଚାଇଛି ।

Get real time updates directly on you device, subscribe now.