fbpx

ଆଜି ଏହି ସ୍ଥାନରେ ହେବ ପ୍ରବଳ ବର୍ଷା: ୧୦ଟି ଜାଗାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଆସନ୍ତା କିଛି ଦିନ ସାରା ଦେଶ ପ୍ରବଳ ବର୍ଷାରେ ଭିଜିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଭାରତୀୟ ମେସୂମୀ ବିଭାଗ ଅନୁସାରେ, ଆସନ୍ତା ଶନିବାର ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ମହାରାଷ୍ଟ୍ର, କେଙ୍କଣ ଏବଂ ଗୋଆରେ ଆଜିଠାରୁ ପ୍ରବଳ ବର୍ଷା ନେଇ ଅନୁମାନ କରାଯାଇଛି ।

ଏହା ସହିତ ଆଜିଠୁ ଅରୁଣାଚଳ ପ୍ରଦେଶ, ଆସାମ, ଏବଂ ମେଘାଳୟ ସମେତ ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ମଧ୍ୟ ବର୍ଷା ଏବଂ ଘଡଘଡି ହେବାର ସମ୍ଭାବନା ରହିଛି । ତେବେ ଏ ନେଇ ପାଣିପାଗ ବିଭାଗ ଆସନ୍ତାକାଲି ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶକୁ ପ୍ରବଳ ବର୍ଷା ନେଇ ଭବିଷ୍ୟବାଣୀ କରିଥିବା ବେଳେ ଗତକାଲି ରାଜଧାନୀ ଦିଲ୍ଲୀରେ ବର୍ଷା ହୋଇଛି । ତେବେ ଓଡିଶାରେ ୧୮ ତାରିଖରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସେହିପରି ୧୯ ତାରିଖ ପାଇଁ ମହାରାଷ୍ଟ୍ରର କୋଙ୍କଣ ଏବଂ ଗୋଆ ପାଇଁ ମିଳିଛି ସତର୍କ ସୂଚନା । ଏଠାରେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ପବଳ ମାତ୍ରାରେ ବର୍ଷା ହେବ ବୋଲି କୁହାଯାଇଛି ।

ଆସନ୍ତା ଦୁଇ ଦିନରେ ଦିଲ୍ଲୀ ସମେତ ଏନସିଆର ଅଞ୍ଚଳରେ ଅଧିକ ବର୍ଷା ହେବା ନେଇ ମୌସୂମୀ ବିଭାଗ ସୂଚନା ଦେଇଛି । ଏହାବ୍ୟତୀତ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପ, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର କିଛି ସ୍ଥାନରେ ମଧ୍ୟ ସ୍ୱଳ୍ପ ବର୍ଷା ହୋଇପାରେ । ଅରୁଣାଚଳ ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ମଧ୍ୟ ହାଲକା ବର୍ଷା େହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.