fbpx

ପୁଣି ଫେରିବ ହିଟୱେଭର ନୂଆ ସିଜନ: ପ୍ରବଳ ତାତି ପାଇଁ ପ୍ରସ୍ତୁତ ରହିବାକୁ IMDର ଚେତାବନୀ

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଭାରତର କିଛି ଅଞ୍ଚଳରେ ପୁଣିଥରେ ହିଟୱେଭ ଫେରିବା ନେଇ ଆଶଙ୍କା ଦେଖାଦେଇଛି । ଭାରତୀୟ ପାଣିପାଗ ବିଭାଗ ଏ ନେଇ ସୂଚନା ଦେଇଛି । ଗତ ୨-୩ ଦିନ ମଧ୍ୟରେ ଉତ୍ତର ପଶ୍ଚିମ ଭାରତରେ ଅସହ୍ୟ ଗରମରୁ ସାମାନ୍ୟ ମୁକ୍ତି ମିଳିଛି । ଦିନର ତାପମାତ୍ରାରେ କିଛି ପରିମାଣରେ ହ୍ରାସ ପାଇଛି । କିନ୍ତୁ ଖୁବ ଶୀଘ୍ର ଏଥିରେ ପରିବର୍ତ୍ତନ ହେବ । ଏହି ପରିସ୍ଥିତି ଖୁବ ଶୀଘ୍ର ବଦଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବିଶେଷ କରି ରାଜସ୍ଥାନ, ମଧ୍ୟ ପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆଇସୋଲେଟେଡ ହିଟୱେଭ ସ୍ଥିତି ଉପୁଜିବା ନେଇ ଆଶଙ୍କା କରାଯାଉଛି । ରାଜସ୍ଥାନରେ ଆସନ୍ତାକାଲିଠାରୁ ହିଟୱେଭର ନୂଆ ସିଜନ ଆରମ୍ଭ ହୋଇ ୭ ମେ ଭିତରେ ମଧ୍ୟପ୍ରଦେଶର କିଛି ସ୍ଥାନରେ ପହଞ୍ଚିବ ବୋଲି ପାଣିପାଗ ନିର୍ଦ୍ଦେଶକ ମୃତ୍ୟୁଞଜୟ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଖୁବ ଶୀଘ୍ର ଏହି ସ୍ଥାନଗୁଡିକ ପାଇଁ ଚେତାବନୀ ଜାରି କରାଯିବ ବୋଲି କୁହାଯାଇଛି ।

ଦେଶର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢିବାରେ ଲାଗିଛି ।ଅନେକ ସହରରେ ଏବେ ଏହି ତାପମାତ୍ରା ୪୫ଡିଗ୍ରୀ ଉପରେ ପହଞ୍ଚିଲାଣି । ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଗତକାଲି ହୋଇଥିବା ବର୍ଷା ଏବଂ କୁଆପଥର ବୃଷ୍ଟି ହେବା ପରେ ସେଠାକାର ଲୋକଙ୍କ ପାଇଁ ଗରମରୁ ମୁକ୍ତି ଦେଇଛି ।

Get real time updates directly on you device, subscribe now.