fbpx

ପ୍ରତିଦିନ ଝଗଡ଼ା କରୁଥିବା ବୋହୁ ବିରୋଧରେ ଶାଶୁ-ଶ୍ୱଶୁର ନେଇପାରିବେ ପଦକ୍ଷେପ, କୋର୍ଟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଝଗଡ଼ା ପ୍ରତି ପରିବାରରେ ହୋଇଥାଏ ହେଲେ କେତେକ ପରିବାରରେ ଝଗଡ଼ା ଏତେ ବଢ଼ିଯାଏ ଯେ, ଅନ୍ୟ ସଦସ୍ୟଙ୍କ ବଞ୍ଚିବା ମୁସ୍କିଲ୍ ହୋଇପଡ଼େ । ଏହି କ୍ରମରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ଝଗଡ଼ା କରୁଥିବା ବା ସେଭଳି ପ୍ରବୃତ୍ତି ରଖୁଥିବା ବୋହୁକୁ ବଡ଼ ପରିବାରରେ ରହିବାର ଅଧିକାର ନାହିଁ ଓ ସମ୍ପତ୍ତିର ମାଲିକ ତାଙ୍କୁ ସମ୍ପତ୍ତିରୁ ବେ-ଦଖଲ କରିପାରିବେ । ହାଇକୋର୍ଟ କହିଛନ୍ତି ଯେ, ବୃଦ୍ଧ ବାପାମାଆଙ୍କର ଶାନ୍ତିପୂର୍ଣ୍ଣ ଭାବରେ ରହିବାର ଅଧିକାର ରହିଛି । ଯଦି ବୋହୁ ପ୍ରତିଦିନ ଝଗଡ଼ା କରିବାର ଅଭ୍ୟାସ ଛାଡ଼ିବ ନାହିଁ ତାହେଲେ ତାକୁ ଘରୁ ବାହାର କରିପାରିବେ ।

ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଘରୋଇ ହିଂସା ଅଧିନିୟମ ଅନୁଯାୟୀ, ଏକ ବୋହୂର ମିଳିତ ଘରେ ରହିବାର ଅଧିକାର ନାହିଁ ଏବଂ ତାଙ୍କୁ ଘରୁ ବାହାର କରାଯାଇପାରିବ । ଏହାସହିତ ସମ୍ପତ୍ତିରୁ ବେ-ଦଖଲ କରାଯାଇପାରିବ । କାରଣ ବୃଦ୍ଧ ଶାଶୁଶ୍ୱଶୁରଙ୍କର ଶାନ୍ତିପୂର୍ଣ୍ଣ ଜୀବନ ଯାପନ କରିବାର ପୂରା ଅଧିକାର ରହିଛି । ଜଷ୍ଟିସ ଯୋଗେଶ ଖନ୍ନା ଜଣେ ମହିଳାଙ୍କୁ ଦିଆଯାଇଥିବା ତଳ କୋର୍ଟର ଆଦେଶ ବିରୋଧରେ ଦାୟର୍ ହୋଇଥିବା ଅପିଲ୍ ର ଶୁଣାଣି କରିଛନ୍ତି ଏବଂ ତାକୁ ଶ୍ୱଶୁର ଘରେ ରହିବାର ଅଧିକାରରୁ ବଞ୍ଚିତ କରିଛନ୍ତି ।

ଶାଶୁ-ଶ୍ୱଶୁର, ନିଜ ପୁଅ ଏବଂ ବୋହୂର ଦୈନାନ୍ଦିନ ଝଗଡା ଯୋଗୁଁ ଅତିଷ୍ଠ ହୋଇପଡ଼ିଥିଲେ । ଏହିପରି କିଛି ଦିନ ବିତିବା ପରେ ପୁଅ ଘର ଛାଡ଼ି ଭଡ଼ା ଘରେ ଯାଇ ରହିବାକୁ ଲାଗିଥିଲା ହେଲେ ବୋହୁ, ଶାଶୁ-ଶ୍ୱଶୁରଙ୍କ ପାଖରେ ହିଁ ରହିଥିଲା । ସେ ଘରୁ ବାହାରକୁ ଯିବାକୁ ଚାହୁଁନଥିଲା । ଯେତେବେଳେ କି, ଶାଶୁ ବୋହୂକୁ ଘରୁ ବାହାର କରିବାକୁ ଚାହୁଁଥିଲେ । ଏଥିପାଇଁ ଶ୍ୱଶୁର ମଧ୍ୟ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ମହିଳାଙ୍କ ଶ୍ୱଶୁର ସମ୍ପତ୍ତିର ସଂପୂର୍ଣ୍ଣ ମାଲିକ ହୋଇଥିବା ବେଳେ ତାଙ୍କ ପୁଅ ଅନ୍ୟ କୌଣସି ସ୍ଥାନରେ ରହୁଥିଲେ ଏବଂ ତାଙ୍କ ବୋହୁ ସହିତ ରହିବାକୁ ଇଚ୍ଛୁକ ନଥିବା ଆଧାରରେ ୨୦୧୬ ରେ ଟ୍ରାଏଲ କୋର୍ଟରେ ଏକ ମାମଲା ଦାୟର କରିଥିଲେ।

 

 

Get real time updates directly on you device, subscribe now.