fbpx

ଆମେରିକାରେ ଆଖିବୁଜା ଗୁଳିମାଡ କରି ୧୮ ଜୀବନ ନେଇଥିବା ବ୍ୟକ୍ତିର ମୃତ୍ୟୁ, ବୁଦା ମୂଳରେ ମିଳିଲା ଶବ

ନୂଆଦିଲ୍ଲୀ : ଆମେରିକାରେ ଲେବିଷ୍ଟନ ସହରେ ଆଖିବୁଜା ଗୁଳିମାଡ ଫଳରେ ୧୮ ଜଣ ଲୋକଙ୍କ ମୃତ୍ୟୁର କାରଣ ଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ତେବେ ସୂଚନା ଅନୁସାରେ ତାଙ୍କ ଶବ ବୁଦା ମୂଳରେ ମିଳିଥିଲା । ତେବେ ବ୍ୟକ୍ତି ଜଣଙ୍କ ଶବ ଲିସବନ ସହରରୁ ମିଳିଥିଲା । ଏହି ବ୍ୟକ୍ତି କିଛି ଦିନ ପୂର୍ବରୁ ଆଖିବୁଜା ଗୁଳିମାଡ କରିଥିବା ଫଳରେ ସେ ୧୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ ଏହି ଆକ୍ରମଣ କାରୀଙ୍କ ବୟସ ୪୦ ବର୍ଷ ଥିଲା । ତେବେ ଏହି ଆକ୍ରମଣକାରୀ ନିଜେ ନିଜକୁ ଗୁଳି କରିଥିଲେ । ତେବେ ତାଙ୍କ ଆଖିବୁଜା ଗୁଳିମାଡରେ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିଲେ ।

ପୋଲିସର କହିବା ଅନୁସାରେ ଗୁଳିଚାଳନା କରିବା ପରେ ବ୍ୟକ୍ତି ଜଣକ ଦୈଡି ପାଳାଇଥିଲେ । ଏହା ପରେ ପାଖା ପାଖି ୮୦ ଜଣ ଏଫବିଆଇ ଏଜେଣ୍ଟ ମିଶି ତଲାସି ଅଭିଯାନ ଆରମ୍ଭ କରିଛନ୍ତି । ଏହି ତଲାସି ଅଭିଯାନ ୨ ଦିନ ଚାଲିଥିଲା । ଏହା ଦ୍ୱାରା ସ୍କୁଲ ଏବଂ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରଖିବାକୁ କୁହାଯାଇଥିଲା । ଲୋକମାନେ ଭୟଭିତ ହୋଇ ଘରୁ ବାହାରକୁ ବାହାରି ପାରୁ ନଥିଲେ । ତେବେ ପୋଲିସ କହିବା ଅନୁସାରେ ରୋବର୍ଟ କାର୍ଡର ଶବ ଲେବିଷ୍ଟରୁ ପାଖାପାଖି ୮ ମିଟର ଦୂରରେ ଜଙ୍ଗଲରେ ମିଳିଥିଲା । ତେବେ କାର୍ଡ ଜଣେ ଆର୍ମି ରିଜର୍ଭ ଏବଂ ଅସ୍ତ୍ରପଚାର ନିର୍ଦ୍ଦେଶକ ଥିଲେ, କିନ୍ତୁ ତାଙ୍କୁ କୌଣସି ଯୁଦ୍ଧରେ ଜୋନରେ ନିୟୋଜିତ କରାଯାଇନଥିଲା ।ଏହା ପୂର୍ବରୁ ବୁଧବାର ରାତିରେ ଏହି ବନ୍ଧୁକ ଧାରୀ ଗୁଳି ବିନିମୟ କରିଥିଲା । ତେବେ ସୋସିଆଲ ମିଡିଆ ଏକ୍ସରେ ତାଙ୍କର ୨ ଟି ଫଟୋ ପୋଷ୍ଟ ହୋଥିଲା ।

Get real time updates directly on you device, subscribe now.