ରାସଲୀଳା କରି ଧରା ପଡିଲେ, ହୋଟେଲର ଦ୍ୱିତୀୟ ମହଲାରୁ ତଳକୁ ଡେଇଁଲେ

ତା ପରେ ହେଲା ଏମିତି ଅବସ୍ଥା

ଉତ୍ତରପ୍ରଦେଶ: ରାସଲୀଳା କରୁଥିବା ସମୟରେ ଧରା ପଡିଲା। ଖସିବା ପାଇଁ ହୋଟେଲର ଦ୍ୱିତୀୟ ମହଲାରୁ ତଳକୁ ଡେଇଁପଡ଼ିଲା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବାଗପତର ବାରୌତରେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ହୋଟେଲର ଦ୍ୱିତୀୟ ମହଲାରୁ ଡେଇଁ ପଡିଲେ: ବାସ୍ତବରେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଅନ୍ୟ ଜଣେ ପୁରୁଷଙ୍କ ସହ ଏକ ହୋଟେଲରେ ଦେଖିଥିଲେ। ସ୍ୱାମୀଙ୍କୁ ଦେଖି ସ୍ତ୍ରୀ ହୋଟେଲର ଦ୍ୱିତୀୟ ମହଲାରୁ ଡେଇଁ ଦୌଡ଼ିବାକୁ ଲାଗିଲେ। ଯାହାକୁ ନେଇ ପୀଡିତ ସ୍ୱାମୀ ପୋଲିସ ଷ୍ଟେସନରେ ପହଞ୍ଚି ସୁରକ୍ଷା ପାଇଁ ନିବେଦନ କରିଛନ୍ତି, ଆଉ କହିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦ ଅଛି।

ପର ପୁରୁଷ ସହ ସମ୍ପର୍କ: ସୂଚନା ଅନୁସାରେ, ସ୍ୱାମୀ କପିଲ 6 ବର୍ଷ ପୂର୍ବେ ଜିଲ୍ଲାର ଛାପ୍ରୌଲି ଥାନା ଅଞ୍ଚଳର କକୌର କଲାନରେ ବିବାହ କରିଥିଲେ। କପିଲ ତାଙ୍କ ସ୍ତ୍ରୀଙ୍କ ଉପରେ ବିବାହ ପୂର୍ବରୁ ଅନେକ ଲୋକଙ୍କ ସହିତ ଅବୈଧ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି, ଯାହା ସେ ବିବାହ ପରେ ଜାଣିବାକୁ ପାଇଥିଲେ।

ସୂଚନା ଦେଇ ପୀଡିତ ସ୍ୱାମୀ କହିଛନ୍ତି ଯେ ବିବାହ ପରେ ମଧ୍ୟ ତାଙ୍କ ସ୍ତ୍ରୀ ଅବୈଧ ସମ୍ପର୍କ ଜାରି ରଖିଛନ୍ତି। ଯାହା କାରଣରୁ ପରିବାରରେ ମତଭେଦ ଏବଂ ଝଗଡ଼ା ହୋଇଛି।

ରାସଲୀଳା ସମୟରେ ଧରା ପଡିଲେ: ଏବେ ତାଙ୍କ ସ୍ତ୍ରୀ ଘରେ ନାହାଁନ୍ତି ଜାଣି ପ୍ରେମିକ ସହ ପଳାଇଛନ୍ତି ସନ୍ଦେହ କରି ଯେତେବେଳେ ଏକ ଘରୋଇ ହୋଟେଲରେ ପହଞ୍ଚିଥିଲେ, ସେତେବେଳେ ଦେଖିଲେ ଯେ, ତାଙ୍କ ସ୍ତ୍ରୀ ତାଙ୍କ ପ୍ରେମିକ ସହ ହୋଟେଲରେ ରାସଲୀଳା କରୁଛନ୍ତି।

ସ୍ୱାମୀଙ୍କୁ ସେଠାରେ ଦେଖି ସ୍ତ୍ରୀ ହୋଟେଲର ଛାତରୁ ଡେଇଁ ପଡ଼ି ପଛ ପଟ କାନ୍ଥ ଦେଇ ପଳାଇଲେ। ପୀଡିତ ସ୍ୱାମୀଙ୍କ ଅଭିଯୋଗ କ୍ରମେ ପୋଲିସ ପିଡୀତଙ୍କ ସ୍ତ୍ରୀର ପ୍ରେମିକକୁ ହେପାଜତକୁ ନେଇଛି।