fbpx

ନିର୍ଜୀବ ପଦାର୍ଥ କ’ଣ କେବେ ଚାଲିପାରେ! ଆପେ ଆପେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ପଳାଉଛି ପଥର

ନୂଆଦିଲ୍ଲୀ: ଆପଣମାନେ ଭାସୁଥିବା ପଥର ବିଷୟରେ ତ ନିଶ୍ଚିତ ଶୁଣିଥିବେ, କେବେ ଚାଲୁଥିବା ପଥର ବିଷୟରେ ଶୁଣିଛନ୍ତି କି? ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କାରଣ ନିର୍ଜୀବ ପଦାର୍ଥ କ’ଣ କେବେ ଚାଲିପାରେ! କାର୍ଲିଫର୍ଣ୍ଣିଆରେ ଥିବା ଏହି ଉପତ୍ୟକାରେ ପଥର ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଆପେ ଆପେ ପଳାଉଛି । ‘ଡେଥ୍ ଭ୍ୟାଲି’ କୁହାଯାଉଥିବା ଏହି ସ୍ଥାନଟିର ଏହା ହିଁ ନିଆରା ପରିଚୟ । ପଥର ଚାଲୁଥିବା ଚିହ୍ନକୁ ଦେଖି ଲାଗେ ଯେମିତି କୌଣସି ଗାଡ଼ି ମାଟିରେ ଚିହ୍ନ ଛାଡ଼ି ଯାଇଛି । ତେବେ ଏମିତି ହେବାର କାରଣ ଆଜି ପର୍ଯ୍ୟନ୍ତ କେହି ଜାଣି ପାରିନାହାନ୍ତି । ପଥର ସ୍ଥାନ ପରିବର୍ତ୍ତନ କରୁଥିବା ଏହି ସ୍ଥାନରେ ଅନେକ ଥର ଅନେକ ପ୍ରକାରର ପରୀକ୍ଷା କରାଯାଇଛି କିନ୍ତୁ ବୈଜ୍ଞାନିକମାନେ ଆଜି ଯାଏଁ ଜାଣି ପାରିଲେନି କ’ଣ ଏହି ପଥରର ରହସ୍ୟ ଓ ଏହି
ସ୍ଥାନର ରହସ୍ୟ ।

ଏହି ସ୍ଥାନର ରହସ୍ୟ ଜାଣିବା ପାଇଁ ଏହି ଉପତ୍ୟକାକୁ ପ୍ରତି ବର୍ଷ ଅନ୍ୟ ଦେଶରୁ ଅନେକ ପର୍ଯ୍ୟଟକ ଆସିଥାଆନ୍ତି । କାର୍ଲିଫର୍ଣ୍ଣିଆର ଦକ୍ଷିଣ ପୂର୍ବ ସ୍ଥିତ ନେବାଡାରେ ରହିଛି ଏହି ଉପତ୍ୟକା । ଏହି ପଥର ଚାଲୁଥିବାର କେହି ଦେଖି ନାହାନ୍ତି । ପଥର ଚାଲିଥିବାର ଚିହ୍ନ ହିଁ ହେଉଛି ତାର ପ୍ରମାଣ । ସେ ପୁଣି ଗୋଟେ କି ଦୁଇଟି ପଥର ନୁହେଁ ଏକା ସାଙ୍ଗରେ ଚାଲୁଛନ୍ତି ଅନେକ ପଥର । ତେବେ ଏହି ପଥର ଶୀତ ଦିନରେ ହିଁ ଅଧିକ ମାତ୍ରାରେ ଗୋଟେ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଇଥାଆନ୍ତି ।

ବୈଜ୍ଞାନିକ ରିଚାର୍ଡ ଡି ଓ ତାଙ୍କ ଭାଇ ଜେମ୍ସ ନୀରିଶଙ୍କ ମତ ହେଉଛି, ଏଠାରେ ଶୀତ ଦିନରେ ପାଣି, ବଡ ବରଫ ବା ସଲିଡରେ ପରିଣତ ହୋଇଯାଏ । ସକାଳ ସମୟରେ ଯେତେବେଳେ ସୂର୍ଯ୍ୟ ମୁଣ୍ଡ ଉପରେ ଥାଆନ୍ତି ସେତେବେଳେ ଏଠାରେ ଥିବା ଆଇସ୍ ବା ବରଫର ପତଳା ଲେୟର ତରଳିଯାଏ ଯାହାକି ପଥରକୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ନେବାରେ ସହାୟତା କରେ । ତେବେ ଏହା ପଛରେ ଅନ୍ୟ କୌଣସି କାରଣ ରହିଥାଏ ପାରେ ବୋଲି ଅନେକ ବିଶେଷଜ୍ଞ ଯୁକ୍ତି କରନ୍ତି । ମାତ୍ର ତାହା ଆଜି ଯାଏଁ ସ୍ପଷ୍ଟ ହୋଇ ପାରିନାହିଁ । ଏହି ରହସ୍ୟ ଜାଣିବା ପାଇଁ ଏବେ ମଧ୍ୟ ଏଠାକୁ ଆସୁଛନ୍ତି ଅନେକ ଗବେଷକ ।

Get real time updates directly on you device, subscribe now.