fbpx

୧୬ ବର୍ଷ ଆଉ ୬୩ତମ ପ୍ରୟାସରେ ଗ୍ରାଣ୍ଡସ୍ଲାମ ନକଆଉଟରେ ଆଲିଜ କର୍ଣ୍ଣେଟ: ବିଦା ହେଲେ ସିମୋନା ହାଲେପ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆନ ଓପନରେ ଦେଖିବାକୁ ମିଳିଛି ବଡ ବିପର୍ଯ୍ୟୟ । ପୂର୍ବତନ ବିଶ୍ୱର ଏକ ନମ୍ବର ଖେଳାଳିଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଆଲିଜ କର୍ଣ୍ଣେଟ୍ । ଏହା ସହିତ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମର ନକ ଆଉଟ ପର୍ଯ୍ୟାୟରେ ପହଞ୍ଚିଛନ୍ତି କର୍ଣ୍ଣେଟ୍ । ଦୀର୍ଘ ୧୬ ବର୍ଷ ଧରି ଗ୍ରାଣ୍ଡସ୍ଲାମ ଖେଳି ଆସୁଥିବା ବେଳେ ୬୩ ତମ ପ୍ରୟାସରେ କ୍ୱାର୍ଟର ଫାଇନାଲ ପ୍ରବେଶ କରିଛନ୍ତି କର୍ଣ୍ଣେଟ । ପୂର୍ବରୁ ୪୫ଟି ଗ୍ରାଣ୍ଡସ୍ଲାମ ଖେଳିବା ପରେ ଟାମାରିନ ଟାନାସୁଗାର୍ନ ନକଆଉଟ ପ୍ରବେଶ କରିଥିଲେ । ୨୦୦୮ରେ ଟାମାରିନ ଏହି ରେକର୍ଡ କରିଥିଲେ । ଅଷ୍ଟ୍ରେଲିଆନ ଓପନରେ ଆଲିଜ କର୍ଣ୍ଣେଟଙ୍କ ଏହା ୧୭ ତମ ପଦାର୍ପଣ ଥିଲା । ଉଲ୍ଲେଖଯୋଗ୍ୟ ଯେ, ୨୦୦୫ରେ ଫ୍ରେଞ୍ଚ ଓପନରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ଜରିଆରେ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ ଖେଳିଥିଲେ ।

ଫ୍ରେଞ୍ଚ ଓପନ ଚାମ୍ପିୟନ ତଥା ଅଷ୍ଟ୍ରେଲିଆ ଓପନ ରନର ଅପ୍ ସିମୋନା ହାଲେପ ଏହି ମ୍ୟାଚ ପାଇଁ ଫେବରିଟ୍ ଥିଲେ । ତେବେ ୪-୬, ୬-୪ ଓ ୬-୪ ସେଟରେ କର୍ଣ୍ଣେଟ ଏହି ମୁକାବିଲାକୁ ଜିତି ନେଇଥିଲେ । ରଡ ଲାଭେର ଆରେନାରେ ଖେଳା ଯାଉଥିବା ମୁକାବିଲାରେ ପ୍ରଥମ ସେଟ ହାରି ପଛୁଆ ରହିଥିଲେ ହେଁ ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ କର୍ଣ୍ଣେଟ । ପରବର୍ତ୍ତୀ ଦୁଇ ସେଟକୁ ଜିତିବା ସହିତ ଟାଇଟଲ ଲଢେଇରୁ ମାତ୍ର ଦୁଇ ପାଦ ଦୂରରେ ରହିଛନ୍ତି । କ୍ୱାର୍ଟର ମୁକାବିଲା ଆଲିଜ କର୍ଣ୍ଣେଟ ଓ ଡାନିଏଲ କଲିନ୍ସଙ୍କ ମଧ୍ୟରେ ଖେଳାଯିବ । କଲିନ୍ସ ୧୯ତମ ସ୍ଥାନରେ ଥିବା ଏଲିଜ ମେର୍ଟନଙ୍କୁ ପରାସ୍ତ କରିଥିଲେ ।

Get real time updates directly on you device, subscribe now.