fbpx

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଡ୍ରାଇଭିଙ୍ଗ୍, ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

ସୋସିଆଲ ମିଡିଆରେ ଅନେକ ବିଚିତ୍ର ତଥା ଆଶ୍ଚର୍ଯ୍ୟକର ଘଟଣାର ଭିଡିଓ ଦେଖିବାକୁ ମିଳିଥାଏ । କେତେବେଳେ ମଣିଷଙ୍କର କୌଣସି ଆଶ୍ଚର୍ଯ୍ୟକର ଭିଡିଓ ତ’ କେତେବେଳେ ପଶୁଙ୍କର କୌଣସି ମଜାଦାର ଭିଡିଓ, ଯାହା ସମସ୍ତଙ୍କୁ ଚକିତ କରିଥାଏ ।

ଏହାରି ମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ହୁଏତ ଆପଣଙ୍କୁ ଡର ଲାଗିପାରେ । କାରଣ ଭିଡିଓରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଭିଡିଓରେ ଜଣେ ଡ୍ରାଇଭର ଗାଡ଼ିକୁ ଏଭଳି ଜାଗାରେ ବୁଲାଇବାକୁ ଚେଷ୍ଟା କରୁଛି ତାହା ହୁଏତ ଆପଣ କେବେ ଭାବିନଥିବେ । ଭିଡିଓରେ ଡ୍ରାଇଭର ଜଣକ ଏକ ପାହାଡ଼ିଆ ସ୍ଥାନରେ ଅତ୍ୟନ୍ତ ସଂକୀର୍ଣ୍ଣ ରାସ୍ତାରେ ଗାଡ଼ି ବୁଲାଇବାକୁ ଚେଷ୍ଟା କରୁଛନ୍ତି । ଆଉ ତାଙ୍କର ଗାଡ଼ି ଉପରେ ଏଭଳି ନିୟନ୍ତ୍ରଣକୁ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ଟିକିଏ ଏପଟ ସେପଟେ ହେଲେ ହୁଏତ କିଛିବି ଘଟିପାରେ ।

ତେବେ ଭାଇରାଲ ହେଉଥିବା ଏହି ଭିଡିଓଟିକୁ ନେଇ ଅନେକ ୟୁଜର କମେଣ୍ଟ କରିବା ସହ ଭିଡିଓର ସତ୍ୟାସତ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।

Get real time updates directly on you device, subscribe now.