କଟକରେ ଗର୍ଭବତୀଙ୍କୁ ହତ୍ୟା, ତଣ୍ଟି ଚିପି ମାରିଦେଇଥିବା ଅଭିଯୋଗ କଲେ ପରିବାର ଲୋକେ

ଗର୍ଭବତୀଙ୍କୁ ତଣ୍ଟିଚିପି ମାରିଦେଲେ ଶ୍ବଶୁର ଘର ଲୋକେ ।

କଟକ: ଦିନକୁ ଦିନ ମହିଳାଙ୍କ ହତ୍ୟା ମାମଲା ବଢ଼ିବାରେ ଲାଗିଛି । କେବେ ନବବଧୂର ଜୀବନ ଯାଉଛି ତ ଆଉ କେବେ ଗର୍ଭବତୀଙ୍କୁ ହତ୍ୟା କରାଯାଉଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି । ଏପରି ଏକ ମାମଲା କଟକରୁ ସାମ୍ନାକୁ ଆସିଛି ।

କଟକର 56 no ୱାର୍ଡରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ ଶାଶୁ ଘର ଲୋକ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ ।

ମୃତ ଗର୍ଭବତୀଙ୍କ ବାପଘର ଲୋକେ ଜଗତପୁର ଥାନାରେ ଏତଲା ପରେ ସାମ୍ନାକୁ ଆସିଛି ତଥ୍ୟ । ତେବେ କେଉଁ କାରଣ ପାଇଁ ଏବଂ କେଉଁମାନେ ଏହି ହତ୍ୟାରେ ସାମିଲ ରହିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ତେବେ ମୃତ୍ୟୁ ସମୟରେ ମହିଳା ଜଣକ ଗର୍ଭବତୀ ରହିଥିଲେ ଏବଂ ଶାଶୁ ଘର ଲୋକ ସହିତ ତାଙ୍କ ସମ୍ପର୍କ ଠିକ୍ ନଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।