fbpx

ମାତ୍ର ଏତିକି ବର୍ଷ ଭିତରେ ଭାରତ ଗଢିବ ନିଜର Space Station! ଅନ୍ୟ ଦେଶର ଗର୍ବ ଚୁରମାର

ନୂଆଦିଲ୍ଲୀ: ଅନ୍ତରୀକ୍ଷ ଜଗତରେ ଆମେରିକା ଏବଂ ଋଷକୁ ଟକ୍କର ଦେବାକୁ ପ୍ରସ୍ତୁତ ହୋଇଛି ଭାରତ । ଭାରତର ସ୍ପେ ଏଜେନ୍ସି ଇସ୍ରୋ ବର୍ତ୍ତମାନ ଅନେକ ସଫଳତା ହାସଲ କରିସାରିଛି । ଗତ ଅଗଷ୍ଟ ୨୩ ତାରିଖରେ ଭାରତର ଚନ୍ଦ୍ରଯାନ-୩ ଦକ୍ଷିଣ ଧ୍ରୁବ ଅଞ୍ଚଳରେ ସଫଳତାର ସହ ଲାଣ୍ଡିଂ କରି ଇତିହାସ ସୃଷ୍ଟି କରିଛି । ଏହାପରେ ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଇସ୍ରୋକୁ ବିଭିନ୍ନ ପ୍ରକାର ତଥ୍ୟ ପ୍ରଦାନ କରିଛନ୍ତି । ତେବେ ଏଭଳି ସଫଳତା ଆମେରିକା ଏବଂ ଋଷ ମଧ୍ୟ ପାଇବାରେ ଫେଲ ମାରିଥିବା ବେଳେ ଭାରତ ଏହାକୁ କରି ଦେଖାଇଛି । ବର୍ତ୍ତମାନ ଆମେରିକା ଏବଂ ଋଷ ଭଳି ଇଣ୍ଟରନେସନାଲ ସ୍ପେସ ଷ୍ଟେସନ ପ୍ରସ୍ତୁତ କରିବା ଦିଗରେ ପାଦ ବଢାଇଛି ଭାରତ ।

ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଇସ୍ରୋ ସ୍ପେସ ରୋଡମ୍ୟାପ୍-୨୦୪୭ ପ୍ରସ୍ତୁତ କରିଛି । ରିପୋର୍ଟ ଅନୁସାରେ, ଆସନ୍ତା ୫ ବର୍ଷ(୨୦୨୮) ସୁଦ୍ଧା ଭାରତ ଅନ୍ତରୀକ୍ଷ ଷ୍ଟେସନର ପ୍ରଥମ ପର୍ଯ୍ୟାୟ ଅତିକ୍ରମ କରିପାରିବ । ତେବେ ନିଜେ ନିଜର ଏକ ସ୍ପେସ ଷ୍ଟେସନକୁ ପଠାଇବାକୁ ହେଲେ ନେକ୍ସଟ ଜେନେରେସନ ଲଞ୍ଚ ଭେହିକିଲର ଆବଶ୍ୟକ ରହିଛି । ଏହାକୁ ୨୦୩୪ ମସିହା ସୁଦ୍ଧା ଡେଙଲପ କରିବାର ଲକ୍ଷ୍ୟ ରଖିଛି ଇସ୍ରୋ । ଅର୍ଥାତ୍ ୨୦୩୪ ମସିହା ପରେ କୌଣସି ମୁହୂର୍ତ୍ତରେ ଇସ୍ରୋ ନିଜର ରକେଟ ଦ୍ୱାରା ସ୍ପେସ ଷ୍ଟେସନ ସ୍ଥାପିତ କରିବାକୁ ସକ୍ଷମ ହୋଇପାରିବ ।

ସେହିପରି ଚନ୍ଦ୍ରଯାନ ମିଶନକୁ ମଧ୍ୟ ୩ଟି ପର୍ଯ୍ୟାୟରେ ଭାଗ କରି ଦିଆଯିବ । ୨୦୨୮ ପର୍ଯ୍ୟନ୍ତ ଜ୍ଞାନକୌଶଳକୁ ଆହୁରି ରିଫାଇନ୍ କରାଯିବ । ଏହାପରେ ୨୦୨୮ରୁ ୨୦୪୦ ଲୁନାର ରିଚ ଆଉଟ ଏବଂ ୨୦୪୦ରୁ ୨୦୪୭ ପର୍ଯ୍ୟନ୍ତ ଲୁନାର ବେସ୍ ଫେଜ୍ ଉପରେ କାର୍ଯ୍ୟ କରିବ । ଭାରତର ସ୍ପେସ ଷ୍ଟେସନରେ ମୋଟ ୩ ଯାତ୍ରୀଙ୍କ ରହିବାର ବ୍ୟବସ୍ଥା କରାଯିବ ଏବଂ ଏହାକୁ ପୃଥିବୀରୁ ପ୍ରାୟ ୧୨୦ରୁ ୧୪୦ କିଲୋମିଟର ଉଚ୍ଚରେ ସ୍ଥାପନ କରାଯିବ । ଇଣ୍ଟରନେସନାଲ ସ୍ପେସ ଷ୍ଟେସନ, ଋଷ, ଆମେରିକା, ଜାପାନ, କାନାଡ଼ା ଏବଂ ୟୁରୋପୀୟ ଦେଶଗୁଡ଼ିକ ସହ ମିଶନ୍ ରହିଛି । ବର୍ତ୍ତମାନ ଏହା ପୃଥିବୀଠାରୁ ୩୫୧ ମିଟର ଉଚ୍ଚରେ ବୁଲୁଛି । ପୃଥିବୀର ଗୋଟିଏ ବିପ୍ଳବ ସଂପୂର୍ଣ୍ଣ କରିବାକୁ ଆଇଏସଏସ ପ୍ରାୟ ୯୧ ମିନିଟ୍ ସମୟ ନେଇଥାଏ ।

Get real time updates directly on you device, subscribe now.