fbpx

ସୈନିକ ନା ସଇତାନ: ମହିଳାଙ୍କୁ ଯୌନଦାସୀ କରି ଗର୍ଭବତୀଙ୍କୁ ଯୌନ ନିର୍ଯାତନା ଦେବାକୁ ବି ପଛାଉନାହାନ୍ତି

ନୂଆଦିଲ୍ଲୀ: ଇଥିଓପିୟାର ଟିଗ୍ରେ ଅଞ୍ଚଳରେ ଲମ୍ବା ସମୟ ହେଲା ସରକାର ଓ ବିରୋଧୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏହି ସଂଘର୍ଷ ମଧ୍ୟରେ ଇଥିଓପିଆ ସେନାଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲାଗିଛି । ଇଥିଓପିୟା ସେନାଙ୍କ ଉପରେ ଶହ ଶହ ମହିଳା ଓ ଯୁବତୀଙ୍କ ସହିତ ବଳାତ୍କାର କରିଥିବା ଭଳି ଅଭିଯୋଗ ଆସିଛି । ଏହାର ଖୁଲାସା ଏମନେଷ୍ଟୀ ଇଣ୍ଟରନ୍ୟାସନାଲ୍ ରିପୋର୍ଟରେ ହୋଇଛି । ଏହି ରିପୋର୍ଟ ଅନୁସାରେ, ଇଥିଓପିୟା ସେନା ଟିଗ୍ରେ ସହ ସଂଘର୍ଷ ସମୟରେ ମହିଳା ମାନଙ୍କ ସହିତ ଦୁର୍ବବ୍ୟବହାର କରିଛନ୍ତି ।

ଇଥିଓପିୟାର ଉତ୍ତରାଞ୍ଚଳରେ ବଳାତ୍କାର ମାମଲା ବୃଦ୍ଧି ପାଉଥିବାରୁ ଏମନେଷ୍ଟୀ ଇଣ୍ଟରନ୍ୟାସନାଲ୍ ଏହା ଉପରେ ଯାଞ୍ଚ କରିବା ଆରମ୍ଭ କରିଥିଲେ । ଟିଗ୍ରୀର ୬୩ ଜଣ ମହିଳା, ଡାକ୍ତର ଏବଂ ନର୍ସ ଙ୍କ ସହିତ କଥାବାର୍ତ୍ତା କରିବା ଆଧାରରେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି । ଏଥିରେ କେଉଁ ଭଳି ଭାବରେ ମହିଳା ମାନଙ୍କ ସହିତ ଗ୍ୟାଙ୍ଗରେପ୍ କରାଯାଏ ଏବଂ ସେମାନଙ୍କୁ କିପରି ଯୌନଦାସୀ କରି ରଖାଯାଏ ସେ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏହି ମହିଳା ମାନଙ୍କୁ ଅନେକ ପ୍ରକାରରେ ପ୍ରତାଡ଼ିତ କରାଯାଏ ।

ଇଥିଓପିୟା ସେନା ଟିଗ୍ରେ ସହ ସଂଘର୍ଷ ସମୟରେ ପାଖାପାଖି ୧୦ ହଜାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩୦ ଜଣ ଗୁରୁତର ଆହତ ହୋଇଥିଲେ । ସେହିପରି ଜାତିସଂଘର କହିବାନୁସାରେ, ହଜାର ହଜାର ଲୋକ ଗମ୍ଭୀର ଭାବରେ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି । ଆମ୍ନାଷ୍ଟେ ଇଣ୍ଟରନ୍ୟାସନାଲ ସେକ୍ରେଟେରୀ ଜେନେରାଲ୍ ଆଗ୍ନେସ୍ କଲମାର୍ଡ ଦି ଗାର୍ଡିଆନଙ୍କୁ କହିଛନ୍ତି: ଏଠାରେ ଯୌନ ଅପରାଧର ଗମ୍ଭୀରତା ଚକିତ କରିଛି ।

ସେ କହିଛନ୍ତି ଯେ, ଟିଗ୍ରୀରେ ମହିଳା ମାନଙ୍କ ସହିତ ଶାରୀରିକ ଓ ମାନସିକ ରୁପରେ ଅତ୍ୟାଚାର କରାଯାଏ । ଆଉ ବଳାତ୍କାର ଓ ଯୌନ ହିଂସାକୁ ଅସ୍ତ୍ର ଭାବରେ ବ୍ୟବହାର କରାଯାଏ । ଶହ ଶହ ଲୋକଙ୍କୁ ନୀଚ ବୋଲି ଦେଖାଇବାକୁ ସେମାନଙ୍କ ସହିତ କ୍ରୁର ବ୍ୟବହାର କରାଯାଏ । କଲମାର୍ଡ କହିଛନ୍ତି ଯେ, ଇଥିଓପିୟା ସରକାରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ।

 

ତେବେ ଏହି ତଦନ୍ତ ବେଳେ ୧୨ ଜଣ ମହିଳା କହିଛନ୍ତି ଯେ, ପରିବାର ଓ ପିଲା ମାନଙ୍କ ସାମନାରେ ସେମାନଙ୍କ ସହିତ ବଳାତ୍କାର କରାଗଲା । ସେମାନଙ୍କ ମଧ୍ୟରୁ ୫ ଜଣ ମହିଳା ସେ ସମୟରେ ଗର୍ଭବତୀ ଥିଲେ । ଜରେ ୨୦ ବର୍ଷର ମହିଳା କହିଚନ୍ତି ଯେ, ହଠାତ୍ ତାଙ୍କ ଘର ଉପରେ ଆକ୍ରମଣ କରାଯାଇଥିଲା । ୩ ଜଣ ଯବାନ ତାଙ୍କ ଘରେ ପଶି ବଳପୂର୍ବକ ଦୁଷ୍କର୍ମ କରିଥିଲେ ଓ ମାରିଦେବାକୁ ଧମକ ବି ଦେଇଥିଲେ ।

Get real time updates directly on you device, subscribe now.