fbpx

ଶ୍ରାବଣ ମାସରେ ମହାଦେବଙ୍କ ବାହନ ନନ୍ଦିଙ୍କୁ ବିୟରରେ ଅଭିଷେକ କରିଲେ ଦୁର୍ବୃତ୍ତ; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ ଏବଂ ଶିବ ଭକ୍ତଙ୍କ କାଉଡ଼ି ଯାତ୍ରା । ଗୋଟେପଟେ ହଜାର ହଜାର ଯୁବକ ପାଣି ଭାର ନେଇ ଯାଉଛନ୍ତି । ସେପଟେ ଶ୍ରାବଣ ମାସରେ ମହାଦେବଙ୍କ ବାହନ ନନ୍ଦିଙ୍କୁ ବିୟରରେ ଅଭିଷେକ କରିଲେ ଦୁଇ ଦୁର୍ବୃତ୍ତ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ । ସୂଚନା ଅନୁସାରେ ଦୁଇଦିନ ହେବ ଏହି ଫଟୋଟି ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯେଉଁଥିରେ ଦୁଇ ଜଣ ଯୁବକ ଏକ ପୋଖରୀ ପାଖରେ ଅଛନ୍ତି । ଜଣେ ଯୁବକ ମହାଦେବଙ୍କ ବାହନ ନନ୍ଦିଙ୍କ ଉପରେ ବିଅର ଢାଳୁଛନ୍ତି । ଅନ୍ୟ ଜଣେ ପାଖରେ ଠିଆ ହୋଇ ସେ ଦୃଶ୍ୟକୁ ଦେଖି ହସୁଛନ୍ତି ।

ସୂଚନା ଥାଉକି ଫଟୋଟି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦ ପୁର ଅଞ୍ଚଲର ବୋଲି କୁହାଯାଉଛି । ହେଲେ କୌଣସି ସଠିକ ତଥ୍ୟ ମିଳି ପାରି ନାହିଁ । ଏପରି ଘୃଣ୍ୟ କାମ କରିଥିବା ଯୁବକଙ୍କ ପରିଚୟ ମିଳି ପାରି ନାହିଁ । ଫଟୋଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @sanghamitra_jr ନାମକ ଏକ ଆକାଉଣ୍ଟରେ ପୋଷ୍ଟ କରାଯାଇଛି, ଯାହା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟକୁ ନେଇ ଏକ୍ସରେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଦାବି ହେଉଛି । ତେବେ ସବୁଠୁ ବଡ଼ କଥା ହେଉଛି ବିୟର ଢାଳୁଥିବା ଯୁବକଙ୍କ ମୁଦ୍ରା ପାରମ୍ପାରିକ ରହିଛି । ଯେପରି କୌଣସି ପୂଜା କର୍ମରେ କିମ୍ୱା ଭଗବାନଙ୍କୁ ଜଳାଭିଷେକ କରିବା ଭଳି ରହିଛି ।

Get real time updates directly on you device, subscribe now.