୬ ବର୍ଷର ନାବାଳିକାଙ୍କ ସହିତ ଦୁଷ୍କର୍ମ କଲା ଦୋକାନୀ, କିଛି ଘଣ୍ଟା ପରେ ବୁଲଡୋଜର ମଡ଼ାଇ ଅଭିଯୁକ୍ତର ଘର ଭାଙ୍ଗିଦେଲା ପୋଲିସ

ମଧ୍ୟପ୍ରଦେଶ: ୬ବର୍ଷର ନାବାଳିକାଙ୍କ ସହିତ ଜଣେ ଦୋକାନୀ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ଏହା ପରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରି ପାରିନାହିଁ । କିନ୍ତୁ ପୋଲିସ ଅଭିଯୁକ୍ତଙ୍କ ଘରେ ବୁଲଡୋଜର ମଡ଼ାଇ ଦେଇଛନ୍ତି । ମଧ୍ୟ ପ୍ରଦେଶର ମୁରେନା ଜିଲ୍ଲାରେ ଏହି ଘଟଣା ଘଟିଛି ।

ସୂଚନା ଅନୁସାରେ ମୁରେନା ଜିଲ୍ଲା ଦେବଗଡ଼ ଥାନା ଅନ୍ତର୍ଗତ ଖେଟୋରା ଗ୍ରାମରେ ମଙ୍ଗଳବାର ରାତିରେ ନାବାଳିକାଙ୍କ ସହିତ ଦୁଷ୍କର୍ମ କରାଯାଇଛି । ପୋଲିସ ଦେଇଥିବା ସୂଚନା ମୁତାବକ ୬ ବର୍ଷର ନାବାଳିକା ତାଙ୍କ ପିତାଙ୍କ ଲାଗି ବିଡ଼ି ଆଣିବା ଲାଗି ଦୋକାନକୁ ଯାଇଥିଲେ । ଏହି ସମୟରେ ଦୋକାନୀ ତାଙ୍କୁ ଚକୋଲେଟ ଲୋଭ ଦେଖାଇ ଦୋକାନ ପଛରେ ଏକ ରୁମ୍ କୁ ନେଇ ସେଠାରେ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଏହା ପରେ ପିଡ଼ିତା କାନ୍ଦିକାନ୍ଦି ଆସି ତାଙ୍କ ଘରେ ଏହି ବିଷୟରେ କହିଥିଲେ । ଘଟଣା ବିଷୟରେ ଜଣା ପଡ଼ିବା ପରେ ଗାଁରେ ହଙ୍ଗାମା ହୋଇଯାଇଥିଲା । ତୁରନ୍ତ ପରିବାର ଲୋକେ ନାବାଳିକାଙ୍କୁ ନେଇ ଥନାରେ ପହଁଞ୍ଚିଥିଲେ । ଏବଂ ଏହା ପରେ ତାଙ୍କୁ ପୋଲିସ ମେଡିକାଲ ପଠାଇଥିଲା ।

एसडीएम जौरा और एसडीओपी की मौजूदगी में आरोपी के घर पर बुलडोजर चलाकर तोड़ दिया।

ପୋଲିସ ପିଡ଼ୀତାଙ୍କ ବୟାନ ରେକର୍ଡ କରି ଅଭିଯୁକ୍ତ ବିରୋଧରେ ଦୁସ୍କର୍ମ ଏବଂ ପୋକ୍ସୋ ଆକ୍ଟ ଅଧିନରେ ମାମଲା ଦାୟର କରିଛନ୍ତି । ମୁଖ୍ୟ ଅଭିଯୁକ୍ତ ଏବେ ଫେରାର୍ ଅଛନ୍ତି । ତାଙ୍କୁ ଧରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ତେବେ ବୁଧବାର ସକାଳେ ପ୍ରଶାସନ ଏକ ଟିମ ସହିତ ବୁଲଡୋଜର ନେଇ ଅଭିଯୁକ୍ତଙ୍କ ଘରେ ପହଁଞ୍ଚିଥିଲେ । ଏସଡିଏମ ଜୋରା ଏବଂ ଏସଡିଓପିଙ୍କ ଉପସ୍ଥିତିରେ ବୁଲଡୋଜର ମଡ଼ାଇ ଅଭିଯୁକ୍ତଙ୍କ ଘରକୁ ଭାଙ୍ଗି ଦେଇଥିଲେ ।

मुरैना में दुष्कर्म के आरोपी के घर चला बुलडोजर

ଦେବଗଡ଼ ଥାନା ପ୍ରଭାରୀ ସୁଖଦେବ ସିଂହ ଚୌହାନ କହିଛନ୍ତି ଯେ ମଙ୍ଗଳବାର ସନ୍ଧ୍ୟାରେ ଅଭିଯୁକ୍ତ ୬ ବର୍ଷର ନାବାଳିକା ସହିତ ଦୁସ୍କର୍ମ କରିଥିଲେ । ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର ହେବା ପରେ ଏସଡିଏମଙ୍କ ଉପସ୍ଥିତିରେ ବୁଲଡୋଜର ମଡ଼ାଇ ଅଭିଯୁକ୍ତଙ୍କ ଘରକୁ ଭାଙ୍ଗି ଦିଆଯାଇଛି ।