fbpx

ବର୍ଷାଦିନେ ବିଶଲ୍ୟକରଣୀ ଭଳି କାମ ଦିଏ କନ୍ଦମୂଳ; ପାଚନତନ୍ତ୍ରକୁ ସୁସ୍ଥ ରଖିବା ସହ ରକ୍ତଚାପକୁ କରେ ନିୟନ୍ତ୍ରଣ

ଓଡ଼ିଶା ଭାସ୍କର: କନ୍ଦମୂଳ ପୋଷକ ତତ୍ତ୍ୱରେ ଭରା । ବର୍ଷାଦିନେ ଏହା ବଜାରରେ ବହୁ ମାତ୍ରାରେ ମିଳିଥାଏ । ଏଥିରେ ବହୁ ମାତ୍ରାରେ ଫାଇବର, ପ୍ରୋଟିନ୍, ପୋଟାସିୟମ୍, ଆଇରନ୍ ଓ ଭିଟାମିନ୍ ସି ମିଳିଥାଏ । କନ୍ଦମୂଳ କେବଳ ଖାଇବାକୁ ବେଶ୍ ସ୍ୱାଦିଷ୍ଟ ନୁହେଁ, ଶରୀର ପାଇଁ ମଧ୍ୟ ସ୍ୱାସ୍ଥ୍ୟକର । ବର୍ଷାରେ ଶରୀରକୁ ହାଲ୍କା ଉଷୁମର ଆବଶ୍ୟକତା ରହିଥାଏ । କନ୍ଦମୂଳ ଶରୀରକୁ ଉଷୁମ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାକୁ ସିଝାଇ ବା ପୋଡି ଖାଇପାରିବେ । ପିଲାଙ୍କୁ କନ୍ଦମୂଳ ଚାଟ୍ ଖାଇବାକୁ ଦେଇପାରିବେ ।

କିନ୍ତୁ ମଧୁମେହ ରୋଗୀ ଏହାକୁ ଯେତେବେ କମ୍ ଖାଇବେ, ସେତେ ଭଲ । ଏଥିରେ ବହୁ ମାତ୍ରାରେ ଶର୍କରା ରହିଥାଏ । ତେଣୁ ଯଥାସମ୍ଭବ କମ୍ ଖାଇବା ଉଚିତ୍ । କନ୍ଦମୂଳ ଫାଇବରରେ ଭରା, ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । କନ୍ଦମୂଳ ଚାଟ୍ ଖାଇବା ଦ୍ୱାରା ଗ୍ୟାସ୍ ଏବଂ କବ୍ଚ ସମସ୍ୟା ହୋଇ ନଥାଏ । କନ୍ଦମୂଳ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଶରୀରର ଥକ୍କାପଣ ଓ ଦୁର୍ବଳତା କମ୍ ହୋଇଥାଏ । ଏଥିରେ ଥିବା ଭିଟାମିନ୍-ସି ଶରୀରକୁ ଦୀର୍ଘ ସମୟ ଯାଏ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କନ୍ଦମୂଳ ଖାଇବା ଦ୍ୱାରା ଆଖି ଦୀର୍ଘ ଦିନଯାଏ ସୁସ୍ଥ ରହିଥାଏ ।

ଏଥିରେ ଥିବା ଭିଟା-କ୍ୟାରେଟିନ୍ ଆଖିକୁ ଦୀର୍ଘଦିନ ଯାଏ ସୁସ୍ଥ ରଖିଥାଏ । ସେହିପରି ଏହାକୁ ଖାଇବା ଦ୍ୱାରା ଆଖି ଜନିତ ସମସ୍ତ ସମସ୍ୟା ଆପେ ଆପେଦୂର ହୋଇଯାଇଥାଏ । ଏଥିରେ ଥିବା ପୋଟାସିୟମ୍ ହୃଦୟକୁ ସୁସ୍ଥ ରଖିବା ସହ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ । ଏହା ହାଟ୍ ଷ୍ଟ୍ରୋକ୍ ଓ ଉଚ୍ଚ ରକ୍ତଚାପର ଆଶଙ୍କାକୁ କମ୍ କରିଥାଏ । ଏଥିରେ ଥିବା ଫାଇବର ପେଟକୁ ଭରା ରଖିଥାଏ, ଫଳରେ ଭୋକ କମ୍ ଲାଗିଥାଏ । ଭୋକ ନିୟନ୍ତ୍ରିତ ହେବା ଫଳରେ ଓଜନ ବଢି ନଥାଏ । ଏଥିରେ ଖୁବ୍ କମ୍ କ୍ୟାଲୋରୀ ରହିଥାଏ । ତେଣୁ ଓଜନ ବଢିବାର ସମ୍ଭାବନା କମ୍ ରହିଥାଏ ।

Get real time updates directly on you device, subscribe now.