fbpx

ଏଠାରେ ପ୍ରତି ପରିବାରକୁ ବାର୍ଷିକ ୩ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା, ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ରାଜ୍ୟରେ ବଡ଼ ଘୋଷଣା କରିଛନ୍ତି ଗୋଆ ସରକାର ।  ନୂଆ କ୍ୟାବିନେଟର ପ୍ରଥମ ବୈଠକରେ ଗୋଆ ସରକାର ବଡ଼ ନିଷ୍ପତ୍ତି ନେଇ କହିଛନ୍ତି ଯେ, ରାଜ୍ୟର ପ୍ରତି ପରିବାରକୁ ୩ଟି ଏଲପିଜି ସିଲିଣ୍ଡର ମାଗଣାରେ ଦିଆଯିବ, ଯେପରିକି ଭାରତୀୟ ଜନତା ପାର୍ଟି ନିଜର ନିର୍ବାଚନୀ ଇସ୍ତାହାରରେ ଦାବି କରିଥିଲା । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସୋମବାର ଦିନ ନୂଆ କ୍ୟାବିନେଟର ପ୍ରଥମ ବୈଠକର ଅଧ୍ୟକ୍ଷତା କରୁଥିବା ସମୟରେ ଏହା ଘୋଷଣା କରିଛନ୍ତି । ପ୍ରମୋଦ ସାୱନ୍ତଙ୍କ କ୍ୟାବିନେଟରେ ମୁଖ୍ୟନ୍ତ୍ରୀ ଓ ୮ ଅନ୍ୟ ମନ୍ତ୍ରୀ ସାମିଲ ଅଛନ୍ତି ।

ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସୋମବାର ସନ୍ଧ୍ୟାରେ ଏକ ଟ୍ୱିଟ୍ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ବୈଠକରେ ଅଧ୍ୟକ୍ଷତା କଲି । କ୍ୟାବିନେଟର ନୂଆ ଆର୍ଥିକ ବର୍ଷରୁ ବିଜେପିର ଇସ୍ତାହାରପତ୍ରରେ କରାଯାଇଥିବା ଦାବି ଅନୁସାରେ ୩ଟି ସିଲିଣ୍ଡର ମାଗଣା ଦେବା ପାଇଁ ଯୋଜନା ପ୍ରସ୍ତୁତି କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଗତମାସରେ ହୋଇଥିବା ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନିଜର ଇସ୍ତାହାର ପତ୍ରରେ ଦାବି କରିଥିଲା ଯେ, ଯଦି ପାର୍ଟି ଅର୍ଥାତ୍ ବିଜେପି ଶାସନକୁ ଆସେ, ତେବେ ରାଜ୍ୟର ପ୍ରତ୍ୟେକ ପରିବାରକୁ ପ୍ରତିବର୍ଷ ୩ଟି ମାଗଣା ଏଲପିଜି ସିଲିଣ୍ଡର ଯୋଗାଇଦିଆଯିବ ।

ସୂଚନାଯୋଗ୍ୟ ଯେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୃତ୍ୟୁ ପରେ ପ୍ରମୋଦ ସାୱନ୍ତ ୨୦୧୯ ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ଭାଳିଥିଲେ । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଦଳ ୪୦ ସଦସ୍ୟତା ବିଶିଷ୍ଟ ଗୃହରେ ୨୦ ଟି ଆସନରେ ଜିତିଛି । ସାୱନ୍ତଙ୍କ ନେତୃତ୍ୱରେ ବିଜେପି ଏହି ନିର୍ବାଚନ ଲଢ଼ିଥିଲା ।

Get real time updates directly on you device, subscribe now.