fbpx

(Video) କେନ୍ଦୁଝରରେ ଅଘଟଣ: ଜଳିଗଲା ଚଳନ୍ତା ବସ୍, ବର୍ତ୍ତିଗଲେ ୩୦ ଯାତ୍ରୀ

କେନ୍ଦୁଝର(ଓଡ଼ିଶା ଭାସ୍କର): ଜଳିଗଲା ଚଳନ୍ତା ଯାତ୍ରୀବାହୀ ବସ୍‌ । ସର୍ଟସର୍କିଟ ଯୋଗୁ ବସରେ ନିଆଁ ଲାଗିଯାଇଥିବା ବେଳେ ଦୁର୍ଘଟଣାରୁ ୩୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କେନ୍ଦୁଝର ଜିଲ୍ଲାରେ ଆଜି ଭୋର୍ ସମୟରେ ଘଟିଛି ଏହି ଅଭାବନୀୟ ଘଟଣା । ୪୯ ନଂ ଜାତୀୟ ରାଜପଥ କାଞ୍ଜିପାଣି ଘାଟି ନିକଟରେ ଏକ ଚଳନ୍ତା ବସ୍ ଇଞ୍ଜିନରୁ ନିଆଁ ଲାଗି ଜଳିଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ରାଉରକେଲାରୁ ପାଖାପାଖି ୩୦ ଯାତ୍ରୀଙ୍କୁ ନେଇ ‘ପାଢ଼ୀ’ ବସ୍ କେନ୍ଦୁଝର ଆସୁଥିଲା। କାଞ୍ଜିପାଣି ଘାଟି ନିକଟରେ କୌଣସି କାରଣରୁ ଇଞ୍ଜିନରୁ ନିଆଁ ଲାଗି ଯାଇଥିଲା। ବସ୍ ଭିତରେ ଥିବା କେ‌ତେକ ଯାତ୍ରୀ ବସ ଇଞ୍ଜିନରୁ ଧୂଆଁ ବାହାରିବା ଦେଖି ବସକୁ ଅଟକାଇବାକୁ କହିଥିଲେ। ଏହାପରେ ବସଟି ଅଟକିଥିଲା। ଏହାପରେ ସେଥିରୁ ସୁରକ୍ଷିତ ଭାବେ ସବୁ ଯାତ୍ରୀ ନିଜର ଜିନିଷପତ୍ର ସହିତ ଓହ୍ଲାଇ ପଡ଼ିଥିଲେ। କିନ୍ତୁ ବସଟି ସଂପୂର୍ଣ୍ଣ ଜଳିଯାଇଥିଲା। ଏଣେ ଅନ୍ୟ ଏକ ବସରେ ସମସ୍ତ ଯାତ୍ରୀ ଗନ୍ତବ୍ୟସ୍ଥଳକୁ ଯାଇଥିବାର ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.