fbpx

ରାଜ୍ୟସଭା ନିର୍ବାଚନ: ମହାରାଷ୍ଟ୍ରରେ ଶିବସେନାକୁ ବଡ ଝଟକା, ସଞ୍ଜୟ ପାୱାର ପରାଜିତ, ବିଜେପିକୁ ୩ ସିଟ୍

ମୁମ୍ବାଇ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ସରକାରରେ ଥିବା ଶିବସେନା, ଏନସିପି ଏବଂ କଂଗ୍ରେସ ଗଠବନ୍ଧନକୁ ଲାଗିଛି ବଡ଼ ଝଟକା। ରାଜ୍ୟସଭା ନିର୍ବାଚନରେ ଏଠାରେ ବିଜେପି ୬ରୁ ତିନି ଆସନରେ ବିଜୟ ହାସଲ କରିଛି। ପରାଜୟ ପରେ ସରକାରରେ ଥିବା ଗଠବନ୍ଧନ ଉପରେ ଅନେକ ଅରୋପ ପ୍ରତ୍ୟାରୋପରେ ଲାଗିଛି। ତେବେ ଭୋଟ୍ ଗଣଣାରେ ୮ ଘଣ୍ଟା ବିଳମ୍ବକୁ ନେଇ ମଧ୍ୟ ପ୍ରଶ୍ନ ଉଠିିଛି। ଭୋଟ୍ ପରେ ଶିବସେନା ଏବଂ ବିଜେପି କ୍ରସ୍ ଭୋଟିଂ ଏବଂ ଭୋଟ୍ କୁ ବାତିଲ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ପାଖରେ ଦାବି କରିଥିଲେ, ଏହି କାରଣରୁ ଆଠ ଘଣ୍ଟା ବିଳମ୍ବରେ ଭୋଟ୍ ଗଣନା ହୋଇଥିଲା ।

ରାଜ୍ୟସଭା ନିର୍ବାଚନରେ ମହାରାଷ୍ଟ୍ରରେ କ୍ଷମତାରେ ଥିବା ମହାବିକାଶ ଅଘାଢ଼ି ଏବଂ ବିପକ୍ଷଙ୍କ ମଧ୍ୟରେ ଜୋରଦାର ମୁକାବିଲ ହୋଇଥିଲା। ଏଥିରେ ବିଜେପି ମହାବିକାଶ ଅଘାଢ଼ିକୁ ଜବରଦସ୍ତ ଝଟକା ଦେଇଛି। ବିଜେପିର ତିନି ପ୍ରାର୍ଥୀ ପିୟୁସ ଗୋୟେଲ, ଅନିଲ ପାଣ୍ଡେ ଏବଂ ଧନଞ୍ଜୟ ମହାଦିକ ବିଜୟ ହାସଲ କରିଛନ୍ତି। ଯେତେବେଳେ ଶିବସେନାର ସଞ୍ଜୟ ରାଉତ, ଏନସିପିର ପ୍ରଫୁଲ୍ଲ ପଟେଲ ଏବଂ କଂଗ୍ରେସର ଇମ୍ରାନ ପ୍ରତାପଗଡ଼ୀ ବିଜୟ ହାସଲ କରିଛନ୍ତି।

ମହାରାଷ୍ଟ୍ରରେ ୬ ଟି ଆସନ ପାଇଁ ୭ ଜଣ ପ୍ରାର୍ଥୀ ଥିଲେ। ଷଷ୍ଠ ସିଟ୍ ପାଇଁ ଶିବସେନାର ସଞ୍ଜୟ ପାୱାର ଏବଂ ବିଜେପିର ଧନଞ୍ଜୟ ମହାଦିକଙ୍କର ତୀବ୍ର ଲଢେଇ ହୋଇଥିଲା। ଏହା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ମାନ ପାଇଁ ଲଢେଇ ଥିଲା କିନ୍ତୁ ସେ ତାଙ୍କ ପ୍ରାର୍ଥୀ ଜିତିବାରେ ବିଫଳ ହୋଇଥିଲେ। ମହାବିକାଶ ଅଘାଢ଼ି ପ୍ରାର୍ଥୀଙ୍କ ପରାଜୟ ପାଇଁ ଆୟୋଗ ଦାୟୀ ବୋଲି କହିଛନ୍ତି ସଞ୍ଜୟ ରାଉତ। ନିର୍ବାଚନ ଆୟୋଗ ଆମର ଗୋଟିଏ ଭୋଟ୍ କୁ ଅବୈଧ କରିଦେଲେ, ଆମେ ଦୁଇଟି ଭୋଟ୍ ପାଇଁ ବିରୋଧ କରିଥିଲୁ କିନ୍ତୁ ସେମାନଙ୍କ ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.