fbpx

ଭୁବନେଶ୍ୱର ନିଶା ନିବାରଣ କେନ୍ଦ୍ରରେ ମାଡ଼: ଚାଲିଗଲା ସର୍ବେଶ୍ୱରଙ୍କ ଜୀବନ

ଭୁବନେଶ୍ୱର : ଭୁବନେଶ୍ୱର ନିଶା ନିବାରଣ କେନ୍ଦ୍ରରେ ମାଡ଼ ଘଟଣାରେ ଆସିଛି ବଡ଼ ଅପଡେଟ । ଏହି ମାମଲରେ ମେଡିକାଲରେ ଚିକିତ୍ସିତ ହେଉଥିବା ସର୍ବେଶ୍ୱର ସାହୁଙ୍କର ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ଏକ ଘରୋଇ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଗତ ୨୯ରେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ନିଶା ଛଡ଼ାଇବା ପାଁରେ ସର୍ବେଶ୍ୱରଙ୍କୁ ମାଡ଼ ମାରି ଲହୁଲୁହାଣ କରାଯାଇଥିଲା ।

ତେବେ ମଞ୍ଚେଶ୍ୱର ଥାନା ସାଇକୃପା ନିଶା ନିବାରଣ କେନ୍ଦ୍ରରେ ଏହି ଘଟଣା ଘଟିଥିଲା । ଏହି ଘଟଣାରେ ଗତକାଲି ପୋଲିସ ୩ ଜଣଙ୍କୁ ଗିରଫ କରିଛି । ମାଲିକ ଓ ୨ ସହାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.