fbpx

ଆପଣଙ୍କ ସ୍ମାର୍ଟଫୋନରେ ମେମୋରୀ ଫୁଲ୍ ହେଉଛି କି? ଏପରି ବଢ଼ାନ୍ତୁ ଷ୍ଟୋରେଜ୍

Advertisement

ନୂଆଦିଲ୍ଲୀ : ଆଜିକାଲିର ସମୟରେ ଅଧିକାଂଶ ଲୋକେ ନିଜର କାମ ସ୍ମାର୍ଟଫୋନରେ କରିବାକୁ ପସନ୍ଦ କରୁଛନ୍ତି । ସ୍କୁଲ ଓ ଅଫିସର ସମସ୍ତ କାମ ଆପଣ ବି ସ୍ମାର୍ଟଫୋନରେ କରିଥାନ୍ତି । ଫଟୋ ଓ ଭିଡିଓ ସହିତ ମୋବାଇଲ ଆପ ଗୁଡିକ ମୋବାଇଲରେ ଅଧିକ ଜାଗା ନେଇଥାଏ । ଏପରି ଭାବେ ମୋବାଇଲର ମେମୋରୀ ଫୁଲ୍ ହେବାକୁ କମ୍ ସମୟ ଲାଗିଥାଏ । ତେବେ ଆସନ୍ତୁ ଜାଣିବା କିଛି ଷ୍ଟେପ୍, ଯାହା ମାଧ୍ୟମରେ ଆପଣ ହଜାର ଟଙ୍କାରୁ କମ୍ ଟଙ୍କାରେ ସ୍ମାର୍ଟଫୋନର ମେମୋରୀ ବଢ଼ାଇପାରିବେ ।

ଯଦି ଆପଣ ନିଜର ସ୍ମାର୍ଟଫୋନ୍ କିମ୍ବା ଟାବଲେଟର ଷ୍ଟୋରେଜର କ୍ଷମତା ବୃଦ୍ଧି କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏଥିପାଇଁ SanDisk Ultra Dual Drive ବ୍ୟବହାର କରିପାରିବେ । ଏହା ହେଉଛି ଏକ ପେନ୍ ଡ୍ରାଇଭ୍, ଯାହାକୁ ଆପଣ ୩୨ ଜିବି ଓ ୬୪ ଜିବି ଦୁଇଟି ଭାରିଆଣ୍ଟରେ କିଣିପାରିବେ । ଏହା ବଜାରରେ ଚାରୋଟି ରଙ୍ଗରେ ଉପଲବ୍ଧ ହେଉଛି । ଆପଣ ଏହି ପେନ୍ ଡ୍ରାଇଭର ୩୨ ଜିବି ଭାରିଆଣ୍ଟକୁ ପ୍ରାୟ ୬୫୦ ଟଙ୍କା ଓ ୬୪ ଜିବି ଭାରିଆଣ୍ଟକୁ ପ୍ରାୟ ୮୫୦ ଟଙ୍କା ମୂଲ୍ୟରେ କିଣିପାରିବେ ।

ଏହି ପେନ୍ ଡ୍ରାଇଭ ୟୁଏସବି ପୋର୍ଟ ବା ଟାଇପ୍ ସି ପୋର୍ଟ ଥିବା ସମସ୍ତ ଡିଭାଇସରେ ବ୍ୟବହାର କରାଯାଇପାରିବ । ଆଣ୍ଡ୍ରଏଡ୍, ୱିଣ୍ଡୋଜ୍ ଓଏସ୍, ମ୍ୟାକ୍ ଓଏସ୍ ଓ ଲିନକ୍ସ ଡିଭାଇସରେ ଏହାର ବ୍ୟବହାର କରାଯାଇପାରିବ । ଆପଣଙ୍କୁ କେବଳ ଏହି ପେନ୍ ଡ୍ରାଇଭକୁ ସ୍ମାର୍ଟଫୋନ୍ କିମ୍ବା ଟାବଲେଟରେ ପ୍ଲଗ୍ ଇନ୍ କରିବାକୁ ପଡିବ ଓ ପରେ ଫାଇଲକୁ ଏକ୍ସେସ୍ କରିବାକୁ ପଡିବ । ଆପଣ ନିଜ ଫୋନର ଫାଇଲଗୁଡ଼ିକୁ ଏହି ପେନ୍ ଡ୍ରାଇଭରେ ଟ୍ରାନ୍ସଫର କରି ଷ୍ଟୋରେଜ୍ ବୃଦ୍ଧି କରିପାରିବେ ।

Get real time updates directly on you device, subscribe now.