fbpx

ବଢ଼ିଲା ତାଲିବାନ୍ ଶାସନ: ଆଫଗାନିସ୍ତାନରେ ବ୍ୟାନ୍ ହେଲା କରୋନା ଟିକା, ବୃଦ୍ଧି ପାଉଛି ଶରଣାର୍ଥୀ ଶିବିର

Advertisement

ନୂଆଦିଲ୍ଲୀ: ତାଲିବାନ ଆତଙ୍କବାଦୀ ମାନେ ଆଫଗାନିସ୍ତାନର ଏକ ବଡ଼ ଅଞ୍ଚଳ ଉପରେ ନିୟନ୍ତ୍ରଣ କରିସାରିଲେଣି । ଧୀରେ ଧୀରେ ସେମାନେ ପୂରା ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେଇଯିବେ ବୋଲି ସଫା ସଫା ପ୍ରତୀତ ହେବା ଆରମ୍ଭ ହେଲାଣି । ତେବେ ତାଲିବାନ ମାନେ ଯେଉଁ ଯେଉଁ ଅଞ୍ଚଳ ଅଧିକାର କରୁଛନ୍ତି ସେସବୁରେ ନିଜର ନିୟମ କାନୁନ୍ ଜାରି କରିବା ଆରମ୍ଭ କରିଛନ୍ତି । କହିବାକୁ ଗଲେ ସେମାନେ ଅଧିକୃତ ଅଞ୍ଚଳ ଗୁଡ଼ିକ ଉପରେ ନିଜର ଶାସନ ଚଳାଇଛନ୍ତି । ଇତି ମଧ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସି ପହଞ୍ଚିଛି । ଆଫଗାନିସ୍ତାନର ଏକ ଅଞ୍ଚଳରେ ତାଲିବାନୀ ମାନେ କରୋନା ଟିକା କୁ ବ୍ୟାନ୍ କରିଛନ୍ତି ।

କରୋନା ଟିକାକରଣ ଉପରେ ରୋକ୍ ଲଗାଇଛନ୍ତି । ସଂକ୍ରମଣ ବଢ଼ୁଥିବା ବେଳେ ସେମାନଙ୍କ ଏପରି ଟିକା ଉପରେ ପ୍ରତିବନ୍ଧକ ଯୋଗୁଁ ଲୋକମାନେ ନାନା ପ୍ରକାରରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଫଗାନିସ୍ତାନର ପାକିତା ଅଞ୍ଚଳରେ କରୋନା ଟିକା ଉପରେ ବ୍ୟାନ ଲଗାଇବା ପାଇଁ ଆଦେଶ ଜାରି କରାଯାଇଛି । ଟିକା ବିରୋଧରେ ନୋଟିସ୍ ବି ଛପାଯିବା ଆରମ୍ଭ ହୋଇଯାଇଛି । ତେବେ ତାଲିବାନ ମାନେ ଗତ ସପ୍ତାହରେ ହିଁ ଏହି ଅଞ୍ଚଳକୁ ଅକ୍ତିଆରକୁ ନେଇଛନ୍ତି ।

ତାଲିବାନ ମାନେ ଯେତେଯେତେ ନିଜର କବଜା ବଢ଼ାଇ ଚାଲିଛନ୍ତି ସେତେସେତେ ଉକ୍ତ ଅଞ୍ଚଳର ଲୋକମାନେ ସେମାନଙ୍କ ଘର ଛାଡ଼ି ଅନ୍ୟ ଦେଶକୁ ପଳାୟନ କରୁଛନ୍ତି । ଶରଣାର୍ଥୀ ଶିବିରରେ ରହିବାରେ ଲାଗିଛନ୍ତି ନୀରିହ ନାଗରିକ ମାନେ । ରାଜଧାନୀ କାବୁଲରେ ଏପରି ଅନେକ ଶିବିର ଗଠନ ହୋଇଛି । ବର୍ତ୍ତମାନ ସମୟରେ କାବୁଲ ଠାରୁ ମାତ୍ର ୮୦ କିମି ଦୂରରେ ଆତଙ୍କୀ ସଂଗଠନ ରହିଛି । ତେଣୁ କାବୁଲ ଉପରେ ବି ଖୁବ୍ ଶୀଘ୍ର ତାଲିବାନ ମାନେ ନିଜର କବଜା ଜମାଇବା ନେଇ ଆଶଙ୍କା ପ୍ରକାଶ ପାଇଛି ।

Get real time updates directly on you device, subscribe now.